Education

ଚବିଶି ବର୍ଷର ସରକାରର ଅବହେଳା ପାଇଁ ଆଜି ଚାଳିଶି ବର୍ଷର ଗାଁକୁ ହୋଇପାରିନାହିଁ ରାସ୍ତା

ଝରୀଗାଁ, ୯/୬: ରାସ୍ତା ନାହିଁ ବୋଲି ବିକାଶ ନାହିଁ, ଚବିଶି ବର୍ଷର ସରକାର ର ଅବହେଳା ପାଇଁ ଆଜି ଚାଳିଶି ବର୍ଷ ର ଗାଁ କୁ ହୋଇପାରିନାହିଁ ରାସ୍ତା, ଗୋଟି ପଢ଼ା କୁ ଏବେ ଗାଟୁ ଭରସା,ପାହାଡ଼ ପବର୍ତ ଘେରା ଏକ ସମ୍ବେଦନଶୀଳ ଅଂଚଳ ଭାବେ ପରିଗଣିତ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତଗର୍ତ ଇଚ୍ଛାପୁର ଗ୍ରାମପଂଚାୟତ ଅଧୀନରେ ଥିବା

କୁମୁନିଗୁଡା ଗ୍ରାମର ଗୋଟିପଡ଼ା ଗାଁ, ଦୀର୍ଘ ଚାଳିଶି ପଚାଶ ବର୍ଷ ର ଗାଁ ବୋଲି ଗ୍ରାମବାସୀ ଦାବି କରୁଥିବା ବେଳେ ଏ ପର୍ଯ୍ୟନ୍ତ ଗାଁ କୁ ରାସ୍ତା ଟିଏ ନିର୍ମାଣ ହୋଇପାରିନାହିଁ, ଏହି ଗାଁ ଶିକ୍ଷା ସ୍ଵାସ୍ଥ୍ୟ ଠାରୁ ଆରମ୍ଭ କରି ସରକାର ଙ୍କ ପ୍ରାୟ ସୁବୁ ସୁବିଧା ବଞ୍ଚିତ ସୁଯୋଗ ହୋଇରହିଛି, ଏମାନଙ୍କ ପାଇଁ ସୁଖ ସାତ ସପନ ପାଲଟି ଯାଇଛି, ଗାଁ ଠାରୁ

ପାଖାପାଖି ଦେଢ଼ କିଲୋମିଟର କେବଳ ମାଟି ରାସ୍ତା ରହିଥିବା ବେଳେ ଗାଁ ଠାରୁ ଅଧା କିଲୋମିଟର ରୁ ଅଧିକ ଆଦୌ ରାସ୍ତା ହିଁ ନାହିଁ, ଯେଉଁଥି ପାଇଁ ଲୋକଙ୍କୁ ନିଜର ରାସନ, ପେନସନ, ମେଡିକାଲ, କିମ୍ବା ହାଟ ବଜାର ଏ ସବୁପାଇଁ ଏକ ମାତ୍ର ଭରସା ଜମିହିଡ଼ । ଏହାକୁ ଆମ ଆଂଚଳିକ ଭାଷାରେ ଗାଟୁ କୁହାଯାଇଥାଏ, ଗ୍ରାମବାସୀ ତ କୁହନ୍ତି ଏ ଗାଁ ର ଯେତେକ ଗଭବର୍ତୀ ଖଟିଆରେ ହିଁ ବୁହା ହୋଇଥାନ୍ତି, ର୍ବତମାନ ଚାଷ ବାସ ସମୟ ଆସୁଥିବା ବେଳେ ଏହି ଜମିହୀଡ଼ ମଧ୍ୟ ଯମଦଉଡି ପାଲଟି ଯିବ କାରଣ ହିଡ଼ ର ଉଭୟ ପାର୍ଶ୍ଵ ଗଛପତ୍ର ରେ ଢାଙ୍କି ହୋଇଯିବ, ଜଙ୍ଗଲ ଏରିଆ ହୋଇଥିବା ବେଳେ ହଟାତ ଭାଲୁ କିମ୍ବା ବିଷଧର ସର୍ପର ମଧ୍ୟ ପ୍ରାୟ ଭୟ ରହିଥାଏ, ଏଭଳି ଦୁଃଖ କଷ୍ଟ ରେ ଜୀବନ କୁ ପାଣିଛଡେଇ ଏ ଗାଁ ର

