Education

ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଉମରକୋଟ 09/06: ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଏଠାରେ ଦୁଇଜଣ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞଙ୍କୁ ଛାଡିଦେଲେ ଆଉ କୌଣସି ବିଶେଷଜ୍ଞ ଡାକ୍ତର ନାହାଁନ୍ତି । ଏହି ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟ ଦାୟିତ୍ୱରେ ଥ‌ିବା ସୁପରିଟେଣ୍ଡେଣ୍ଟ ଡାକ୍ତରମାନଙ୍କୁ ଠିକ ରୂପେ ଡ୍ୟୁଟି ଚାର୍ଟ ପ୍ରସ୍ତୁତି କରିବାରେ ମଧ୍ୟ ତ୍ରୁଟି ଯୋଗୁଁ ଡାକ୍ତରମାନେ କେତେବେଳେ କେମିତି ଡ୍ୟୁଟି କରିବେ ତାହା ବି ଜଣାପଡୁନାହିଁ । ଚିକିତ୍ସାଳୟରେ ପରିଚାଳନା ବିଭ୍ରାଟ ଯୋଗୁଁ ଅଧିକାଂଶ କ୍ଷେତ୍ରରେ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିବା ରୋଗୀ ଭୂମିତ ହେଉଥୁବା ଦେଖିବାକୁ ମିଳୁଛି। ବିଶେଷଜ୍ଞ ଡାକ୍ତର ଅଭାବରୁ ଏଠାରେ ରୋଗୀ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଜରୁରୀ ବେଳେ ରୋଗୀ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାର ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ଦେଲେ । କିନ୍ତୁ ଉପଖଣ୍ଡ ଚିକିତ୍ସାଳୟ ପାଇଁ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବାରେ ସରକାର ବିଫଳ ହୋଇଛନ୍ତି । ଫଳରେ ଏହି ଅଞ୍ଚଳର ରୋଗୀମାନଙ୍କୁ ବର୍ତ୍ତମାନ ମଧ୍ୟ ବିଶାଖାପାଟଣା ଆଉ ରାୟପୁର ହକିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ରମରକୋଟ ହସ୍ପିଟାଲ ହେଉଛି ଏକ ରେଫରାଲ ହସ୍ପିଟାଲ। ଏହି ହସ୍ପିଟାଲକୁ ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଲକର ରୋଗୀ ମାନେ ସେଠାକାର ସ୍ଥାନୀୟ ହସ୍ପିଟାଲ ରୁ ଗୁରୁତର ଅବସ୍ଥାରେ ଏଠାକୁ ଆସିଥାଆନ୍ତି । ଏପରିକି ଏହି ହସ୍ପିଟାଲ କୁ ଡାବୁଗାଁ ଉପଖଣ୍ଡ ଚିକିତ୍ସାଳୟ ଉମରକୋଟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି ଓ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ ମଧ୍ଯ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଉମରକୋଟ ହସ୍ପିଟାଲ ନିଜେ ଏକ ରେଫରାଲ ହସ୍ପିଟାଲରେ ପରିଣିତ ହେଇ ଯାଇଛି। ଯେକୌଣସି ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି ବିଶେଷଜ୍ଞ ଡକ୍ଟରଙ୍କ ଅଭାବରୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଏ । ଏକ ଆକଳନରୁ ଜଣାପଡ଼ିଛି ଯେ ଉମରକୋଟ ହସ୍ପିଟାଲ କୁ ପ୍ରତିଦିନ ୪୦୦ ରୁ ଗର୍ଚ୍ଚ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି । ବିଶେଷଜ୍ଞ ଡାକ୍ତର ନଥୁବାରୁ ବର୍ତ୍ତମାନ ଚିକିତ୍ସା ନାମରେ ଗାଁ ଗାଁରେ କ୍ୱାକମାନେ ନିରୀହ ଲୋକଙ୍କ ଠାରୁ ଜୋର୍ ଜୁଲମ କରି ଅର୍ଥ ଆଦାୟ କରୁଛନ୍ତି।

ଏପରିକି ଏହାର ସୁଯୋଗ ନେଇ କୋରାପୁଟ ମେଡିକାଲ କଲେଜ ଅବସ୍ଥା ଆଉ ବିଶାଖାପାଟଣାରୁ ଡାକ୍ତରମାନେ ଆସି ମେଡିକାଲ ଷ୍ଟୋରରେ ବସି ରୋଗୀ ଚିକିତ୍ସା କରୁଛନ୍ତି । ଯେଉଁ ରୋଗୀମାନେ ଆର୍ଥକ ଅବ ସ୍ୱଚ୍ଛଳ ସେମାନେ କିଛି ଗୁରୁତର ହେଲେ ବାହାରକୁ ଯାଇ ଚିକିସୂତ ହେଉଥିବା ବେଳେ ଗରିବ ରୋଗୀ ହନ୍ତସନ୍ତ ହେଉଛନ୍ତି । ବିଶେଷଜ୍ଞ ଡକ୍ଟର ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ବହୁବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ପରେ ଆନ୍ଦୋଳନ ହୋଇଛି । ଡାକ୍ତର ନିଯୁକ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳେ ହେଲେ କିନ୍ତୁ ପରେ ସବୁ ଫେଲ । ତୁରନ୍ତ ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ରାଜ୍ୟ ସରକାର ବିଶେଷଜ୍ଞ ଡକ୍ଟର ନିଯୁକ୍ତି ନ କଲେ ଭବିଷ୍ୟତ ରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜ ବାଜ ହେଉଛନ୍ତି ଲୋକେ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button