
ନବରଙ୍ଗପୁର / ତେନ୍ତୁଳିଖୁଣ୍ଟି, ୩/୬: ନବରଙ୍ଗପୁର ଜିଲାପାଳ ଶୁଭଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ର ଶକ୍ରମେ କୃଷି ବିଭାଗ ପକ୍ଷରୁ ଜିଲାସ୍ତରୀୟ ନିରୀକ୍ଷ ନିରୀକ୍ଷଣ ଟିମ୍ ମଙ୍ଗଳବାର ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ବିହନ ଓ ସାର ବ୍ୟବସାୟୀଙ୍କ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଜିଲା ମୁଖ୍ୟ କୃଷି ଅଧୂକାରୀ ପ୍ରଣୟ କୁମାର ମନ୍ତ୍ରୀ, ଅତିରିକ୍ତ ତହସିଲଦାର ସୀମାଞ୍ଚଳ ପାତ୍ର, ଅନୀଲ କୁମାର ପ୍ରହରାଜ, ନନ୍ଦାହାଣ୍ଡି ବ୍ଳକ କୃଷି ଅଧିକାରୀ ଅମିତ କୁମାର ମଲ୍ଲିକ, ବିହନ ନିରୀକ୍ଷକ ବରୁଣ ଧାନଫୁଲ ପ୍ରମୁଖ ନିରୀକ୍ଷଣ ଟିମରେ ରହିଥିଲେ। ଏହି ନିରୀକ୍ଷଣରେ ଜଣେ ବ୍ୟବସାୟୀଙ୍କୁ ଅଧିକାରୀମାନେ ନୋଟିସ୍ ଦେଉଛନ୍ତି।
ସର୍ବମୋଟ ୧୦ ସାର ଓ ବିହନ ବ୍ୟବସାୟୀଙ୍କ ଦୋକାନ ଯାଞ୍ଚ କରାଯାଇଥିଲା। ଏହା ମଧ୍ୟରୁ ୫ଟିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହିତ ୩ଟିକୁ ସାର ବିକ୍ରି ବନ୍ଦ କରିବାକୁ ଚିଠି ହୋଇଛି। ଝାନ୍ସୀରାଣୀ ଟ୍ରେଡର୍ସ ବ୍ୟବସାୟୀ କେ.ଶ୍ରୀକାନ୍ତଙ୍କ ଗୋଦାମରୁ ଶଙ୍କର ଜାତୀୟ ମକା ବିହନ
୧୬ ବ୍ୟାଗ, ଧାନ ୬୨ ବ୍ୟାଗ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପାଖାପାଖ୍ ୧୦ ଲକ୍ଷ ଟଙ୍କା । ଜେ.କେ ଟ୍ରେଡର୍ସର ବ୍ୟବସାୟୀ ବାବୁଲି ଜୈନଙ୍କ ପାଖରୁ ଶଙ୍କର କିସମ ମକା ୫୪ ବ୍ୟାଗ ଓ ଧାନ ୧୦ ବ୍ୟାଗ ଜବତ କରାଯାଇଛି। ଯାହାର ମୂଲ୍ୟ ପାଖାପାଖୂ ୯ ଲକ୍ଷ ଟଙ୍କା
Govinda tripathy 84805 56478 district president nabarangpur