
ନନ୍ଦାହାଣ୍ଡି ୦୭/୦୬: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏକମ୍ବା ଗ୍ରାମରେ ଗତକାଲି ଏକ ମର୍ମନ୍ତୁଦ ଘଟଣା ଘଟିଛି। ଗ୍ରାମର ୨୨ ବର୍ଷୀୟ ଅବିବାହିତ ଯୁବକ ଜଗଦୀଶ ଭତ୍ରା ପୋଖରୀରେ ବୁଡିଯାଇ ଜୀବନ ହାରାଇଛନ୍ତି। ସୂଚନା ଅନୁଯାୟୀ, ସକାଳ ୯:୪୫ ସମୟରେ ଜଗଦୀଶ ଗାଧୋଇବା ପାଇଁ ଗ୍ରାମ ପୋଖରୀକୁ ଗଲେ। ବହୁ ସମୟ ବିତିଗଲା ବେଳେ ତାଙ୍କୁ ନ ଦେଖ୍ ଦେଖ୍ ଗ୍ରାମବାସୀ ଶ୍ୟାମ ଘନ ଭତ୍ରା ତାଙ୍କ ଶରୀର ପୋଖରୀ ଜଳ ମଧ୍ୟରେ ତଳେ ବରଂ ଦେଖ୍ ପରିବାରକୁ ସୂଚନା ଦେଲେ । ତାଙ୍କ ପିତା କମଳ ଲୋଚନ ଭତ୍ରା ସହଯୋଗରେ ତୁରନ୍ତେ ଜଗଦୀଶଙ୍କୁ ପୋଖରୀରୁ ବାହାର କରି ନନ୍ଦାହାଣ୍ଡି ଆଉଟ୍ ଚିକିତ୍ସା କେନ୍ଦ୍ର (CHC) କୁ ଗୁରୁତର ଅବସ୍ଥାରେ ନେଇଯାଇଥିଲେ। କିନ୍ତୁ ସେଠା ଠାରେ ଚିକିତ୍ସକମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସୂଚନା ପାଇ ଡଙ୍ଗରଡେ ଫାଣ୍ଡିର ଅଧୂକାରୀ ଗୁଣନିଧୂ ବାଘ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ମୃତଦେହକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୋଷ୍ଟମର୍ଟେମ୍ କରାଯାଇଥିଲା । ଅଧୂକାରୀ ବାଘଙ୍କ କହିବା ଅନୁସାରେ, ମାମଲାକୁ ଏକ ଅପମୃତ୍ୟୁ ଘଟଣା ଭାବରେ ରଜିଷ୍ଟର୍ କରାଯାଇଛି। ମୃତକ ଜଗଦୀଶ ଭତ୍ରା ଏକ ସରଳ, ଶିଳ, ଓ ପଉପକାରୀ ଯୁବକ ବୋଲି ଗ୍ରାମବାସୀ ମଧ୍ଯରେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଗ୍ରାମ ମଧ୍ୟରେ ଶୋକର ଛାୟା ଦେଖାଦେଉଛି।
Odisha State News