ଆବାଳ ବୃଦ୍ଧ ଜୀବନ ବିତାଉଥିବା କହିଛନ୍ତି, ବର୍ଷା ଦିନ ହେଲେ ସେ ରାସ୍ତାରେ ଯିବା ଅତି କଷ୍ଟକର ହୋଇପଡିବ । ଏହି ରାସ୍ତା ପାଇଁ ବିଗତ ଦିନରେ ଏହି ଗାଁ ର ଚକ୍ରଧର ଯାନୀଙ୍କ ସ୍ତ୍ରୀ ବିମଳା ଯାନୀ ଙ୍କୁ ଏହି ଗାଁ ଗୋଟିପଡ଼ା ରୁ ଖଟିଆରେ ବୋହି ଦେଢ଼ କିଲୋମିଟର ଆମ୍ବୁଲାନ୍ସ ନିକଟରେ ପହଞ୍ଚେଚଇବା ଏବଂ ଆମ୍ବୁଲାନ୍ସ ରେ ପ୍ରସବ ଶିଶୁ କୁ ଡାକ୍ତର ମୃତ ଘୋଷଣା କରିବା ଘଟଣା ସଁବସାଧାରଣ ଙ୍କ ଦୃଷ୍ଟିକୁ ଆସିବା ପରେ ଏ ଗାଁ ର ସମସ୍ୟା କଥା ଜଣାପଡିଛି ତେବେ ଘଟଣା ଯେତେବେଳେ ଗଣମାଧ୍ୟମରେ ପ୍ରକାଶ ପାଇଲା ର୍ବତମାନ ର ବିଜେପି ବିଧାୟକ ନରସିଂହ ଭତ୍ରା ଗାଁ ରେ ପହଂଚି ଗ୍ରାମବାସୀଙ୍କୁ ତାଙ୍କ ସମସ୍ୟା ସଂପର୍କ ରେ ବୁଝି ରାସ୍ତା ନିର୍ମାଣ ଲାଗି ଲୋକଙ୍କୁ ଆଶ୍ୱାସନା ଦେଇଥିବା କହିଛନ୍ତି ଗ୍ରାମବାସୀ, ଏହି ଗାଁ ରେ ପାଖାପାଖି

ତିରିଶି ଶିଶୁ ରହୁଥିବା ବେଳେ ଏମାନଙ୍କୁ କୌଣସି ପ୍ରକାର ଅଙ୍ଗନବାଡି ର ବି ସୁବିଧା ସୁଯୋଗ ମିଳୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ଏ ସଂପର୍କରେ ଅଙ୍ଗନବାଡି କର୍ମୀଙ୍କୁ ପଚରାଯିବାରୁ ଏହାକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି, ତେବେ କିଏ ସତ କହୁଛି ତାହା ଅଧିକାରୀଙ୍କ ତଦନ୍ତ ପରେ ହିଁ ଜଣାପଡିବ, କୁମୁନିଗୁଡା ଏବଂ ଗୋଟିପଡ଼ା ରେ ପାଖାପାଖି ତିରିଶି ରୁ ଉର୍ଦ୍ଧ ଶିଶୁ ରହିଥିବା ବେଳେ ଏମାନେ କେବେ ବିଦ୍ୟାଳୟ ପିଣ୍ଡା ମାଡ଼ିନଥିବା କହିଛନ୍ତି ଗ୍ରାମବାସୀ, କିନ୍ତୁ ର୍ବର୍ତମାନ ସରକାରରେ ଶିକ୍ଷାବିଭାଗ ଦ୍ବାରା ହୋଇଥିବା ଖଡ଼ିଛୁଆଁ ଉତ୍ସବ ରେ ଗାଁ କୁ ଆସି ଶିକ୍ଷକ ଗାଁ ର ସବୁ ଶିଶୁଙ୍କ ନାମ ବିଦ୍ୟାଳୟରେ ଲେଖାଇ ଥିବା ଜଣାପଡିଛି। ତେବେ ବିଧାୟକ ଙ୍କ ପ୍ରତିଶୃତି ନେଇଁ ଆଶାବାନ୍ଧି ରହିଛନ୍ତି ଗ୍ରମବାସୀ, ଗାଁ କୁ ରାସ୍ତା ଟିଏ ହେଲେ ଏମାନଙ୍କ ଦୁଃଖ ଲାଘବ ହେବ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button