
ଉମରକୋଟ, ୯/୬: ରାଜ୍ୟ ସରକାର ତରବରିଆ ଭାବେ ନବରଙ୍ଗପୁର ଜିଲ୍ଲା ଭ୍ରମରକୋଟ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ର ମାନ୍ୟତା ଦେଇଦେଲେ । କିନ୍ତୁ ଏହି ଉପ ଖଣ୍ଡ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ଟର ମାନଙ୍କୁ ରାଜ୍ୟ ସରକାର ନିଯୁକ୍ତି ନ ଦେବାରୁ ସ୍ଥାନୀୟ ଅଂଚଳରେ ବ୍ୟାପକ ଭାବେ ଅସନ୍ତୋଷ ଦେଖା ଦେଇଛି। ଫଳରେ ଏହି ଅଂଚଳର ରୋଗୀ ମାନଙ୍କୁ ବର୍ତମାନ ମଧ୍ୟ ବିଶାଖାପାଟଣା ଆଉ ରାୟପୁର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି । ବିଶେଷ କରି ଏଠାରେ ଭେଷଜ, ସ୍ତ୍ରୀ ରୋଗ, ଶିଶୁ ରୋଗ, ସରଜରି, ନିଶ୍ଚେତକ, ଚକ୍ଷୁ, କର୍ସ ନାସା ଗଳା ଇତ୍ୟାଦି ବିଶେଷଜ୍ଞ ଡାକ୍ଟର ରହିବା କଥା । କିନ୍ତୁ ଦୁଃଖର କଥା ଏଠାରେ ସ୍ତ୍ରୀ ଓ ପ୍ରସୂତି ରୋଗ
ବିଶେଷଜ୍ଞ ସହ ୮ ଜଣ ଡାକ୍ଟର ଅଛନ୍ତି, ଏହା ବାଦେ ଏଠାରେ ଦିର୍ଘ ବର୍ଷ ଧରି ଭେଷଜ, ସରଜରୀ, ନିଶ୍ଚେତକ, ଚକ୍ଷୁ, କର୍ମ ନାସା ଓ ଗଳା ବିଶେଷଜ୍ଞ ଡାକ୍ଟର ନିଯୁକ୍ତି କରିବାରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସଂପୁର୍ଣ ରୁପେ ବିଫଳ ହେଇଛି। ଉମରକୋଟ ହସ୍ପିଟାଲ ହେଉଛି ଏକ ରେଫରାଲ ହସ୍ପିଟାଲ। ଏହି ହସ୍ପିଟାଲକୁ ରାଇଘର, ଝରିଗାଁ, ଚନ୍ଦାହାଣ୍ଡି ବ୍ଳକର ରୋଗୀ ମାନେ ସେଠାକାର ସ୍ଥାନୀୟ ହସ୍ପିଟାଲ ରୁ ଗୁରୁତର ଅବସ୍ଥାରେ ଏଠାକୁ ଆସି ଥାଆନ୍ତି। ଏପରିକି ଏହି ହସ୍ପିଟାଲ କୁ ଡ।ବୁଗାଁ ଓ ପଡଶୀ ଛତିଶଗଡ଼ ରାଜ୍ୟରୁ ମଧ୍ୟ ରୋଗୀ ମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ତେବେ ଉମରକୋଟ ହସ୍ପିଟାଲ ନିଜେ ଏକ ରେଫରାଲ ହସ୍ପିଟାଲରେ ପରିଣତ ହେଇଯାଇଛି । ଯେକୌଣସି ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି ବିଶେଷଜ୍ଞ ଡାକ୍ଟରଙ୍କ ଅଭାବରୁ ତୁରନ୍ତ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଏ। ଉମରକୋଟ ହସ୍ପିଟାଲ କୁ ପ୍ରତିଦିନ ୪୦୦ ଜଣ ରୋଗି ଚିକିତ୍ସା ପାଇଁ ଆସିଥାନ୍ତି । ସେଥି ମଧ୍ୟରୁ ୧୦୦ ଜଣ ସ୍ତ୍ରୀ ରୋଗୀ, ୧୦୦ ଜଣ ଜଣ ଶିଶୁ ରୋଗୀ ଓ ୨୦୦ ଜଣ ସାଧାରଣ ରୋଗୀ ଆସିଥାନ୍ତି। ଉମରକୋଟ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ଟର ନଥିବାରୁ ବର୍ତ୍ତମାନ ଗାଁ ଗାଁ ରେ କ୍ୱାଳ ଡକ୍ଟର, ଦାନ୍ତ ଡକ୍ଟର ମାନେ ନିରୀହ ଲୋକ ଙ୍କ ଠାରୁ ଜୋ ର୍ଜୁଲମ କରି ଅର୍ଥ ଆଦାୟ କରୁଛନ୍ତି।
ଏପରିକି ଏହାର ସୁଯୋଗ ନେଇ କୋରାପୁଟ ମେଡିକାଲ କଲେଜ ଆଉ ବିଶାଖାପାଟଣା ରୁ ଡକ୍ଟର ମାନେ ଆସି ମେଡିକାଲ ଷ୍ଟୋରରେ ବସି ରୋଗୀ ଚିକିତ୍ସା କରୁଛନ୍ତି । ଯେଉଁ ରୋଗୀ ମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ସେମାନେ କିଛି ହେବା ମାତ୍ରେ ରାୟପୁର କିମ୍ବା ବିଶାଖାପାଟଣା ପଳାଇ ଯାଆନ୍ତି । ଡକ୍ଟର ଆଉ ବିଶେଷଜ୍ଞ ଡକ୍ଟର ନିଯୁକ୍ତି ପାଇଁ ସ୍ଥାନୀୟ ଲୋକେ ବହୁବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ଦିନ ନିଯୁକ୍ତି କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳେ କିନ୍ତୁ ସବୁ ଭୁଲି ଯାଏ ପ୍ରଶାସନ। ତୁରନ୍ତ ଭ୍ରମରକୋଟ ଉପଖଣ୍ଡ ହସ୍ପିଟାଲରେ ରାଜ୍ୟ ସରକାର ବିଶେଷଜ୍ଞ ଡକ୍ଟର ନିଯୁକ୍ତି ନ କଲେ ଭବିଷ୍ୟତ ରେ ଏକ ବଡ଼ ଧରଣର ଆନ୍ଦୋଳନକୁ ଏଡାନଯାଇ ପାରେ ।