BusinessOdishaPolitics

ହାଟପିଣ୍ଡି ନିର୍ମାଣ ପ୍ରସଙ୍ଗ

ଗୋଟିଏ ପିଣ୍ଡି ପାଇଁ ଦୁଇଥର ବିଲ୍ ଉଠାଇଥିବା ଅଭିଯୋଗ

କୋଷାଗୁମୁତା 09/06: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଏମ କେରାଗାଁ ପଂଚାୟତ ସଦର ମହକୁମାରେ ନିର୍ମିତ ହୋଇଥିବା ହାଟପିଣ୍ଡି କାର୍ଯ୍ୟରେ ହରିଲୁଟ ହୋଇଥୁବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ପ୍ରକାରେ ୨୦୨୨-୨୩ ଆର୍ଥିକ ବର୍ଷରେ କୋଷାଗୁମୁଡା ବ୍ଲକର ଏମ କାରାଗାଁ ପଂଚାୟତ ସଦର ମହକୁମାରେ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ହାଟପିଣ୍ଡି ନିର୍ମାଣ ହୋଇଥିଲା । ଏହି କାର୍ଯ୍ୟ ଆଇଟିଡିଏ ବିଭାଗ ପକ୍ଷରୁ ତ୍ବରାନ୍ବିତ କରାଯାଇଥିବା ବେଳେ ପୁଣିଥରେ ଏମଜିଏନଆରଇଜିଏ ପକ୍ଷରୁ ୨ଲକ୍ଷ ୮୩ହଜାର ଟଙ୍କା ଉକ୍ତ କାର୍ଯ୍ୟ ପାଇଁ ବ୍ୟୟ କରାଯାଇଛି । ଏହି କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ବିଲ କରିବା ନେଇ ପୂର୍ବ

ପ୍ରସ୍ତୁତି କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛରି ।ଯଦି କାର୍ଯ୍ୟର ତର୍ଜମା କରାଯାଏ ତେବେ ଅତି ନି ମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ପିଣ୍ଡି ଉପରେ ହାତ ମାରିଦେଲେ ପିଣ୍ଡିର ଉପରି ଭାଗ ବାହାରି ପଡ଼ୁଥୁବା ଅଭିଯୋଗ ହେଉଛି କାର୍ଯ୍ୟରେ ହରିଲୁଟ ହୋଇଥୁବା ନେଇ କେରାଗାଁ ଗ୍ରାମବାସୀ ପ୍ରଥମେ ବିଡ଼ିଓଙ୍କ

ଦ୍ଵାରସ୍ତ ହୋଇଥିଲେ । ହେଲେ ବିଡ଼ିଓ ମହାଶୟ ଅଭିଯୋଗ ପତ୍ର ପାଇ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥୁବାରୁ ଶେଷରେ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଥିଲେ । ତଥାପି କାର୍ଯ୍ୟାନୁଷ୍ଠାନ ଶୂନ । ଶେଷରେ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗ୍ରାମରେ ଏବେ ଏକ ଗ୍ରାମ କମିଟି ମଧ୍ଯ ଗଠନ କରାଯାଇଛି । କାର୍ଯ୍ୟର ତଦନ୍ତ ପାଇଁ ଗ୍ରାମବାସୀ

ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଏଯାଏ କୌଣସି ଅଧିକାରୀ ଗ୍ରାମରେ ପହଂଚି ନାହାନ୍ତି କି କାର୍ଯ୍ୟର ତଦନ୍ତ କରାଯାଉନି । କୋଷାଗୁମୁଡା ବ୍ଲକରେ ଏମିତି ଅନେକ ସ୍ଥାନରେ ହରିଲୁଟ ହୋଇଛି । ବିନା କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କାର คิด ହେଉଛି ।ହେଲେ ମଧ୍ୟ ଉପରି ସୁ ଅଧୁକାରୀମାନେ ଏସବୁ ଦୁର୍ନୀତି ଉପରେ ନଜର ଦେଉନାହାରି |ତେଣୁ ଉଭୟ ବିଭାଗୀୟ ଅଧୂକାରୀ ଓ ଠିକାଦାରମାନଙ୍କ ମଧୁଚନ୍ଦ୍ରି କାରେ କୋଟି କୋଟି ସରକାରୀ ଅର୍ଥ ହରିଲୁଟ ହେଉଛି। ଏମ କେରାଗାଁ ପଂଚାୟତର ହାଟପିଣ୍ଡି ନିର୍ମାଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ଅଭିଯୋଗ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button