
ଝରିଗାଁ ୬/୬: ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନରେ ଗୁରୁବା ବାର ଆୟୋଜିତ ରାଜ୍ୟସ୍ତରୀୟ ପରିବେଶ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସଂଖୁଣ୍ଟିଆ ଏବଂ ମୁଖ୍ୟ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।
ଏହି ଅବସରରେ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ତେଲନଦୀ ଗାଁସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି I ବିଦ୍ୟାଳୟ ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଅତିଥୁଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ଝରିଗାଁ ବ୍ଲକର ତେଲନଦୀ ଗାଁସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ନିମନ୍ତେ ଚୟନ କରିଥିବାରୁ ଝରିଗାଁ ବନାଞ୍ଚଳ ଅଧିକାରୀ ଓ ନବରଙ୍ଗପୁର ଜିଲା ବନଖଣ୍ଡ ଅଧିକାରୀଙ୍କୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି।
Odisha State News