EducationOdishaPolitics

ଦଳବେଡ଼ା ବାଳିକା ହାଇସ୍କୁଲକୁ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର

ଚନ୍ଦାହାଣ୍ଡି, ୫/୬ :ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡ଼ାସ୍ଥିତ ସରକାରୀ ଏସ୍ଏସ୍‌ଡି ବାଳିକା ଉଚ୍ଚ ବିଦ୍ୟାଳୟକୁ ୨୦୨୪– ୨୫ ଶିକ୍ଷା ବର୍ଷରେ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର ମିଳିଛି। ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ବଟି ଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ପୁରସ୍କାର ପ୍ରଦ ପ୍ରଦାନ କରିଛନ୍ତି। ଛନ୍ତି। ଏହି ଏ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ଚନ୍ଦାହାଣ୍ଡି ବ୍ଲକ ଚେୟା ୟାରମ୍ୟାନ ନୃସିଂହ ମାଝୀ ଏବଂ ଦଳବେଡା ଗ୍ରାମବାସୀ ବିଦ୍ୟାଳୟର ସମସ୍ତ ଶିକ୍ଷ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ସାହୁ, ବିଜ୍ଞାନ ଶିକ୍ଷକ ଦେବେନ୍ଦ୍ର ନାଥ ନାୟକ, ବରିଷ୍ଠ ଇଂରାଜୀ ଶିକ୍ଷୟିତ୍ରୀ ଜୟଶ୍ରୀ ସାମଲ, ଓଡ଼ିଆ ଶିକ୍ଷକ ମନ ତୂମର ମର ମାଳି, ବିଜ୍ଞାନ ଶିକ୍ଷୟିତ୍ରୀ ଶାଶ୍ବତୀ ପଣ୍ଡାଙ୍କ ପରିଶ୍ରମ ଓ ସାଧୁ ଉଦ୍ୟମ ଯୋଗୁ

ବିଦ୍ୟାଳୟ ଏହି ସଫଳତା ମିଳିଛି। ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ପାଇଁ ଏହି ସଫଳତା ମିଳିଥୁବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାହୁ ପ୍ରକାଶ କରିଛନ୍ତି। ଏବଂ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ନିମନ୍ତେ ଚୟନ କରିଥିବାରୁ ଝରିଗାଁ ବନାଞ୍ଚଳ ଅଧିକାରୀ ଓ ନବରଙ୍ଗପୁର ଜିଲା ବନଖଣ୍ଡ ଅଧିକାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି I ପ୍ରକାଶ ଯେ ବିଦ୍ୟାଳୟର ଇକୋ କ୍ଲବ୍ ସହାୟତାରେ ବିଭିନ୍ନ ସମୟରେ ଚାରାରୋପଣ, ବନମହୋତ୍ସବ ପାଳନ, ଶକ୍ତି ସଂରକ୍ଷଣ, ଆବର୍ଜନା ବର୍ଜନା ପରିଚାଳନା, ପରିଚାଳନା ଜଳ ସଂରକ୍ଷଣ ଭଳି ବିଭିନ୍ନ ଜନ ସଚ ସଚତନତା କାର୍ଯ୍ୟକ୍ରମ କରାଯାଏ। ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱ ତୃତ୍ବରେ ଝରିଗାଁ ବନାଞ୍ଚଳ ନର୍ସରୀରୁ পো, ଶାଗୁଆନ, ଅଁଳା, ହରିଡା, ବାହାଡ଼ା ଡ଼ା,କୃଷ୍ଣ ଚୁଡ଼ା, ରାଧା ଚୁଡ଼ା, ଆମ୍ବ, ଜମୁ କୋଳି, ପଣସ , ଲେମ୍ବୁ, କମଳା ଆଦି ଚାରାରୋପଣ କରାଯାଇ ବିଦ୍ୟାଳୟରେ ସୁସ୍ଥ, ସୁନ୍ଦର, ସବୁଜିମା ଭରା ଏକ ଆକର୍ଷଣୀୟ ପରିବେଶ ସୃଷ୍ଟି ହୋଇଛି।

Odisha State News

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button