BusinessOdishaPolitics

କେନ୍ଦୁପତ୍ର ତୋଳାଳୀଙ୍କ ଦୁର୍ଦ୍ଦଶା କମୁନି

କାଳବୈଶାଖୀରେ ଭିଜିଗଲା ପତ୍ର, ମିଳିଲାନି ଉଚିତ ପାଉଣା

ନବରଙ୍ଗପୁର,୫/୬: ନବରଙ୍ଗପୁର ଜିଲ୍ଲାରେ କେନ୍ଦୁପତ୍ର ତୋଳଳୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ସରକାର କେବଳ ଲକ୍ଷ୍ୟ ଧାର୍ଯ୍ୟ କରି ଅନ୍ୟ କୌଣସି ସୁବିଧା ମୁଯୋଗ ଯୋଗାଉ ନଥିବାରୁ ତୋଳାଳୀଙ୍କୁ ମିଳିପାରୁନି ଉଚିତ୍ ପାଉଣା। ଚଳିତ ବର୍ଷ କାଳବୈଶାଖୀ ବର୍ଷାରେ ଅଧିକାଂଶ ପତ୍ର ଭିଜି ନଷ୍ଟ ହୋଇଯାଇଥିବାରୁ ଗୁଣାତ୍ମକ ମାନ କମିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ବ୍ଲସ କଟିଂ ପରେ ଭଲ ପତ୍ର ମଧ୍ୟ କଅଁଳି ନାହିଁ! ବିଭିନ୍ନ ସମସ୍ୟାକୁ ନେଇ ତୋଳାଳୀ ଚିନ୍ତାରେ ପଡ଼ିଥିବା ବେଳେ ୨୦୨୪ରେ କେନ୍ଦୁ ପତ୍ର ତୋଳିଥିବା ତୋଳଳୀଙ୍କୁ ଏଯାବତ୍ ମିଳିପାରିନି ଚପଲ, ଟୋପି, ପାଣି ବୋତଲ ଓ କନା ପାଇଁ ପ୍ରଦାନ କରାଯାଉଥିବା ସହାୟତା ରାଶି ।

୨୦୨୫ରେ ସରକାର ଜିଲ୍ଲାର ୯୦ ହଜାର ତୋଳାଳୀଙ୍କ ନିକଟରୁ କେନ୍ଦୁ ପତ୍ର କେରୀ କିଣିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ କେନ୍ଦୁ ପତ୍ର ସଂଗ୍ରହ ଆରମ୍ଭରୁ ହିଁ ପାଗ ଆଦୌ ଅନୁକୂଳ ହେଉନି ଜାନୁଆରି ଓ ଫେବ୍ରୁଆରି ମାସରେ ନୂଆପତ୍ର କଅଁଳିବା ପାଇଁ କେନ୍ଦୁପତ୍ରର ବୁସ କଟିଂ କରାଯାଇଥାଏ । ଏକ ମାସ ପରେ ନୂତନ ପତ୍ର କଅଁଳିବା ପରେ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ପତ୍ର ତୋଳାଯାଇଥାଏ। କାଳବୈଶାଖୀ ବର୍ଷା କମିବା ସ‌ହ ପାଗରେ ପରିବର୍ତ୍ତନ ଆସିବା ପରେ ତୋଳାଳୀମାନେ ପତ୍ର ତୋଳିବା ଆରମ୍ଭ

କରିଥିଲେ। ପତ୍ରକୁ କେରି କରି ବାନ୍ଧିବା ଏବଂ ପଡ଼ିକୁ ନେବା ପୂର୍ବରୁ ଅଦିନିଆ ଓ କାଳବୈଶାଖୀ କାରଣରୁ ପତ୍ର ଭିଜି ଯାଇଛି । ଅନ୍ୟପକ୍ଷରେ ଚଳିତ

ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଡାବୁଗାଁ ଏବଂ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ରେଞ୍ଜ ରହିଛି ୭ଟି ରେଞ୍ଜରେ ୩୧ଟି ସେକ୍ସନ ଓ

୨୦୨୫ରେ ୯୦ ହଜାର ତୋଳାଳୀଙ୍କ ନିକଟରୁ ପତ୍ର ସଂଗ୍ରହ ଲକ୍ଷ୍ୟ

୨୦୨୪ରେ ୮୦୯୪୭ ଶ୍ରମିକଙ୍କୁ ମିଳିନି ଚପଲ, ଟୋପି ସହାୟତା

ବର୍ଷ ମୌସୁମୀ ସଅଳ ଆସିବା ତୋଳାଳୀଙ୍କ ପାଇଁ ଶକ୍ତ ଝଟ୍‌କା ସଦୃଶ୍ୟ ହୋଇଛି!

