
ନବରଙ୍ଗପୁର, ୬/୬: ପ୍ରତିଦିନ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ନବରଙ୍ଗପୁର ଦେଇ ପଡ଼ୋଶୀ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦକୁ ଗଡ଼ୁଛି। ତେବେ ଗୋଟିଏ ବି ବସ୍ର ସ୍ଥାୟୀ କିମ୍ବା ନିୟମିତ ପରମିଟ୍ ନାହିଁ । ଏହି ସବୁ ଦ୍ରୁତଗାମୀ ବସ୍ ଗୁଡ଼ିକ ଟୁରିଷ୍ଟ ପରମିଟ୍ରେ ଚାଲୁଛି । ଖାସ୍ କରି ଏହି ବସ୍ ଦାଦନ ଶ୍ରମିକ ଚାଲାଣର ପ୍ରମୁଖ ମାଧ୍ୟମ ପାଲଟିଛି |
ହାଇଦ୍ରାବାଦକୁ ଗଡ଼ୁଥିବା ଅନେକ ବସ୍ରେ କ୍ଷମତାଠାରୁ ଦୁଇରୁ ତିନି ଗୁଣ ଅଧିକ ଯାତ୍ରୀଙ୍କୁ ବସାଇ ପରିବହନ କରାଯାଉଛି। ପ୍ରତ୍ୟେକ ଦିନ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକ ବିପଦପୂର୍ଣ୍ଣ ଅବସ୍ଥାରେ ଯାତ୍ରା କରୁଛନ୍ତି। ଟୁରିଷ୍ଟ ପରମିଟ୍ରେ ବସ୍ ଗୁଡ଼ିକ ଚାଲିଥିବା ବେଳେ ଆନ୍ଧ୍ର ଓ ତେଲଙ୍ଗାନାର କିଛି ଫାଟକ ସହ ପରିବହନ ଓ ପୁଲିସ ଅଧିକାରୀଙ୍କୁ ହାତଗୁଜା ଦେଇ ଯାତାୟାତ କରୁଛି। ଅପରପକ୍ଷେ ଟୁରିଷ୍ଟ ପରମିଟ୍ ପାଇଁ ଆବେଦନ ସମୟରେ ଯାତ୍ରୀଙ୍କ ମିଛ ତାଲିକା ଦାଖଲ କରି ଟୁରିଷ୍ଟ ପରମିଟ୍ ଅଣାଯାଉଛି!
ଯାଞ୍ଚ ସମୟରେ ବସ୍ କଣ୍ଡକ୍ଟର ଗାଡ଼ିରେ ବସିଥିବା କିଛି ଯାତ୍ରୀଙ୍କ ନାମ ଲେଖି ତାଲିକା ପ୍ରସ୍ତୁତ କରି ଦେଖାଉଛନ୍ତି । ବସ୍ ଗୁଡ଼ିକ ଟୁରିଷ୍ଟ ପରମିଟ୍ରେ ଚାଲିଥିବା ଯୋଗୁଁ ଯାତ୍ରୀ ପରିବହନ ସମୟରେ କିଛି ଅଘଟଣ ହେଲେ ବସ୍ରେ ବସିଥିବା ଯାତ୍ରୀଙ୍କ
ମୃତାହତ କିମ୍ବା ଗୁରୁତର ହେଲେ ମୋଟରଯାନ ଆଇନ ଅନୁଯାୟୀ କୌଣସି କ୍ଷତିପୂରଣ ମିଳିବ ନାହିଁ। ସେହିପରି ରାତ୍ରିକାଳୀନ ବସ୍ ଗୁଡ଼ିକରେ ସିସି କ୍ୟାମେରା ଲାଗିବାର ନିୟମ ବେଳେ
ନିରବଦ୍ରଷ୍ଟା ପରିବହନ ବିଭାଗ ଓ ପ୍ରଶାସନ ମାଲକାନଗିରି ଦୁର୍ଘଟଣା ପରେ ବି ଚେତୁନାହାନ୍ତି
HYDERABAD
ଅନେକ ବସ୍ରେ ସିସି କ୍ୟାମେରା ଲାଗିନାହିଁ। ଅନେକ ସମୟରେ ପ୍ରଶାସନ ବସ୍ରେ ଶ୍ରମିକ ଚାଲାଣ ହେଉଥିବା ଜାଣି ମଧ୍ୟ ଚୁପ୍ ରହୁଛି ସବୁଠୁ ବଡ଼ କଥା ହେଲା ବସ୍ ସମ୍ମୁଖରେ ଲାଗିଥିବା ଗନ୍ତବ୍ୟସ୍ଥଳ ବୋର୍ଡରେ ହାଇଦ୍ରାବାଦ
ଉଲ୍ଲେଖ ରହୁଛି। କିନ୍ତୁ ନବରଙ୍ଗପୁର ସହର ସମେତ ବୋରିଗୁମ୍ଫା, ଜୟପୁର, ବୈପାରିଗୁଡ଼ା, ଗୋବିନ୍ଦପାଲ୍ଲୀ, ମାଥିଲି, ମାଲକାନଗିରି ଅଞ୍ଚଳରୁ ଜଣେ ବି ଯାତ୍ରୀ ଏହି ବସ୍ରେ ଟିକଟ କରୁନାହାନ୍ତି ।
ଜରୁରୀ କାମରେ କୌଣସି ଯାତ୍ରୀ ଏହି ବସ୍ରେ ଯିବା ପାଇଁ ଇଚ୍ଛା ପ୍ରକାଶ କଲେ ଡ୍ରାଇଭର ଓ କଣ୍ଡକ୍ଟର ଗାଡ଼ିକୁ ଅଟକାଉ ନାହାନ୍ତି। ସିଟ୍ ନଥିବା ଦର୍ଶାଇ ଯାତ୍ରୀଙ୍କୁ ନେଉନାହାନ୍ତି। ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି, ରାଇଘର, ଉମରକୋଟ, କୋଷାଗୁମୁଡ଼ା, ପାପଡ଼ାହାଣ୍ଡି ଓ ଝରିଗାଁ ବ୍ଳକର ଅଧିକ ଶ୍ରମିକ ଏହି ବସ୍ରେ ଦାଦନ ଖଟିବାକୁ ହାଇଦ୍ରାବାଦ ଅଭିମୁଖେ ଯାଉଛନ୍ତି। ଗତ ୪ ଦିନ ତଳେ ମାଲକାନଗିରି ଜିଲ୍ଲାର ବିଜାଘାଟିରେ ହୋଇଥିବା ବସ୍ ଦୁର୍ଘଟଣା ପରେ ପ୍ରଶାସନ ଚେତିବା ସହିତ ବସ୍ ଯାଞ୍ଚ ବେଳେ ପ୍ରାୟ ୮୦ ଶ୍ରମିକ ଥିବା ଜଣାପଡ଼ିଥିଲା। ତେଣୁ ଏହି ବସ୍ ଗୁଡ଼ିକର ନିୟମିତ ଯାଞ୍ଚ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲା ପରିବହନ ଅଧିକାରୀଙ୍କ ସହିତ ଯୋଗାଯୋଗ ହୋଇନପାରିବାରୁ ଏ ନେଇ ତାଙ୍କ ପ୍ରତିକ୍ରିୟା ହସ୍ତଗତ ହଇପାରିନି।
Odisha State News