
ଚନ୍ଦାହାଣ୍ଡି,୩/୬: ଚନ୍ଦାହାଣ୍ଡି ବ୍ଳକ ଦଳବେଡା ପଞ୍ଚାୟତର ଜାମପଡା ଗାଁର ବୃଦ୍ଧା ଦୁର୍ପତୀ ମାଝୀ(୭୯)ଙ୍କ ଆଧାରକାର୍ଡ ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଆଧାର କାର୍ଡ ଅଭାବରେ ତାଙ୍କୁ ମାଗଣା ଚାଉଳ ସମେତ ଅନ୍ୟାନ୍ୟ ସରକାରୀ ସୁବିଧା ମିଳୁନାହିଁ । ବୟସାଧିକ୍ୟ କାରଣରୁ ଦୁର୍ପତୀ ଆଧାରକାର୍ଡ ତି ଆରି କରିବାରେ ଅସମର୍ଥ ହୋଇପଡ଼ିଛନ୍ତି। ପୁଅ ହଳଧର (୬୧)ଙ୍କ ସହ ସେ ରହୁଥିବା ବେଳେ ଆଧାରକାର୍ଡ କରିବା ପାଇଁ ଉଭୟ ନବରଙ୍ଗପୁର, କଳାହାଣ୍ଡି ଓ ଛତିଶଗଡ଼ ପର୍ଯ୍ୟନ୍ତ ବୁଲି ବୁଲି ଖର୍ଜାନ୍ତ ହୋଇଥିବା କହିଛନ୍ତି । ହଳଧର କହିଛନ୍ତି, ଆଙ୍ଗୁଠି ଚିହ୍ନ (ଫିଙ୍ଗରପ୍ରିଣ୍ଟ) କମ୍ପ୍ୟୁଟରରେ କ୍ୟାପଚର ହୋଇପାରୁ ନଥିବାରୁ ତିଆରି ହୋଇପାରୁନି। ହଳଧର ଅତ ଗରିବ ଶ୍ରେଣୀର ହୋଇଥିବା ବେଳେ ତ ପରିବାରରେ ବୃଦ୍ଧା ମା’ଙ୍କୁ ମିଶାଇ 2 ସଦସ୍ୟ ଅଛନ୍ତି । ଅଭାବ ଅନଟନ ତାଙ୍କ ପରିବାର ଅବସ୍ଥା ଅତି ଦୟନୀ ଆଧାରକାର୍ଡ କରାଯାଇ ତୁରନ୍ତ ଚାଉ ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବ ପରିବାର ଲୋକେ ନିବେଦନ କରିଛନ୍ତି ସମ୍ପର୍କରେ ବ୍ଳକ୍ ଯୋଗାଣ ନିରୀକ୍ଷକ ପୃଥ୍ବୀ ମେହେରଙ୍କୁ ପଚାରିବାରୁ ତୁରନ୍ତ କରି ପଦକ୍ଷେପ ନେବେ ବୋଲି କହିଛ l
Govinda tripathy 84805 56478 district president