
ନବରଙ୍ଗପୁର 8/6 : ଆମ ସଂସ୍କୃତି ଓ ପରମ୍ପରାକୁ ନେଇ ଆମର ପରିଚୟ । ଜାତି ଓ ପରିଚୟକୁ ନେଇ ଗର୍ବ କରିବାକୁ ପଡିବ ବୋଲି ରବିବାର ଶୌଣ୍ଠିକ ସମାଜର ଜିଲାସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ସ୍ଥାନୀୟ ଏକ କଲ୍ୟାଣମଣ୍ଡପରେ ରବିବାର ଆୟୋଜିତ ସମ୍ମିଳନୀରେ ମନ୍ତ୍ରୀ ଗଣ୍ଡ କହିଛନ୍ତି, ସମାଜର ସାମଗ୍ରିକ ବିକାଶ ପାଇଁ ଆଗାମୀ ପିଢିକୁ ପ୍ରୋତ୍ସାହିତ କରିବାକୁ ପଡିବ । ଶିକ୍ଷା,ଦୀକ୍ଷା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ପ୍ରତି ଆମକୁ ହିଁ ଆଗେଇବାକୁ ପଡିବ। ଆମ ସମାଜ ପାଇଁ ଆମେ ହିଁ ଦାୟିତ୍ଵ ନେବାକୁ ପଡିବ। ସେଭଳି ଯେକୌଣସି ଜାତି ଓ ସମାଜରେ ଶେଷଧାଡିରେ ଥିବା ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ କଲେ ସମାଜର ବିକାଶ ହୋଇପାରିବ ବୋଲି କହିଛନ୍ତି ।
ଜିଲ୍ଲା ଶୌଣ୍ଢିକ ସମାଳ, ନବରଙ୍ଗପର ଜଣେ ଛାତ୍ରଙ୍କୁ ସମ୍ବନ୍ଧିତ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜ ଏହି ଅବସରରେ ନବରଙ୍ଗପୁର ତ କରୁଛନ୍ତି। ନବରଙ୍ଗପୁର ଜିଲା ଶୌଣ୍ଢିକ ସମାଜର ବିଧାୟକ ଗୌରୀଶଙ୍କର ମାଝୀଙ୍କ ପକ୍ଷରୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୌଣ୍ଢିକ ସମାଜ ଭବନ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଓ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ତନ୍ତ୍ର ସହାୟତା ରାଶି ପାଣ୍ଠିରୁ ୫ଲକ୍ଷ ଟଙ୍କା ଘୋଷଣ କରିଛନ୍ତି । ସେହିଭଳି ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀ ଏମ୍ପି ପାଣ୍ଠିରୁ ସମାଜ ଭବନ ପାଇଁ ୧୦ଲକ୍ଷ ଟଙ୍କା ଘୋଷଣା କରିଥିଲେ। ଏହି ଅବସରରେ ଶୌଣ୍ଢିକ ସମାଜର ଯୁବକ ଗୌତମ ବିଷୋୟୀ ଆଇଆଇଟି ମୁମ୍ବାଇରେ ପାଠ ପଢିବାକୁ ଚୟନ ହୋଇଥିବା ଯୋଗୁ ମନ୍ତ୍ରୀ ଗଣ୍ଡ ତାଙ୍କୁ ମଞ୍ଚ ଉପରେ ସମ୍ବନ୍ଧିତ କରିଥିଲେ । ସେହିଭଳି ସମାଜର ୩୮ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା ।

ସଭାପତି ବାଙ୍କବିହାରୀ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍ ଭାବେ ଭାଜପା ଜିଲା ସଭାପତି କୁଞ୍ଜବିହାରୀ ଦାସ, ମାଧବ ଚୌଧୁରୀ, ପରମେଶ୍ବର ବିଷୋୟୀ, ହରେକୃଷ୍ଣ ବିଷୋୟ 1, ରାମଚନ୍ଦ୍ର ବେହେରା, ଜେମାମଣି ବିଷୋୟୀ, ଜଗଦୀଶ ବିଷୋୟୀ I ପ୍ରମୁଖ ଯୋଗଦେଇଥିଲେ। ଜିଲାର ବିଭିନ୍ନ ବ୍ଳକ୍ରୁ ଶୌଣ୍ଠିକ ସମାଜର ମହିଳା ଓ ପୁରୁଷ ଯୋଗଦେଇଥିଲେ। ଶୌଣ୍ଠିକ ଭବନ ପାଇଁ ମୁଖ୍ୟମନ୍ତ୍ରୀ, ଏମ୍ପି ଓ ବିଧାୟକଙ୍କ ପକ୍ଷରୁ ୨୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ ଘୋଷଣା କରିଥିବା ଯୋଗୁ ସମାଜର ସଭାପତି ବିଷୋୟୀ ସରକାରଙ୍କୁ ସମାଜ ପକ୍ଷରୁ କୃତଜ୍ଞତା ଜଣାଇଥିଲେ।



