
ନବରଙ୍ଗପୁର,ତା-୮/୬ ଚାଷରୁ ଶିକ୍ଷିତ ଯୁବପିଢି ମୁହଁ ଫେରାଉଥୁବା ବେଳେ ନବରଙ୍ଗପୁରର ଯୁବ ଚାଷୀ ସୁଧାଂଶୁ ପାଢ଼ୀ ନିଜ କୃଷିଫାର୍ମରେ ନିଜସ୍ବ ଉଦ୍ୟମରେ ବିଭିନ୍ନ କିସମ ଲାଭଜନକ ବିଦେଶୀ ଫଳ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପୂର୍ବରୁ ସାମାଜିକ ଗଣମାଧ୍ଯମ ୟୁ ଟ୍ୟୁବ ଜରିଆରେ ଜ୍ଞାନ ଆହରଣ କରି ବିଭିନ୍ନ ପ୍ରଜାତିର ବିଦେଶୀ ଫଳ ଚାଷ କରି ସଫଳ ହୋଇଥିବା ସୁଧାଂଶୁ ଏବେ ଅନ୍ତର୍ଜାତୀୟ ବଜାରରେ କେଜି ପିନ୍ଧା ଲକ୍ଷେରୁ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ବିରଳ ଆମ୍ବ ଚାଷ କରି ସଫଳତା ହାସଲ କରିବା ସହ ମାଇଲଖୁଣ୍ଟ ସାଜିବାରେ ସକ୍ଷମ ହୋଇଛନ୍ତି।
ପୂର୍ବରୁ ୟୁ ଟ୍ୟୁବରୁ ପ୍ରାପ୍ତ ଜ୍ଞାନ କୌଶଳରେ ବିଦେଶୀ ଫଳ କ୍ରାଗନ ସହ କେଶର, ଚଉସା ଓ ଅଲଫାନ ଭଳି ବିଦେଶୀ ଆମ୍ବ ସାଙ୍ଗକୁ ପିଜୁଳି ଚାଷ କରି ସଫଳତାର ପାହାଚ ଚଢ଼ିଥିବା ବେଳେ ଏବେ ମିଞ୍ଛାଜାକି ଆମ୍ବଚାଷ କରି
ଚର୍ଚ୍ଚାକୁ ଆସିଛନ୍ତି I ଗତ ଦୁଇ ବର୍ଷତଳେ ଚାରା ରୋପଣ କରି ଯତ୍ନ ନେଉଥିବା ବେଳେ ଏବେ ତାଙ୍କ ଫାର୍ମ ହାଉସ ଗୋଲାପୀ ଓ ବାଇଗଣୀ ଉଦ୍ୟାନ କୃଷିରେ ମାଇଲଖୁଣ୍ଟ ଚାଷୀ ସୁଧାଂଶୁ ଇତିହାସ ରଚିଲେ ।
୨୦୨୩ ଜୁଲାଇ ମାସରେ ଏକ ନର୍ସରୀରୁ ପ୍ରତି ଚାରା ୨୧୦୦ ଟଙ୍କାରେ କିଣିବା ସହ ନିଜ ଫାର୍ମରେ ଲଗାଇ ଥିଲେ। ଗୋବର, ନିମ ଓ ଜିଆ ଖତ ବ୍ୟବହାର କରିଥିଲେ। ଦୁଇବର୍ଷ ମଧ୍ୟରେ ଗଛରେ ଏବେ ଫଳ ଧରିଛି। ମାତ୍ର ୬ ରୁ ୭ ଫୁଟ ଉଚ୍ଚତା ବିଶିଷ୍ଟ ଗଛରେ ଆମ୍ବ ଫଳିଛି। ଗୋଟିଏ ଗୋଟିଏ ଆମ୍ବର ଓଜନ ଅଧା କେଳିରୁ ଗୋଟିଏ କେଜି ପର୍ଯ୍ୟନ୍ତ ହେଲାଣି।
