EntertainmentOdisha

ଯୁବ ଗୀଟାର ବାଦକ ସୁମନ୍ତ

ଜୟପୁର, 8/6: ବିନା ସାଧାନରେ ର କେହି ଶ୍ରେଷ୍ଠ କଳାକାର ହୋଇପାରିବେ ନାହିଁ । ଗୁରୁଙ୍କ ପ୍ରତି ସମ୍ମାନ ସ‌ହ ନିରକ୍ଷର ସାଧନା ଦରକାର। ଏହା କହି ଛତି ଜୟପୁର ଆକାଶବାଣୀ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ । ଗୀଟାର ବାଦକ ସୁମନ୍ତ୍ର ସାହୁ। ଏବେ ସେ ବି-ଗ୍ରେଡ କଳାକାର। ଆଗାମୀ ଦିନରେ ଏ-ଗ୍ରେଡ ଲାଗି ଲକ୍ଷ୍ୟ ରଖିଥିବା କହିଛନ୍ତି।

ସୁମନ୍ତ୍ର କହିଛନ୍ତି, ତାଙ୍କ ବଡ଼ବାପା ସ୍ବର୍ଗତ ଲକ୍ଷ୍ମୀଧର ସାହୁ ଆକାଶବାଣୀ କେନ୍ଦ୍ରର ଉଦ୍‌ଘୋଷ ଉଦ୍‌ଘୋଷକ ଥିଲେ। ସମ୍ପର୍କୀୟ ଭାଇ ସ୍ବର୍ଗତ ସମରେନ୍ଦ୍ର ସାହୁ ? ଥିଲେ ଆକାଶବାଣୀ । କେନ୍ଦ୍ରର ସ୍ବୀକୃତିପ୍ରାପ୍ତ ଢୋଲକ ବାଦକ। ବଡ଼ଭଉଣୀ ଶୁଭଶ୍ରୀ ସାହୁ ଓ ସୁରଭି ସାହୁ ମଧ୍ୟ ଆକାଶବାଣୀ କେନ୍ଦ୍ରର । ସ୍ବୀକୃତିପ୍ରାପ୍ତ କଳାକାର। ପିଲାବେଳୁ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେ(ସୁମନ୍ତ୍ର) ମଧ୍ୟ ଜଣେ ଆକାଶବାଣୀ କେନ୍ଦ୍ରରେ ସ୍ବୀକୃତୀପ୍ରାପ୍ତ କଳାକାର ହେବାକୁ ସ୍ବପ୍ନ ଦେଖିଥିଲେ। ଭାଇ ସମରେନ୍ଦ୍ର ଉତ୍ସାହିତ କରିଥିଲେ। କଟକରୁ ଏକ ଗୀଗର କିଣିଆଣି ଦେଇଥିଲେ । ସଙ୍ଗୀତ । ସଙ୍ଗୀତ ନିର୍ଦ୍ଦେଶକ ସ୍ବର୍ଗତ ଶାକ୍ଷିରାଜ ଖୋସଲା ସେତେବେଳେ ନୂଆ କଳାକାରଙ୍କୁ ଗୀଗର ଶିକ୍ଷା ଦେଉଥିଲେ। ୧୯୯୮ରେ ତାଙ୍କଠାରୁ ପ୍ରଥମେ ଗୀଟାର ଶିକ୍ଷା ଆରମ୍ଭ କରିଥିଲେ । ସେ ହେଉଛନ୍ତି ତାଙ୍କ ପ୍ରଥମ ଗୁରୁ। ଏହାପରେ ଗୁରୁ ଈଶ୍ୱର ସରାଫଙ୍କଠାରୁ ପ୍ରଶିକ୍ଷଣ କ୍ଷଣ ନେଇଥିଲେ। ନେ ଅନ୍ୟତମ ବରିଷ୍ଠ ତଥା ପ୍ରସିଦ୍ଧ ଗୁରୁ ବିଜୟ ସାମନ୍ତରାୟଙ୍କଠାରୁ ଭାରତୀୟ ଶାସ୍ତ୍ରୀୟ ଗୀଟାର ବଜାଇବା ଶିଖିଥିଲେ । ଏହାପରେ ୱେଷ୍ଟର୍ଣ କ୍ଳାସିକ ଶିଖିବାକୁ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା। ଏଥିଲାଗି ୨୦୦୬ ମସିହାରେ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଗୁରୁ କୋଣାର୍କ ରେଙ୍ଗୀଙ୍କଠାରୁ ୱେଷ୍ଟର୍ଣ କ୍ଲାସିକରେ ତାଲିମ ନେଇଥିଲେ। ଆକାଶବାଣୀ କେନ୍ଦ୍ରରେ ଅଡିସନ ଦେବା ପରେ ୨୦୧୫ ମସିହାରେ ବି-ଗ୍ରେଟ ଗୀଟାର ବାଦକ ଭାବେ ସ୍ବୀକୃତି ପାଇଥିଲେ। ସ୍ବରଝଙ୍କାର ସହ ଅନ୍ୟାନ୍ୟ ଅଷ୍ଟ୍ରେଷ୍ଟ୍ରାରେ ଗୀଟାର ବଜାଇଛନ୍ତି। ଏବେ ସାଙ୍ଗସାଥୀଙ୍କ ସହ ମିଶି ‘ଡି ମୋଜାକ ରକ୍ ବ୍ୟାଣ୍ଡ’ ନାଁରେ ଅର୍କେଷ୍ଟ୍ରା ଗଢିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନ ସହ ଛତିଶଗଡ଼ ଜଗଦଲପୁର ବିଭିନ୍ନ ସାଂସ୍କୃତିକ ପ୍ରତିଭା ଦେଖାଇଛନ୍ତି । ବାଦ୍ୟଯନ୍ତ୍ରରେ ଜଣେ ଶ୍ରେଷ୍ଠ କଳାକା ଳାକାଲ ହେବାକୁ ହେଲେ ନିରନ୍ତର ଅଭ୍ୟାସ ଦରକାର। ରାତା ତାରାତି ସଫଳତା କେବେ ମିଳିବ ନାହିଁ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button