OdishaPolitics

ମତୁଆ ସୁଦ୍ଧିକ୍ରିୟାରେ ବିଭ୍ରାଟ ଘଟାଇଥିବା ଅଭିଯୁକ୍ତଙ୍କୁ ଗିରଫ ଦାବି

ମାଲକାନଗିରି।ତା:୭/୬ କାଳିମେଳା ବ୍ଲକ୍ ଅନ୍ତର୍ଗତ ପୋଟରୁ ହରିଚାନ୍ଦ ମନ୍ଦିର ପ୍ରାଙ୍ଗଣରେ ମତୁଆ ସମାଜ ଆନୁକୂଲ୍ୟରେ ସଭାପତି ତପନ ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନଷ୍ଠିତ ହୋଇ ଥିଲା । ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲାବେଳ ଗତ ତା ୨୯.୦୫.୨୦୨୫ ରିଖ ଦିନ ରାତ୍ର ସମୟରେ ସ୍ଵର୍ଗତ ନନୀ ଗୋପାଳ ବିଶ୍ବାସଙ୍କ ଘରକୁ ଉତ୍ତମ ଓଝା ନାମକ ଜଣେ ଅସାଜିକ ବ୍ୟକ୍ତି ଙ୍କ ନେତୃତ୍ଵରେ ପ୍ରାୟ ୫୦ ଜଣ ଯାଇ ସୁଦ୍ଧିକ୍ରିୟାରେ ବିଭ୍ରାଟ ଘଟାଇ ଅପ୍ରୀତିକର ପରିସ୍ଥିତି ଘଟାଇଥିଲେ ।

