OdishaPolitics

ସୁନାବେଡ଼ା ମ୍ୟୁନିସିପାଲିଟିକୁ HAL ର ପ୍ରଥମ CSR ଅନୁଦାନ, ୫୦ ଲକ୍ଷ ଟଙ୍କା ରାସ୍ତା ପାର୍ଶ୍ବ ଆଲୋକ ସୁବିଧା ପାଇଁ ଘୋଷଣା

ସୁନାବେଡ଼ା, ୦୭/୦୬: ସୁନାବେଡ଼ା ବାସିନ୍ଦାଙ୍କ ପାଇଁ ଏକ ସୁସମ୍ବାଦ! ହିନ୍ଦୁସ୍ତାନ ଏୟାରୋନଟିକ୍ସ ଲିମିଟେଡ୍ (HAL), କୋରାପୁଟ ଡିଭିଜନ ତରଫରୁ ସୁନାବେଡ଼ା ମ୍ୟୁନିସିପାଲିଟିକୁ ପ୍ରଥମ ଥର ପାଇଁ CSR ଅନ୍ତର୍ଗତରେ ୫୦ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା ହୋଇଛି। ଏହି ରାଶି NH-26 ରେ ସୁନାବେଡ଼ା ମ୍ୟୁନିସିପାଲିଟି ବଜାର ଠାରୁ ନାଲକୋ ଚକ ସେମିଲିଗୁଡା ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ପାଇଁ ବ୍ୟୟ ହେବ।

ଏହି ପ୍ରକଳ୍ପ ଅନ୍ତର୍ଗତରେ ସୁନାବେଡ଼ା ମ୍ୟୁନିସିପାଲିଟି ରେ ନିମିତ୍ତ ଉଚ୍ଚମାନର ସଡକ ସୁରକ୍ଷା, ଲୋକମାନଙ୍କ ଯାତାୟାତ ସୁବିଧା ଓ ରାତି ସମୟରେ ସାଧାରଣ ଲୋକଙ୍କ ନିରାପତ୍ତା ବୃଦ୍ଧି ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଦଉଡ଼ ବୋଲି ଗଣମାଧ୍ୟମ ମଧ୍ୟରେ କୁହାଯାଇଛି।

ଏହା ହାଲର ମୁଖ୍ୟ ପ୍ରବନ୍ଧକ (HR) ଶ୍ରୀ ରମାକାନ୍ତ ଦାସ, ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ଏହି ପତ୍ର ପାଇବାପରେ ମ୍ୟୁନିସିପାଲିଟି ଚେୟାରମ୍ୟାନ ଡ଼. ରାଜେନ୍ଦ୍ର କୁମାର ପାତ୍ର, ନୂତନ ନିଯୁକ୍ତ Executive Officer ଶ୍ରୀ ସୁଜିତ କୁମାର ଚୌଧୁରୀ, କାଉନସିଲର ଏବଂ DPC ସଦସ୍ୟ, ସ୍ଥାନୀୟ ସାମ୍ବାଦିକ ଦଳ HAL କୁ ଏହି ମୁଲ୍ୟବାନ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଉନ୍ନତିମୂଳକ ପଦକ୍ଷେପକୁ ସ୍ୱାଗତ କରି HAL ଓ ମ୍ୟୁନିସିପାଲିଟି ପ୍ରଶାସନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏହି CSR ପ୍ରକଳ୍ପ ପାଇଁ ଏବେ ମ୍ୟୁନିସିପାଲିଟିକୁ ଏକ ବିସ୍ତୃତ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ କରି MoU ସହିତ ଉପସ୍ଥାପନ କରିବାକୁ HAL ତରଫରୁ ଅନୁରୋଧ କରାଯାଇଛି।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button