EducationNationOdisha

ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର

ମାଲକାନଗିରି,୬/୬ : ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ଶିବିର ।ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯୋଗ ଦେଇ ଶିବିରଟିକୁ ଉଦଘାଟନ କରି କହିଲେ ଯେ,ଆଜିର ଶିଶୁ କାଲିର ସୁନାଗରିକ,ଶିଶୁ ହସିଲେ ଦୁନିଆ ହସିବ,ପ୍ରତ୍ୟେକ ଶିଶୁ ଆଗାମୀ ଦିନରେ ଦେଶ ଓ ଜାତି ଗଠନରେ ସାମିଲ ହେବାର ଆବଶ୍ୟକତା ରହିଛି।

ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଳା ପ୍ରଶାସନର ମିଳିତ ଅନୁକୂଲ୍ୟରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ନେଇ ପାଞ୍ଚ ଦିନିଆ ଗ୍ରୀଷ୍ମ କାଳୀନ ଶିବିର ଚାଲାଣଗୁଡା ପଞ୍ଚାୟତ ଚମ୍ପାନଗର ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି I ଜିଲ୍ଲାର ୪ ଟି ଶିଶୁ ଯତ୍ନ ଅନୁଷ୍ଠାନର ଶତାଧିକ ଶିଶୁ ଓ ୪୦ ରୁ ଅଧିକ କର୍ମକର୍ତ୍ତାମାନଙ୍କୁ ନେଇ ଦୀର୍ଘ ୫ ଦିନ ପାଇଁ ଏହି ଗ୍ରୀଷ୍ମ କାଳୀନ ଅଧିବେଶନର ଶୁଭାରମ୍ଭ ହୋଇଅଛି I ଏହି କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ହେଉଛି, ଶିଶୁ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କ ମଧ୍ୟରେ ବ୍ୟକ୍ତିତ୍ୱର ବିକାଶ, ଚରିତ୍ର ଗଠନ, ଦକ୍ଷତାର ଅବିବୃଦ୍ଧି ଓ ଏକ ପୂର୍ଣ୍ଣାଙ୍ଗ ବିକଶିତ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ମଣିଷ ଭାବରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସରେ ମୁଖ୍ୟଵକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚେୟାରମେନ ସଂଯୁକ୍ତା ପ୍ରଧାନ,ଜିଲ୍ଳା ସମାଜ ମଙ୍ଗଳ କାର୍ଯ୍ୟାଳୟର ସୁରକ୍ଷା ଅଧିକାରୀ ଇନ୍ଦିରା ପ୍ରଧାନ ଯୋଗଦେଇ ଶିଶୁ ମାନଙ୍କ ମଧ୍ୟରେ ଉତ୍ତମ ଚରିତ୍ର ଗଠନ ଓ କଠିନ ଅଧ୍ୟବସାୟ ପାଇଁ ପ୍ରେରଣା ପ୍ରଦାନ କରିବା ସହ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନକୁ ସମ୍ମାନ ଦେବା ସଙ୍ଗେସଙ୍ଗେ ଏହାକୁ ମାନି ଚାଲିବାକୁ ମତ ବ୍ୟକ୍ତ କରିଥିଲେ I ଏଥିସହ ପ୍ରତ୍ୟେକ ଶିଶୁ ଆଗାମୀ ଦିନରେ ଦେଶ ଓ ଜାତିର ଗଠନରେ ସାମିଲ ହେବା ପାଇଁ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ I ଶିଶୁମାନଙ୍କ ମଧ୍ୟରେ ଧର୍ଯ୍ୟ, କାର୍ତ୍ତବ୍ୟ ନିଷ୍ଠା, ସମୟାନୁବର୍ତ୍ତିତା, ଦୃଢ ସଂକଳ୍ପ, ଚରିତ୍ର ଗଠନ ଓ ଦକ୍ଷତାର ଅବିବୃଦ୍ଧି ପାଇଁ ସୁପରାମର୍ଶ ପ୍ରଦାନ କରିଥିଲେ I ପରିବର୍ତ୍ତନ ଶିଶୁ ଗୃହ, ନୀଳାଚଳ ଆଦିବାସୀ ସେବାଶ୍ରମ, ଜୟ ଶିଶୁ ଗୃହ ଓ ବନବାସୀ ଶିଶୁ ଆଶ୍ରମର ଅନ୍ତେବାସୀର ମୁଖ୍ୟ ପରିଚାଳକ, ସମସ୍ତ କର୍ମକର୍ତ୍ତା, ଶିଶୁ ସହାୟତା ଲାଇନର କର୍ମକର୍ତ୍ତା, ସ୍ୱତନ୍ତ୍ର ପର୍ଯ୍ୟବେକ୍ଷଣ ଗୃହର କର୍ମକର୍ତ୍ତା ଏବଂ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ସୁଦେଷ୍ଣା ରାଉତ , ମୌସୁମୀ ମିଶ୍ର, ଗଙ୍ଗା ବଡରାଜୁ, ସୁଶାନ୍ତ, ଶିବ ଓ ଅନ୍ୟ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା I ଏହି ୫ ଦିନିଆ ଗ୍ରୀଷ୍ମ କାଳୀନ ଅଧିବେଶନରେ ଶିଶୁ ଗୃହର ଅନ୍ତେବାସୀ ମାନଙ୍କ ପାଇଁ ଯୋଗ ଓ ଧ୍ୟାନ ପ୍ରଶିକ୍ଷଣ, ଆତ୍ମ ସୁରକ୍ଷା କୌଶଳର ପ୍ରଶିକ୍ଷଣ, ହସ୍ତ କଳା ଓ ହସ୍ତ ଶିଳ୍ପ ପଦାର୍ଥ ପ୍ରସ୍ତୁତି ପ୍ରଶିକ୍ଷଣ,ସଂଗୀତ , ନୃତ୍ୟ , ଆଧୁନିକ ଚିତ୍ରାଙ୍କନ, ବିତର୍କ କୌଶଳ ପ୍ରଶିକ୍ଷଣ ଓ ତୀରନ୍ଧାଜ କୌଶଳ ପ୍ରଶିକ୍ଷଣ, ଜୁଡୋ ଓ ମାର୍ଶାଲ ଆର୍ଟ କୌଶଳ ସହ ପର୍ବତ ଆରୋହଣ ପ୍ରଶିକ୍ଷଣ ଆଦି ସାମିଲ କରାଯାଇଅଛି I ଉପରୋକ୍ତ ପ୍ରଶିକ୍ଷଣ ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକମାନେ ଯୋଗ ଦେଇଛନ୍ତି। ଆତ୍ମ ରକ୍ଷାକୌଶଳ, ଯୋଗ ପ୍ରଶିକ୍ଷଣ ପାଇଁ “ଅଲ ଓଡିଶା ମାର୍ଶାଲ ଆର୍ଟ ଏକାଡେମୀ” ଆଓମା ଗୁରୁକୁଳର ଦକ୍ଷ ପ୍ରଶିକ୍ଷକମାନଙ୍କୁ ନିୟୋଜିତ କରାଯାଇ ଅଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button