
ନବରଙ୍ଗପୁର,୫/୬ ଓଡ଼ିଶା ଆଦିବାସୀ ଅଧୁକାର ମଞ୍ଚ ଓ ଓଡ଼ିଶା କୃଷକ ସଭା ପକ୍ଷରୁ ଗୁରୁବାର ନବରଙ୍ଗପୁର ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସଦସ୍ୟମାନେ ସ୍ଥାନୀୟ ମାଝୀଗୁଡା ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚୁଥୁଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଶତାଧିକ ଲୋକେ ଧାରଣାରେ ବସିଛନ୍ତି। ନବରଙ୍ଗପୁର ଜିଲାରେ ଦୀର୍ଘ ବର୍ଷ ଧରି ଜମି ସମସ୍ୟା, ଜଙ୍ଗଲ ଅଧିକାର ଆଇନ, ପେସା ଆଇନ ଠିକ୍ କାର୍ଯ୍ୟକାରିତା, ସାମ୍ବିଧାନିକ ଅଧିକାର କଥା, ଭୂ-ବନ୍ଦୋବସ୍ତ, ଚାଷୀଙ୍କ ସମସ୍ୟା ଓ ଜମି ପଟ୍ଟାକୁ ନେଇ ଅନେକ ଥର ଦାବି ଓ ଆନ୍ଦୋଳନ କରାଯାଇଛି। ତଥାପି ମଧ୍ଯ କିଛି ସୁଫଳ ମିଳି ନ ଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ୧୫ ଦଫା ଦାବି ପୂରଣ କିମ୍ବା ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଧାରଣା ହଟିବ ନାହିଁ ବୋଲି ମଞ୍ଚ ଓ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଖବର ଲେଖାଯିବା ସୁଦ୍ଧା ଧାରଣା ହଟି ନ ଥିଲା ।
ମୋ ଜଙ୍ଗଲ ଜମି ଯୋଜନା ଦ୍ବାରା ତହସିଲ ମାଧ୍ୟମରେ ଗ୍ରାମସଭା ଓ ଗ୍ରାମ୍ୟ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆ ଦାବିପତ୍ର ଗ୍ରହଣ କରୁଛନ୍ତି।
ଜଙ୍ଗଲ ଅଧୂକାର କମିଟି ଦ୍ବାରା ଆଦିବାସୀ ଓ ଅନ୍ୟ ବନବାସୀଙ୍କ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ପାଇଁ ଦରଖାସ୍ତ ଦିଆଯାଇଛି । ତାହା ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶକୁ ବ୍ଲକ୍ସ୍ତରୀୟ କର୍ମଚାରୀ ମାନୁନାହାନ୍ତି ତାହାର ତଦନ୍ତ କରିବାକୁ ଦାବି ହୋଇଛି। ଦୀର୍ଘ ୩୦-୪୦ ବର୍ଷର ଦଖଲ ଜଙ୍ଗଲ କିସମ ଚାଷ ଜମି ମଧ୍ୟରେ ଚାରାରୋପଣ ନାମରେ ଗାତ ଖଳିବା ଓ
ନର୍ସରି କରିବା ଭଳି ବେଆଇନ କାର୍ଯ୍ୟ ବନ୍ଦ କରିବା ଦାବି ହୋଇଛି। ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତ ସରିଆଭଟ୍ଟା ଗ୍ରାମର ବନ ବିଭାଗ ଓ ସିଲିଗୁଡ଼ା ବନ ସୁରକ୍ଷା କମିଟି ଜଙ୍ଗଲ ଅଧିକାର ଆଇନକୁ ଉଲଂଘନ କରୁଛନ୍ତି । ଜଙ୍ଗଲ ଗ୍ରାମ, ପଡ଼ା ଗ୍ରାମ ଓ ଅଣ ସର୍ଭେ ଗ୍ରାମକୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ । ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସମସ୍ତ ପଡ଼ା ଗ୍ରାମ, ଜଙ୍ଗଲ
ଗ୍ରାମ ଏବଂ ଅଣ ସର୍ଭେ ଗ୍ରାମରେ ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ନେଇ ଦାବି ହୋଇଛି। ନବରଙ୍ଗପୁର ଜିଲାରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ୧୯୯୬ ପେସା ଆଇନ ଉଲଂଘନ କରାଯାଇଛି। କୋଷାଗୁମୁଡ଼ା ବ୍ଲକ ବାମୁଣୀ ଗ୍ରାମରେ ଗ୍ରାମସଭା ଓ ପବ୍ଲିସଭା ବିନା କିପରି ଏକ କମ୍ପାନୀ ଆଦିବାସୀଙ୍କ ଜମି ଓ ଜଙ୍ଗଲକୁ ଅଧିଗ୍ରହଣ କରିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବାକୁ ଦାବି ହୋଇଛି। ଭୂମିହୀନ
ଜିଲାପାଳଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ଆଦିବାସୀ ଅଧୁକାର ମଞ୍ଚ, ଓଡ଼ିଶା କୃଷକ ସଭା ପକ୍ଷରୁ ଦାବିପତ୍ର
ନ୍ୟାୟ ନ ମିଳିବା ଯାଏ ଧାରଣାରେ ବସିବା ଚେତାବନୀ
ଭାବରେ ୪ ସେଣ୍ଟ ଘରବାଡ଼ି ପଟ୍ଟା ଦିଆଯାଇଛି ତୁରନ୍ତ ସେମାନଙ୍କ ଘରବାଡ଼ି ଜମି ଚିହ୍ନଟ, ଜିଲା ମଧ୍ଯର ମୂଳ ନିବାସୀ ଗରୀବଙ୍କୁ ଚିହ୍ନଟ କରି ୩୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଦଖଲରେ ଥିବା ଜମିର ପଟ୍ଟା, ଓ ଦଖଲ ଗୋଚର ଜମିର ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି । ଦାବିପତ୍ର ପ୍ରଦାନ ବେଳେ ଓଡ଼ିଶା ଆଦିବାସୀ ଅଧୁକାର ମଞ୍ଚ ଜିଲା ସଭାପତି ନୂଆଖାର ଭିତରା, ଉପସଭାପତି ଲଛମନ ଗଣ୍ଡ, ମଞ୍ଚ ଜିଲା ସମ୍ପାଦକ ରାଜେଶ ଜାନୀ, ସହସମ୍ପାଦକ ରବି ସାନ୍ତା, କୋଷାଧକ୍ଷ ସାଲିମଧର ଜାନୀ, ଓଡ଼ିଶା କୃଷକ ସଭା ଜିଲା ସଭାପତି ଧରମଦାସ ଭତରା, ସମ୍ପାଦକ ଦେବରାଜ ନାଗ, ସହ ସମ୍ପାଦକ ବିଶ୍ବନାଥ ଜାନୀ, ଅବିଭକ୍ତ କୋରାପୁଟ ଜିଲା ମୂଳ ନିବାସୀ ବିକାଶ ପରିଷଦ ଅଧକ୍ଷ ଚନ୍ଦ୍ରଧ୍ଵଜ ମାଝୀ, ଖ୍ରୀଷ୍ଟିଆନ ମାଇନରଟି କାଉନ୍ସିଲ ସଭାପତି ସୁଧୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Odisha State News