
ଉମରକୋଟ 05/06: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ସମୃଦ୍ଧ ଓଡ଼ିଶା ସଂକଳ୍ପ ଆହୁରି ମଜଭୁତ କରିଛି ଓଡ଼ିଶାକୁ। ଏହି ଯୋଜନାର ସଫଳ ରୂପାୟନ ବଳରେ ରାଜ୍ୟରେ ପ୍ରଗତିଧାରା ଆହୁରି ଦିନକୁ ଦିନ ତ୍ବରାନ୍ବିତ ହେବ। ଗାଁ ଗୁଡ଼ିକ ହେବ ବିକାଶର ଗ୍ରୋଥ ଇଞ୍ଜିନ । ଗାଁ ଲୋକଙ୍କ ‘ଲିଭିଙ୍ଗ’ ରେ ଉନ୍ନତି ଆସିବ। ରାସ୍ତାଘାଟ ସହିତ ଶିକ୍ଷା ଭିରିଭୂମି, କମ୍ୟୁନିଟି ଆସେଟ, ପୂଜାପାଠ ସ୍ଥାନର ହେବ ଲନ୍ନତିକରଣ । କ୍ରୀଡା ଭିରିଭୂମି, କ୍ଷୁଦ୍ର ପର୍ଯ୍ୟଟନ ପ୍ରକଳ୍ପ ଆଦିର ହେବ ବିକାଶ। ଗାଁ ଭିରିଭୂମିର ବିକାଶ ପାଇଁ ବର୍ଷକୁ ଏକ ହଜାର କୋଟି ଟଙ୍କା । ପ୍ରାୟ ୬୦ ହଜାର ଗାଁରେ ପ୍ରବାହିତ ହେବ ବିକାଶର ଗଙ୍ଗା। ପାଞ୍ଚ ବର୍ଷ ପାଇଁ ୫୦୦୦ କୋଟିର ବ୍ୟୟବରାଦ । ଓଡ଼ିଶା ରାଜ୍ୟ ସରକାରଙ୍କ ନିଷ୍ପରି ଦ୍ବାରା ବୃଦ୍ଧି ହୋଇପାରେ ଯୋଜନାର ଅବଧୂ । ରାଜ୍ୟ ସରକାରଙ୍କ ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା ଓ ଗ୍ରାମୀଣ ବିକାଶକୁ ଦେବ ନୂଆ ଗତି । ସମୃଦ୍ଧ ଓଡି଼ଶା ଗଠନର ହାଇ-ୱେ ହେବ ଉପରୋକ୍ତ ଯୋଜନା ଗୁଡ଼ିକ |
ହେଲେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳରେ ଥିବା ମାଟି ରାସ୍ତା ଗ୍ରାମକୁ ସବୁ ଦିନିଆ ପାଇଁ କେବେ ହେବ ପକ୍କା ରାସ୍ତା ? ଗାଁରେ ପଡ଼ୁନି ନେତା କି ମନ୍ତ୍ରୀଙ୍କ ପାଦ । ମୌଳିକ ସୁବିଧାରେ ଜମିଲାଣି ମଳି।ଗାଁ ବିକାଶ ହେଲେ ରାଜ୍ୟ ଓ ଦେଶର ବିକାଶ ହେବ, ସେହିପରି ଗାଁକୁ ଭଲ ରାସ୍ତା ହେଲେ ହିଁ ବିକାଶ ସମ୍ଭବ ବୋଲି ଉମରକୋଟ ବ୍ଲକ ବେହେତା ପଞ୍ଚାୟତ ଅନ୍ତର୍ଗତ ଲିମାଗୁଡା, କୁମିବନ୍ଦ ( କୁମିବେଢା ) ଓ ସିଇନାଗୁଡ଼ାର ନାଉକୁ ଗଣ୍ଡ, ଯୁଗଧର ଗଣ୍ଡ, ସନାଧାର ଗଣ୍ଡ, ଶ୍ୟାମଲାଲ ଗଣ୍ଡ, କପୁର ଗଣ୍ଡ, ସୁକନାଥ ଗଣ୍ଡ ଓ ବଳ ଭତ୍ରା ସହ ପ୍ରମୁଖ ଗ୍ରାମବାସୀ ମାନେ ଘୋର ଅଭିଯୋଗ କରିଛନ୍ତି ଗ୍ରାମରେ ଯିବା ଆସିବା ମୁଖ୍ୟ ରାସ୍ତାକୁ ନେଇ । ଲିମାଗୁଡାଠୁ ସିଉନାଗୁଡ଼ା ଭାୟା କୁମିବନ୍ଦ( କୁମିବେଜା ) ଯିବା ପାଇଁ ରାସ୍ତାକୁ ନେଇ ଏହି ତିନି ଗ୍ରାମବାସୀ ବୃନ୍ଦ ଅଭିଯୋଗ କରିବା ଓ ଉଚ୍ଚସ୍ତରୀୟ ପ୍ରଶାସନକୁ ଲିତ ଆକାରରେ ଜଣାଇବା ପରେ ମଧ୍ଯ ଫଳ ଶୂନ୍ୟ । ୩୫ ବର୍ଷ ଧରି ଏହି ତିନି ଖଣ୍ଡ ଗାଁ ରାସ୍ତା ପାଇଁ ନରକ ଯନ୍ତ୍ରଣା ଭୋଗୁଛନ୍ତି ଗୁମାବାସୀ । ଖାଲ ଗର୍ତରେ ପଢି ଆକସ୍ମିକ ଦୁର୍ଘଟନାର ଶିକାର ହେଉଛନ୍ତି ବାଟୋଇ ସହ
ଗ୍ରାମ୍ୟଲୋକେ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ତିନି ଖଣ୍ଡ ଗାଁ ରାସ୍ତାର ସମସ୍ୟା ଦୂରୀଭୀତ କରି ଦେଲେ ଗାଁ ଲୋକେ ଉପକୃତ ହୋଇପାରନ୍ତେ କହି ଗୁହାରି କରିଛନ୍ତି ।
Govinda tripathy 84805 56478 district president nabarangpur