ନବରଙ୍ଗପୁର କେନ୍ଦୁ ଲିପ୍ ଡିଭିଜନ ଅଧୀନରେ ନବରଙ୍ଗପୁର, ପାପଡ଼ାହାଣ୍ଡି,୩୯୩ଟି କେନ୍ଦୁପତ୍ର କିଣା ପଡ଼ି ରହିଛି। ୨୦୨୪ରେ ୮୦ ହଜାର ୯୪୭ କେନ୍ଦୁପତ୍ର ତୋଳାଳୀଙ୍କଠାରୁ ପତ୍ର କିଣାଯାଇ ୫କୋଟି ୫୪ଲକ୍ଷ ଟଙ୍କା ଦିଆଯାଇଥିଲା।

୨୦୨୫ରେ ୯୦ହଜାର ତୋଳାଳୀଙ୍କଠାରୁ କେନ୍ଦୁପତ୍ର କେରି କିଣିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ନବରଙ୍ଗପୁର ଡିଭିଜନ୍ ଡିଏଫଓ ଘନଶ୍ୟାମ ମହନ୍ତ ଏଥି ପାଇଁ ରାଜ୍ୟ ସରକାର ୫କୋଟି ୯୭ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। କେନ୍ଦୁପତ୍ର କିଣିବା ପାଇଁ କୋଲକାତା, ଦାର୍ଜିଲିଂ, ଆନ୍ଧ୍ର ଓ ତେଲେଙ୍ଗାନାର ବିଭିନ୍ନ କମ୍ପାନି ଅଗ୍ରୀମ ଭାବେ ଟଙ୍କା ଦେଇ କେନ୍ଦୁପତ୍ର ନେଉଥିବା ସୂଚନା ମିଳିଛି। କେନ୍ଦୁପତ୍ର ତୋଳା କାମରେ ଜିଲ୍ଲାର ୮୦ରୁ ୯୦ ହଜାର ପରିବାର ନିୟୋଜିତ ହେଉଛନ୍ତି । ତୋଳା ବାବଦକୁ ମିଳୁଥିବା ପ୍ରାପ୍ୟ ତୋଳାଳୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ଶ୍ରମିକଙ୍କୁ ପତ୍ର ତୋଳା ବାବଦ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ, ପୂର୍ବରୁ ୧ ହଜାର ଜେରି ବଦଳରେ ଯେଉଁ ସୁବିଧା ମିଳୁଥିଲା ଏବେ ୨ ହଜାର କେରି ଦେଲେ ସେହି ସୁବିଧା ମିଳିବାକୁ ନେଇ ଶ୍ରମିକ ହତାଶ ହୋଇଛନ୍ତି। ତେବେ ଜନଶ୍ରୀ ବୀମା, ୱେଲଫେୟାର ଟ୍ରଷ୍ଟରେ ସାମିଲ କରାଯାଇ ମୃତବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ସହାୟତା, ପିଲାଙ୍କ ପାଠପଢ଼ା ଖର୍ଚ୍ଚ ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗଇ ଦିଆଯାଉଛି! ୨୦୨୪ ମସିହାରେ ତୋଳାଳୀଙ୍କୁ ମିଳିନଥିବା ସହାୟତା ରାଶି ଅଳ୍ପ ଦିନରେ ପ୍ରଦାନ କରାଯିବ ବୋଲି କହିଛରି କେନ୍ଦୁ ଲିପ୍ ଡିଏଫଓ ଥିବା ଶ୍ରୀ ମହନ୍ତ |

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button