ଯତ୍ନ କିପରି କରାଯିବ ସେ ନେଇ ଡିଜିଟାଲ ମିଡିଆର ସହାୟତା ନେଇଥିଲେ ଓ ଫାର୍ମ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଯତ୍ନ ଏବେ ସଫଳତା ଦେଇଛି I ଏଭଳି ବିରଳ କିସମ ଆମ୍ବ ଚାରା ରୋପଣ ସହ ଗଛର ଯତ୍ନ ନେଇଥିବା ଫାର୍ମ କର୍ମଚାରୀ ବି ପରିଶ୍ରମର ଫଳ ପାଇ ଖୁସିପ୍ରକଟ କରିବା ସହ ଆମ୍ବ ଗଛ ଯତ୍ନ ସହ ସୁରକ୍ଷାରେ ଲାଗି ପଡିଛନ୍ତି । ନବରଙ୍ଗପୁର ଭଳି କୃଷିପ୍ରଧାନ ଜିଲ୍ଲାରେ ପ୍ରଥମ ଥର ପାଇଁ ମିୱାଜାକି ଆମ୍ବ ଚାଷ ସହ ଉତ୍ପାଦନ କରି ପାରିଥିବାରୁ ଆମ୍ବ ଚାଷୀ ସୁଧାଂଶୁ ପାଢ଼ୀ ବେଶ ଖୁସି ରହିଛନ୍ତି । ସୁଧାଂଶୁ ନିଜ ଫାର୍ମରେ କେଶର, ଚଉସା, ଆଲଫାନ ଆମ୍ବ ସହ ପିଜୁଳି ଚାଷ କରିଛନ୍ତି। ତେବେ ପରୀକ୍ଷା ଭିଭିରେ ମିୱାଜାକି ଆମ୍ବ ଚାଷ କରି ସଫଳତା ହାସଲ କରିବା ତାଙ୍କ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଅଧିକ ଚଢା ଦାମରେ ବିକ୍ରି ହେଉଥିବା ବେଳେ ପ୍ରଥମ ଉତ୍ପାଦିତ ରଙ୍ଗର ମିୱାଜାକି ଆମ୍ବରେ ରଙ୍ଗେଇ ହୋଇଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାତୋଟାଗୁଡା ଗ୍ରାମରେ ଯୁବଚାଷୀ ସୁଧାଂଶୁ ପାଢ଼ୀଙ୍କ ରହିଛି ଏକ ଫାର୍ମ ହାଉସ, ଯେଉଁଠି ଶୋଭାବର୍ଦ୍ଧନ କରୁଛି ବିଭିନ୍ନ ବିଦେଶୀ ଫଳ ସହ ସଦ୍ୟ ଫଳିଥିବା ମିୱାଜାକି ଆମ୍ବ। ସୁଧାଂଶୁ ପରୀକ୍ଷଣ ଭିଭିରେ ନିଜ ଫାର୍ମରେ ମିୱାଜାକି ଆମ୍ବ ଚାଷ କରିଛନ୍ତି । ୟୁ ଟ୍ୟୁବରୁ ସୂଚନା ପାଇ ଗତ ବିରଳ ପ୍ରଜାତିର ଏହି ବିଦେଶୀ ଆମ୍ବ ପ୍ରଥମ ଥର ପାଇଁ ନବରଙ୍ଗପୁର ମାଟିରେ ଫଳିଛି। ଜିଲ୍ଲା ଉଦ୍ୟାନ କୃଷି ବିଭାଗ ସହାୟତାରେ ସୁଧାଂଶୁଙ୍କ ଫାର୍ମରେ ବୁନ୍ଦା ଜଳ ସେଚନ ବ୍ୟବସ୍ଥା କରାଯାଇଛି। ବୁନ୍ଦା ଜଳସେଚନ ବ୍ୟବସ୍ଥା ପାଇଁ ତାଙ୍କୁ ୬୦ ପ୍ରତିଶତ ସରକାରୀ ରିହାତି ମିଳିପାରିଛି । ବୁନ୍ଦା ଜଳସେଚନ ବ୍ୟବସ୍ଥା ଯୋଗୁଁ ଗଛକୁ ଉଭୟ ଖତ ଓ ସାର ସହ ପାଣି ନିୟମିତ ବ୍ୟବଧାନରେ ମିଳୁଛି, ଯାହାଦ୍ବାରା ଗଛ ଠିକଭାବେ ପୋଷଣ ପାଇପାରୁଛି ।