
ଡାବୁଗାଁ, ୯/୬: ଡାବୁଗାଁ-ମାନିଗାଁ ପୂର୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣରେ ସ୍ବଚ୍ଛତା ଓ ଶୀଘ୍ର ସମାପ୍ତ ନେଇ ଡାବୁଗାଁବାସୀ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବି କରିଆସୁଥିଲେ । ଆଜି ଷଷ୍ଠ ଥର ପାଇଁ ଗ୍ରାମବାସୀ ରାସ୍ତାକାର୍ଯ୍ୟ ଶୀଘ୍ର ଶେଷ କରାଯାଉ ନଚେତ୍ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ରାସ୍ତା କାର୍ଯ୍ୟର ତଦାରଖ କରିଥିଲେ । ଆଗକୁ ରଥଯାତ୍ରା ଥିବାରୁ କଳସ ମଣ୍ଡପ ରାସ୍ତା ଶୀଘ୍ର ସାରିବାକୁ ପୂର୍ବ ବିଭାଗ ନିର୍ବାହୀ ଯନ୍ତ୍ରୀ ଧ୍ରୁବ କୁମାର ସେଠିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ନେଇ ଅଭିଯୋଗ କରିଆସୁଥିଲେ। ଆଜି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ମଧ୍ୟ ରାସ୍ତା କାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ । ରାସ୍ତା କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସମ୍ପୂର୍ଣ୍ଣ କରାନଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ
ପୂର୍ବ ବିଭାଗ ଦ୍ବାରା ଏହି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହେଉଥିବା ବେଳେ ନୂଆଗୁଡ଼ାରୁ ବସଷ୍ଟାଣ୍ଡ ତାରିଣୀ ଛକ ପର୍ଯ୍ୟନ୍ତ ଡ୍ରେନ୍ ଓ ରାସ୍ତା କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ଧାର୍ଯ୍ୟ ସମୟର ୧ ବର୍ଷ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ରାସ୍ତା କାର୍ଯ୍ୟ ସରୁ ନାହିଁ। ଉମରକୋଟ ଅଞ୍ଚଳର ଠିକାଦାର ସୁଧୀର ପଣ୍ଡା ବିରୁଦ୍ଧରେ ଗ୍ରାମବାସୀ ବାରମ୍ବାର ନିମ୍ନମାନର କାର୍ଯ୍ୟ କରୁଥିବା
ଦେବା ପରେ ଆଜି ଜିଲ୍ଲାପାଳ ନିଜେ ରାସ୍ତା କାର୍ଯ୍ୟର ତଦାରଖ କରିଥିଲେ। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ତହସିଲଦାର ଗୀତା ମୁର୍ମୁ, ବ୍ଲକ କଂଗ୍ରେସ ସଭାପତି ଜି ସାଇରାଜୁ, ଗୁପ୍ତ ବିଶୋଇ, ସତ୍ୟ ପାତ୍ର, ରାଜେନ୍ଦ୍ର ମିଶ୍ର, ଜଗନ୍ନାଥ ରେଲି, ପପୁ ପାତ୍ର, ରାଜେନ୍ଦ୍ର ରେଲି ସହ ଅନ୍ୟମାନେ ଉପସ୍ଥିତ ଥିଲେ l