
ନନ୍ଦପୁର ୦୮/୬ :ଜୁନ ୫କୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳର ପରିବେଶ ଅସନ୍ତୁଳିତ ହୋଇରହିଛି। ଏହା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଉଛି। ନନ୍ଦପୁର ବ୍ଲକ ଅଞ୍ଚଳର ଜଙ୍ଗଲ ପାହାଡ ନଷ୍ଟ, ଜଙ୍ଗଲ ନିଆଁ ପାଇଁ ତାପମାତ୍ରା ବୃଦ୍ଧି ପାଉ ପାଉଛି । କମ୍ ବର୍ଷା ଓ ଦୁର୍ବଳ ଜଳ ସଂରକ୍ଷଣ ବ୍ୟବସ୍ଥା ଯୋଗୁ ଭୂତଳ ଜଳ ସ୍ତର ହ୍ରାସ ପାଉଛି । ନଦୀ, ନାଳ, ଝରଣା ଓ ଜଳାଭାବରୁ ଶୁଖିଲା ପଡୁଛି ବ୍ଲକର ନନ୍ଦପୁର ବନପାଳଙ୍କ ଅଧୀନରେ ୩୬ ପାହାଡ ଓ ବାଲଡା ବନାଞ୍ଚଳ ଅଧୀନରେ ୧୫ ପାହାଡ ରହିଛି। ଲମ୍ବରେ ଜିଲାର ସର୍ବବୃହତ୍ ପାହାଡ ଅଣ୍ଡରଗୁଡା ଆରଏଫ ପାହାଡ(୨୨ କି.ମି.) ନନ୍ଦପୁର ବ୍ଲକ ଅଞ୍ଚଳରେ ଥିବା ବେଳେ ପ୍ରକୃତି ଓ ତାପମାତ୍ରାରେ ଏଭଳି ପରିବର୍ତ୍ତନ ଚିନ୍ତା ବଢ଼ାଇଛି I ପାହାଡରୁ ଅବାଧରେ ଗଛ କାଟି
ନଷ୍ଟ କରାଯାଉଛି। ସମସ୍ତ ପାହାଡ଼ରେ ସଚେତନତା ଅଭାବରୁ ବନାଗ୍ନି ଲାଗି ଝାଞ୍ଜି ପ ପବନରେ ଉତ୍ତାପ ବଢ଼ାଉଥିବା ବୁଦ୍ଧିଜୀବୀ କହିଛନ୍ତି । ଝରଣା ସବୁ ଶୁଖ୍ ଗଲାଣି ବ୍ଲକ ଓ ପଞ୍ଚାୟତରେ ଥିବା ପୋଖରୀଗୁଡ଼ିକ ଶୁଖୁଲା ପଡିଛି। ବାଲି ଚୋରା ଚାଲାଣ ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦିନକୁ ଦିନ ନିମ୍ନଗାମୀ ହୋଇ ପଥ ପରିବର୍ତ୍ତନ କରୁଛି। ଜନ ମାନସ ସମେତ ଗୃହପାଳିତ ଓ ଜଙ୍ଗଲ ଜୀବଜନ୍ତୁଙ୍କ ପାଇଁ ପାନୀୟ ଜଳ କଷ୍ଟ ବୃଦ୍ଧି ପାଉଛି। ଶୁଖୁଲା ଝରଣା ଓ ଆନ୍ଧ୍ର ଜମି ମାଫିଆଙ୍କ ହଜାର ହଜାର ଏକର ଜମି କିଣି ପଡିଆ ଛାଡ଼ି ଦେବା
ଶୁଖୁଲା ପଢୁଛି ଝରଣା,ଜଳପ୍ରପାତ
ମଧ୍ୟ ପରିବେଶକୁ ଅସୁନ୍ତଳିତ କରୁଥିବା କୁହାଯାଇଛି। ନନ୍ଦପୁରର ରାଣୀଡୁଡୁମା, ବଡ଼ପଦର ଗ୍ରାମରେ ଥିବା ଡିଆପାଖନା ଓ ଗୋଲୁର ପଞ୍ଚାୟତର ମୟୂର ଝୋଲିଆ ଜଳପ୍ରପାତର ଜଳସ୍ରୋତ ଦିନକୁ ଦିନ କମି ଯାଉଥିବାରୁ ପର୍ଯ୍ୟଟନସ୍ଥଳୀ ବୁଲି ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ପାଣିପାଗ ଓ ତାପମାତ୍ରା ପରିବର୍ତ୍ତନ ଆଗାମୀ ଗାମୀ କିଛି ବର୍ଷରେ ସ୍ଥିତି ଅସମ୍ଭାଳ ସମ୍ଭାଳ କରିବ ବୋଲି ପରିବେଶବିତ୍ ଓ ବୁଦ୍ଧି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର, ରାଜ୍ୟ, ଜିଲା ଓ ବ୍ଲକ ପ୍ରଶାସନ ଏଥ୍ପ୍ରତି ଦୃଷ୍ଟି ଦେଇ ଦଇ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବ୍ୟ ସ ସଚେତନତା, , ବୃକ୍ଷରୋପଣ ଓ ଜଳ ସଂରକ୍ଷଣ ନେଇ ଯୋଜନା ପ୍ରସ୍ତୁତ କରିବାକୁ ବୁଦ୍ଧିଜୀବି ଅନୁରୋଧ କରିଛନ୍ତି।