EntertainmentOdisha

ବ୍ଲକ କଲୋନୀ ବିଦ୍ୟାଳୟ କୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ


କାଲିମେଳା, 5.6 ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ସଦର ମହକୁମା ଠାରେ ଥିବା ବ୍ଲକ କଲୋନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚଳିତ ବର୍ଷ ଓଡ଼ିଶା ସରକାରଙ୍କଠାରୁ ପ୍ରକୃତି ମିତ୍ର ପୁରସ୍କାର ୨୦୨୪ ପାଇଛି।ରାଜ୍ଯ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ବର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟା ପରିସରରେ କୃଷି ଶିକ୍ଷା ସଦନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମୁଖ୍ୟ ଶାସନସଚିବ ମନୋଜ ଆହୁଜା, ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ଓ ଅନ୍ୟନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲା ର ଏକମାତ୍ର କାଲିମେଳା ବ୍ଲକ ସଦର ମହକୁମା ଠାରେ ଥିବା ବ୍ଲକ କଲୋନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ବିଶ୍ଵ ପରିବେଶ ଦିବସରେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଛି lଏହି ଅବସରରେ ବିଦ୍ୟାଳୟ କୁ 20 ହଜାର ତାଙ୍କର ଚେକ ଏବଂ ମାନପତ୍ର ପ୍ରଦାନ କରାଯାଇଛି l ବିଦ୍ୟଳୟ ର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ଜେନା ଏବଂ ଜାତୀୟ ସବୁଜ ବାହିନୀର ଦାୟିତ୍ଵ ରେ ଥିବା ଶିକ୍ଷକ ଧୃବ ଚରଣ ନାୟକ ଉପସ୍ଥିତ ରହି ଅତିଥି ଙ୍କ ଠାରୁ ସମ୍ମାନୀତ ହୋଇଥିଲେ l ସୂଚନା ଥାଉକି ଏହି ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ଶିକ୍ଷକ ଶ୍ୟାମ ସୁନ୍ଦର ଜେନା ଏବଂ ଧ୍ରୁବ ଚରଣ ନାୟକ ଯାହାଙ୍କର ନେତୃତ୍ୱ ରେ ବିଦ୍ୟାଳୟ ରେ ଫୁଲ ବଗିଚା, ଔଷଧ ବଗିଚା, କିଚେନ ଗାର୍ଡେନ ଆଦି ତିଆରି କରିବା ସହିତ ନିକଟସ୍ଥ ଗ୍ରାମରେ ଚାରା ବଣ୍ଟନ, ନୂତନ ଜଙ୍ଗଲ ସୃଷ୍ଟି, ଲୋକ ମାନଙ୍କ ମଧ୍ୟରେ ସଚେତନତା, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଭଳି ବିଭିନ୍ନ କାର୍ଯ୍ୟ କରି ଆସୁଥିବା ଦେଖିବାକୁ ମିଳେ l

Web@admin

Related Articles

Leave a Reply

Your email address will not be published. Required fields are marked *

Back to top button