
ଝରିଗାଁ ୦୮/୦୬: ଗାଁ କୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଚାଲି ଚାଲି ଆମ୍ବୁଲାନ୍ସ ପହଞ୍ଚିଲେ ଗର୍ଭବତୀ । ନିକଟରେ
ପୁଣି ଦେଖୁବାକୁ ମିଳିଛି ଜନନୀ ଯନ୍ତ୍ରଣା। ଗାଁ କୁ ରାସ୍ତା ନଥୁବାରୁ ଗାଁ ରେ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ। ଗାଁ କୁ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀ ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । । ଏହି ଭଳି ଅଭାବନୀୟ ଦେଖୁବାକୁ ଘଟଣା ମିଳିଛି ନବରଙ୍ଗପୁର । ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଞ୍ଚାୟତ ର ଦୁରୁଆ ଗୁଡା ଗାଁ ରେ ।ଦୁରୁଆ ଗୁଡା ଗାଁ ର ରଞ୍ଜିତ ସାନ୍ତା ଙ୍କ ସ୍ତ୍ରୀ ଡମାଈ ସାନ୍ତା ଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶା ଦିଦି ଙ୍କୁ ଜ ଜଣାଇଥିଲେ । ଆଶା ଦିଦି ଗୁଣବତୀ ଦାସ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଯାଇଥ୍ ଯାଇଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବାରୁ ଗାଁ ରେ ଆମ୍ବୁଲାନ୍ସ ପହଞ୍ଚି ନପାରି ଗାଁ ଠାରୁ ୨୦୦ ମିଟର ଦୂରରେ ରରେ ଅଟକି ରହିଥିଲା। ପରେ ଗର୍ଭବତୀ ଗାଁ ଏବଂ ପରିବାର ଲୋକ ସହିତ ଚାଲି ଚାଲି ଆମ୍ବୁଲାନ୍ସ ନିକଟ ନିକଟରେ ପହଞ୍ଚିଥିଲେ । ପରେ ଶାଗୁଆନ ପ୍ଲଟ ମୁଖ୍ୟରାସ୍ତା ଠାରୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ମେଡି ମେଡିକାଲ ରେ ପହଞ୍ଚାଇ ଚିକିତ୍ସା କରାଯାଉଛି । ଖବର ଲେଖା ହେଲା ପର୍ଯ୍ୟନ୍ତ ଗର୍ଭବତୀ ପ୍ରସୂତି ହୋଇନଥ୍ ହାଇନଥିଲେ । ତେବେ ଗତ ବର୍ଷ ମଧ୍ୟ ଜୁଲାଇ ମାସ ରେ ଜଣେ ରଗୀ ଚାଲି ଚାଲି ଯାଇ ଆମ୍ବୁଲାନ୍ସ ନିକଟରେ ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ନବରଙ୍ଗପୁର ମେଡିକାଲ ରେ ଯାଇ ଚିକିତ୍ସାଧୂନ ଅବ ଅବସ୍ଥାରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଝରିଗାଁ ବ୍ଲକ ରେ ଏବେ PADNES Srikanta Kumarଗ ଆଉନାହିଁ । ଯାହାଫଳରେ ଲୋକେ ଗର୍ଭବତୀ କିମ୍ବା ରୋଗୀ ଖଟ ରେ ବୁହାହୋଇ ଥାନ୍ତି ନହେଲେ ଯନ୍ତ୍ରଣାରେ ହେଉଥିଲେ ମଧ୍ୟ ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ିବାକୁ ପଡୁଛି।