
ଝରିଗାଁ – ୫/୬ – ସରକାର ବୃଦ୍ଧବୃଦ୍ଧା, ବିଧବା ମହିଳା ଓ ବିକଳାଙ୍ଗ ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା କରିଛନ୍ତି ।
ହେଲେ କିଛି କିଛି କ୍ଷେତ୍ରରେ ଅବହେଳା ଯୋଗୁଁ ଆଜି ବି ଅନେକ ଯୋଗ୍ୟ ହିତାଧୂକାରୀ ଏହି ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ ହେଉଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ବଡ଼ନୀ ଗ୍ରାମର ସ୍ୱର୍ଗତ ଚୈତନ୍ୟ ମେହେରଙ୍କ ୧୫ ବର୍ଷୀୟା ଝିଅ କାଞ୍ଚିଲତା ମେହେର ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ହେଁ ଆଜି ଯାଏ ସେ ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ରହିଥିବା ଅଭିଯୋଗ ହୋଇଛି ।ପରିବାର ସଦସ୍ୟ ମାନଙ୍କ କହିବା ପ୍ରକାରେ, କାଞ୍ଚିଲତା ହେଉଛନ୍ତି ଜଣେ ମାନସିକ ବିକଳାଙ୍ଗ ଝିଅ । ସେ ୭୫ ପ୍ରତିଶତ ଭିନ୍ନକ୍ଷମ ଥିବା ତାଙ୍କ ଭିନ୍ନକ୍ଷମ ପ୍ରମାଣପତ୍ରରେ ମଧ୍ଯ ଦର୍ଶାଯାଇଛି |କାଞ୍ଚିଲତାକୁ ଭିନ୍ନକ୍ଷମ ଭତ୍ତା ଯୋଗେଇ ଦେବାକୁ ନିଜ ୱାର୍ଡର ଓ୍ବାର୍ଡ ସଭ୍ୟ ଠାରୁ ଆରମ୍ଭକରି ସରପଞ୍ଚ, ସମିତିସଭ୍ୟ, ପିଇଓ, ଏପରିକି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୂକାରୀ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଆବେଦନ କରିଥିଲେ ସୁଦ୍ଧା କାଞ୍ଚିଲତା ଏହି ଯୋଜନାରୁ ବଞ୍ଚିତ ରହିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷେ ୪ ବର୍ଷ ତଳେ ବାପା କୋରାନା ସଂକ୍ରମଣ ସମୟରେ ପର ପାରିକୁ ଚାଲିଯାଇଥିବା ବେଳେ ଭିନ୍ନକ୍ଷମ ଝିଅର ଚିନ୍ତାରେ ବିଧବା ମାଁ ।
ଭିନ୍ନକ୍ଷମ ଝିଅ ପରିବାରରେ ସବୁଠୁ ବଡ ସନ୍ତାନ ତାପରେ ଅଛନ୍ତି ତିନି ପୁଅ। ମାଁ ନିଜ ପେଟ ସହ ଚାରିଟି ପ୍ରାଣୀର ଭରଣପୋଷଣ ବୋଝ ମୁଣ୍ଡାଇଛନ୍ତି|| ଆର୍ଥିକ ସ୍ଥିତି ଦୁର୍ବଳ। ଅଳ୍ପ କିଛି ଅଛି ଚାଷ ଜମି । ଜମିରୁ ଯାହା ମିଳେ ସମୁଦ୍ରକୁ ଶଙ୍ଗେ ପାଣି।
Govinda tripathy 84805 56478 district president nabarangpur