BusinessOdishaPolitics

ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ବୈପାରୀଗୁଡ଼ା,୧/୬: ବିଭିନ୍ନ ଦା ଦାବି ନେଇ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ପାଇଁ ସଜବ ସଜବାଜ ହେଉ ହଉଛି ଡ୍ରାଇଭର ସଙ୍ଘ । ବୈପାରୀଗୁଡା ସଦର ମହକୁମା ସ୍ଥିତ ହାଟପଦା ଠାରେ ରବିବାର ଅପରାହ୍ନରେ ଡ୍ରାଇଭର ସଙ୍ଘ ପକ୍ଷରୁ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ସଭାପତି ମାଧବ ବିଶୋଇଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ପୂର୍ବରୁ ବିଭିନ୍ନ ଦାବି ନେଇ ତକ୍ରାଳୀନ ସରକାର ନିକଟରେ ଦାବି ଉପସ୍ଥାପନା କରାଯାଇଛି। ଆନ୍ଦୋଳନ ମଧ୍ୟ ହୋଇଛି। ସେହି ସମୟରେ କିଛି ଦାବି ପୂରଣ ହୋଇଛି।

କିନ୍ତୁ ଅଧିକାଂଶ ଦା ଦାବି ପୂରଣ ହୋଇପାରି ନାହିଁ। ଡ୍ରାଇଭରଙ୍କ ରଙ୍କ ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଜାତୀୟ ରାଜପ ଜପଥର ପ୍ରତି ଶହେ କିଲୋମିଟର ମଧ୍ୟରେ ଶୌଚଳୟ ସହ ପାକିଂ ବ୍ଯବ ବ୍ୟବସ୍ଥା, ଡ୍ରାଇଭ ଡ୍ରାଇଭରଙ୍କ ପିଲାଙ୍କ ଶିକ୍ଷାର ଉନ୍ନତି ଦାବି ପୂରଣ ହୋଇନାହିଁ। ଡ୍ରାଇଭରମାନେ ଅଧୂକାଂଶ ସମୟରେ ବିନା ଦୋଷରେ ଆକ୍ରମଣ ଶିକାର ହେଉଛନ୍ତି। ଏହାକୁ ବନ୍ଦ କରିବା ସହ ଉପରୋକ୍ତ ବଳକା ଦାବି ପୂରଣ ପାଇଁ ରାଜ୍ୟ ସରକାର ପାଖରେ ପୁଣି ଉପସ୍ଥାପନା କରାଯିବ। ଦାବି ପୂରଣ ନ ହେଲେ ପୁଣିଥରେ ଷ୍ଟେରିଙ୍ଗ ଛାଡ ପାଇଁ ଡ୍ରାଇଭର ସଙ୍ଘ ପ୍ରସ୍ତୁତି ଅଛି ବୋଲି ସଙ୍ଘ ସଭାପତି ସୂଚାଇଥିଲେ।

Govinda tripathy 84805 56478 district president

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button