
ନବରଙ୍ଗପୁର ୦୫/୦୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଇଚ୍ଛାପୁର ପଞ୍ଚାୟତରେ ୨ ଗାଁସାଥ୍ଙ୍କୁ ପୁନଃ ନିଯୁକ୍ତି ମିଳିଛି। ପୁନଃ ନିଯୁକ୍ତି ପାଇଥିବା ଦୁଇ ଜଣ ହେଲେ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ । ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ୨ ମେଟ ( ଗାଁ ସାଥ୍) କୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ଲକ କାର୍ଯ୍ୟାଳ ଝରିଗାଁ ବିଡିଓ ମଧୁସୂଦନ ମାଝୀ ଏବଂ ଇଛାପୁଗ ।ପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଛବିଲାଲ ସାହୁ ପୁନଃ । ନିଯୁକ୍ତି ଆଦେଶ ପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟାଳୟରେ ପୂର୍ବରୁ ଇଚ୍ଛାପୁର ଗାଁ ପାଇଁ ଚିତ୍ରସେନ ତିୱାରୀ ଏବଂ କେଦୁରାମ ନାୟକ ଗାଁ ସାଥ୍ ଭାବେ ଚୟନ ହୋଇ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ୨୦୨୨ରେ ଦୁଇ ଜଣ କାର୍ଯ୍ୟରତ ମେଟଙ୍କୁ ଇଚ୍ଛାପୁର ଗ୍ରାମପଞ୍ଚାୟତ ସରପଞ୍ଚ ହଟାଇ ଦେଇ ଅନ୍ୟ ୨ ଜଣଙ୍କୁ ନିଯୁକ୍ତି କରିଥିଲେ। ହେଲେ ବିନା କାରଣରେ ହଟାଇବା ଥିବାରୁ ଚିତ୍ରସେନ କେଦୁରାମ ଉଚ୍ଚତମ ନ୍ୟାୟଳୟର ଦ୍ବାରସ୍ଥ ହୋଇଥିଲେ। ଉଚ୍ଚତମ ନ୍ୟାୟଳୟ ଆଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟରେ ହଟାଇଥିବା ୨ଜଣ ଗାଁସାଥ୍ଙ୍କୁ ପୁନଃ କାର୍ଯ୍ୟରେ ନିଯୁକ୍ତି କରିବା ପାଇଁ ଆଦେଶ ଦେବା ପରେ ଇଚ୍ଛାପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପୁନଃ ନିଯୁକ୍ତିପତ୍ର ଦିଆଯାଇଛି। ନିଯୁକ୍ତି ହୋଇଥିବା୨ ଜଣ କମଳସାଏ ପୂଜାରୀ ଏବଂ ଶ୍ୟାମ ମାଝୀଙ୍କୁ ଇଚ୍ଛାପୁର ଗାଁସାଥ୍ ପଦରୁ ହଟାଇ ଦିଆଯାଇଛି। ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ପୁନଃ ନିଯୁକ୍ତି ହୋଇଥିବା ୨ଜଣ ଗାଁସାଥ୍ କହିଛନ୍ତି ।
Govinda tripathy 84805 56478 district president nabarangpur