ଛଟେଇ ନବରଙ୍ଗପୁର,୩/୬: ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଲ୍ଆଣ୍ଡକେ କମ୍ପାନି ଜରିଆରେ ୨୦୨୪ ଜାନୁଆରି ୩ତାରିଖରେ ୬ଜଣ ଫାର୍ମାସିଷ୍ଟ, ୨୯ଜଣ ନସିଂ ଅଧିକାରୀ ଓ ୨ଜଣ ଲ୍ୟାବ୍ ଟେକ୍ନିସିଆନଙ୍କୁ ନବରଙ୍ଗପୁର ଜିଲ୍ଲାରେ ନିଯୁକ୍ତି ଦେଇଥିଲେ । ତେବେ ଚଳିତବର୍ଷ ଜାନୁଆରି ୨୮ ତାରିଖରେ ସମସ୍ତଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇଛି। ଯାହାକୁ ବିରୋଧ କରି ଛଟେଇ କର୍ମଚାରୀ ଫେବ୍ରୁଆରି ୧୨ତାରିଖରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ସର୍ବଦଳୀୟ ବୈଠକରେ ସାଂସଦ, ବିଧାୟକ ଓ ସମସ୍ତ ଦଳର ସଭାପତି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଛଟେ କର୍ମଚାରୀଙ୍କୁ ନିଯୁକ୍ତି ପର୍ଯ୍ୟନ୍ତ କେବିକେର ତୁରନ୍ତ ସହାୟତା ରାଶି କର୍ପସ ଫଣ୍ଡ ମାଧ ମାଧ୍ୟମରେ ଥଇଥାନ କାରବାକୁ ଦାବି ରଖିଥିଲେ । ସ୍ବାସ୍ଥ । ସ୍ଥ୍ୟସେବାକୁ ନେଇ ଉତ୍ପନ୍ନ ସମସ୍ୟା ବିଷୟରେ ଜଣାଇବା ସତ୍ତ୍ବେ ରାଜ୍ୟ ସରକାର କଣ୍ଠପାତ କରିଲେ ନାହିଁ। ଅନ୍ୟପଟେ ପ୍ରଚଣ୍ଡ ଖରା ପାଇଁ ସର୍ବଦଳୀୟ ସଂଗଠନର ଅନୁରୋଧ କ୍ରମେ ମାର୍ଚ୍ଚ ୨୪ ତାରିଖରେ ଏହି ଅନଶନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା। ତେବେ ଆସନ୍ତା ଜୁନ୍ ୧୧ତାରିଖ ଦିନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା ଦିଆଯିବ ବୋଲି ଫାର୍ମାସିଷ୍ଟ ଓ ମହିଳ ସ୍ବାସ୍ଥ୍ୟ କର୍ମଚାରୀ ଲିଖିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଛନ୍ତି ।
Govinda tripathy 84805 56478 district president nabarangpur