ଏ ସଂପର୍କରେ କାଲିମେଳା ଥାନାରେ ଗତ ୩୦.୫.୨୦୨୫ ତାରିଖରେ ମାମଲାର ରୁଜ୍ଜୁ କରାଯାଇଥିଲେ ମଧ୍ୟ ଓଝା ଓ ତାର ସହଯୋଗୀମାନଙ୍କୁ ସପ୍ତାହେ ବିତିଯାଇଥିଲେ ଆଜି ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଉତ୍ତମ ଓଝା ଗିରଫ ହୋଇ ନ ଥିବା ଯୋଗୁଁ ଆଜି ପଟେରୁ ଠାରେ ଆୟୋଜିତ ବିଭିନ୍ନ ଗାଙ୍ଗଠାନିକ ସଭାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା l ପ୍ରକାଶ ଥାଉ କି ଦୁଇ ଦିନ ତଳେ ଉତ୍ତମ ଓଝା କାଳିମେଳା ସ୍ଥିତ ନିଜ ବାସଭବନ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରି ସଂପୂର୍ଣ୍ଣ ମିଥ୍ୟା ବୟାନ ଗୁଡ଼ିକ ପ୍ରକାଶ କରି କହିଛନ୍ତି ଯେ ସେ ବ୍ରାହ୍ମଣ ପୁରୋହିତ ଦ୍ବାରା ସୁଦ୍ଧି ହେବକୁ ବିରୋଧ କରି ନ ଥିଲେ, କେବଳ ରାସ୍ତା କଡ଼ ରେ ଟେଣ୍ଟ ବନ୍ଧା ବିଷୟ କୁ ବିରୋଧ କରି ଥିଲେ l ଶ୍ରୀ ଓଝା ଜଣେ ଗୁଣ୍ଡା ପ୍ରକୃତି ମଣିଷ ହୋଇ ଥିବାରୁ ମେ ମାସ ୩୦ ତାରିଖ ଦିନ ଏକ ବ୍ରାହ୍ମଣ ପୁରୋହିତଙ୍କୁ ସାଙ୍ଗରେ ନେଇ ମୃତ ନନୀ ଗୋପାଳଙ୍କ ଘରକୁ ଯାଇ ଜୋରଜବରଦସ୍ତି ଭାବେ ପୁନର୍ବାର ବୈଦିକ ରୀତିରେ ମନ୍ତ୍ର ପଡ଼ି ସୁଦ୍ଧି କ୍ରିୟା ସମାପନ କରିଥିଲେ l ଶ୍ରୀ ଓଝା କୁ ଏ ଅଧିକର କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ମୃତ ନନୀ ଗୋପାଳ ଙ୍କ ସ୍ତ୍ରୀ ସାରଥୀ ବିଶ୍ବାସ l
ମୃତକ ନନୀ ଗୋପାଳ ପରିବାର ମତୁଆ ରୀତି ନୀତି ଅନୁସାରେ ସୁଦ୍ଧିକ୍ରିୟାରେ ସଂପନ୍ନ କରିଥିଲେ । କିନ୍ତୁ ଏହା କୁ ସେ ବିରୋଧ କରି ଗଣ୍ଡଗୋଳ କରିଥିଲେ।ନିକଟରେ ଉତ୍ତମ ଓଝା ନିଜର ଜନ୍ମଦିନ ଉତ୍ସବ କାଳିମେଳାର ରାଜ ରାସ୍ତା କଡ଼ରେ ନିଜେ ଟେଣ୍ଟ ପକେଇ ପାଳନ କରି ଶହ ଶହ ଲୋକଙ୍କୁ ସମାବେଶ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା l ସେ ନିଜେ ରାସ୍ତା କଢରେ ଟେଣ୍ଟ ମାରିଥିବା ଲୋକ ପରବର୍ତ୍ତୀ ସମୟରେ ନନୀ ଗୋପାଳଙ୍କ ଶ୍ରାଦ୍ଧ ଭୋଜିରେ ରାସ୍ତା କଡର ଟେଣ୍ଟ କୁ ବିରୋଧ କରିବା କେତେ ଦୂର ଯଥାର୍ଥ ବୋଲି ବୁଦ୍ଧି ଜୀବନୀ ମାନେ ପ୍ରଶ୍ନ ଉତ୍ଥାପନ କରିଥିଲେ l ଏ ଅସାମାଜିକ ବ୍ୟକ୍ତି ଶ୍ରୀ ଓଝାଙ୍କ ସମେତ ଅନ୍ୟ ସହଯୋଗୀ ମାନଙ୍କୁ ଆଇନ ଅନୁଯାୟୀ ଗିରଫ କରିବା ସହ ଫେରେଇ ଦେଇ ଥିବା ୨ଟି ଏତଲାକୁ ତୁରନ୍ତ ପଞ୍ଜୀକୃତ ଦାୟର କରିବାକୁ ଦୃଢ଼ ଦାବି ହୋଇଛି l ନଚେତ ଗଣ ତାନ୍ତ୍ରିକ ପଦ୍ଧତିରେ ନ୍ୟାୟ ପାଇବା ପାଇଁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି l
ଆଜିର ଏହି ବୈଠକରେ ସର୍ବ ଭାରତୀୟ ମତୁଆ ଆଚାର୍ଯ୍ୟ
ରବୀନ୍ଦ୍ର ନାଥ ବିଶ୍ବାସ, ପୂର୍ବତନ ମତୁଆ ସମାଜ ସଭାପତି ଅଶୋକ ହାଲଦାର , ମତୁଆ ସମାଜ ଉପଦେଷ୍ଟା ଦୁର୍ଗା ତ୍ରିପାଠୀ, ଗୁରୁ ଚାନ୍ଦ ଆମ୍ବେଦକର ଚେତନା ମଞ୍ଚ ସଭାପତି ଲକ୍ଷ୍ମଣ ଚନ୍ଦ୍ର ଘରାମୀ, ହରେକୃଷ୍ଣ ସରକାର ଗୋସାଇଁ, ଦୁଲାଲ ମଣ୍ଡଳ, ମତୁଆ ସମାଜ ଉପଦେଷ୍ଟା ସପନ କିର୍ତ୍ତନୀୟl, ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟlନୁଷ୍ଠାନ କମିଟି ସଭାପତି ଜରା ଶବର ମାଡ଼ି, ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ, ମତୁଆ ସମାଜ ମୁଖପାତ୍ର ସୁଧାଂଶୁ ବିଶ୍ବାସ, ପ୍ରଦୀପ ମାଡକlମି, କେନ୍ଦ୍ରୀୟ କମିଟି ସମ୍ପାଦକ ଆନିମେଶ ମଣ୍ଡଳ, ସାରଥୀ ବିଶ୍ବାସ, ମା ଗୃହ ସୁରକ୍ଷା ସେନା ଜିଲ୍ଲା ସଭାନେତ୍ରୀ ପ୍ରଶାନ୍ତି ଲତା ବିଷୋୟୀଙ୍କ ସମେତ ଏକ ହଜାର ରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ମତୁଆ ଭକ୍ତ ଆଜିର ବୈଠକରେ ଉପସ୍ଥିତ ହୋଇ ଥିଲେ ।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button