BusinessOdishaPolitics

ରାଇଘର ଠାରେ ଲାଇସେନ୍ସ ଉମରକୋଟ ଚିକଲପଦର ଠାରେ ଦୋକାନ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଗୋଦାମରେ ଚଢ଼ାଉ

ଉମରକୋଟ ୦୮/୦୬: ନବରଙ୍ଗପୁର ଜିଲ୍ଲାରେ ଚାଲିଛି ଅସାଧୁ ବିହନ ବ୍ୟବସାୟୀଙ୍କ ସାମ୍ରାଜ୍ୟ । କୃଷି ବିଭାଗକୁ ନଜର ଅନ୍ଦାଜ କରି ବିନା ଲାଇସେନ୍ସରେ ରେ ବିନା ଅନୁମତି ବାଲା ବିହନ ବିକ୍ରୀ ଚାଲିଛି ରିଛି । । ଅଭିଯୋଗ ପରେ ପରେ ପପୁର ସ୍ବର ହୋଇ ଉଠୀଛି କୃଷି ବିଭାଗ । ଏହାକୁ ରୋକିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଚଢାଉ ଆରମ୍ଭ କରିଛି । ଆଜି ଜିଲ୍ଲା ର ଉମରକୋଟ ବ୍ଲକ ର ଚିକଲ ପଦର ଗ୍ରାମ ରେ ବେଆଇନ୍ ଭାବରେ ସରକାରଙ୍କ ବିନା ସିକୃତି ଥିବା ଧାନ ଓ ମକା ବିହନ ବିକ୍ରୀ କରୁଥିବା ସମୟ ରେ ମାଡ଼ି ବସିଲା କୃଷି ବିଭାଗ ର ସ୍ବନ୍ନତ ଟିମ୍ । ସଂପୂକୁ ବ୍ୟବସାୟୀ ଦେବବ୍ରତ ବାରୋଇ ଙ୍କ ଗୋଦାମ ରୁ ନାମ ର ବିହନ ସିଜ୍ କରିବା ସହ ଉକ୍ତି ଗୋଦାମ ରେ ତାଲା ପକାଇ ସିଜ କରାଯାଇଛି । କୃଷି ବିଭାଗ

ବେଆଇନ ଭାବ ରେ ରଖୁଥ‌ିବା “ଅଗ୍ରିଭର” ଓ “ଜେନେକ୍ସ” କମ୍ପାନୀ ର ୨୪୦ ବ୍ୟଗ ଧାନ ବିହନ ଓ ୩୦ ବ୍ୟାଗ୍ ମକା ବିହନ ଜବତ କରିଛି । ଯାହାର ମୋଟ ମୂଲ୍ୟ ୨୯ ଲକ୍ଷ ହେବ ବୋଲି କହିଛନ୍ତି କୃଷି ଅଧିକାରୀ । ବ୍ୟବସାୟୀ ଙ୍କ ଲାଇସେନ୍ସ ରାଇଘର ରେ ଥିବା ବେଳେ ସେ ଉମରକୋଟ ର ଚିକଲ୍ ପଦର ଗୋଦାମ ରେ ବିହନ ଗଛ ଗଚ୍ଛିତ ରଖୁଥିଲେ । କିନ୍ତୁ ଜବତ ଦୁଇ କମ୍ପାନୀ ର ବିହନ ବିକ୍ରି ପାଇ ଜିଲ୍ଲା ରେ କିମ୍ବା ରାଜ୍ୟ ରେ ଅନୁମତି ନାହିଁ। ଏହି ଦୁଇ ବିହନ ବେ ଆଇନ ଭାବରେ ରାଜ୍ୟ ବାହାରୁ ଆଣି ରଖୁଥ‌ିବା ସ୍ଵୀକାର କରିଛନ୍ତି ବ୍ୟବସାୟୀ। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବ୍ୟବସାୟୀ ଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା କୃଷି ଅଧୂକାରୀ ।

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button