ତେନ୍ତୁଳିଖୁଣ୍ଟି, ୩/ ୬: ଠିକାଦାରଙ୍କ ମନମାନି ଯୋଗୁଁ ହଇରାଣ ହେଉଛନ୍ତି ସାଧାରଣ ଜନତା | ଡାଇଭର୍ସନ ରାସ୍ତା ବ୍ୟବସ୍ଥା ନକରି ପୋଲ ନିର୍ମାଣ ପାଇଁ ତରବରିଆ ଭାବରେ ଖୋଳିଦେଲେ ମୁଖ୍ୟ ରାସ୍ତା । ଫଳରେ ବିଭିନ୍ନ ପଞ୍ଚାୟତବାସୀ ନାହିଁ ନଥୁବା ଅସୁବିଧା ଭୋଗୁଛନ୍ତି।
ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ପଞ୍ଚାୟତ ଅନ୍ତର୍ଗତ ଲକଡିପଲା ଆଦର୍ଶ ବିଦ୍ୟାଳୟ ନିକଟରେ ଏଭଳି ଅବସ୍ଥା ଦେଖୁବାକୁ ମିଳିଛି। ସୂଚନା ମୁତାବକ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮ କୋଟି ବ୍ୟୟ ଅଟକଳରେ ମୂଷାମୁଣ୍ଡି ଗୁଡ଼ା ମୁଖ୍ୟ ଛକ ଠାରୁ ଅଞ୍ଚଳଗୁମ୍ମା, ଝରିଗୁମ୍ମା ଦେଇ କଣ୍ଟା ଗାଁ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋମିଟର ରାସ୍ତା କାର୍ଯ୍ୟ ଦୀର୍ଘ ୩ ବର୍ଷ ହେଲା ନିର୍ମାଣ ଚାଲିଛି I ତଥାପି ସରିବାର ନା ଧରୁନି I ଗତବର୍ଷ ଏହି ରାସ୍ତାର ଉମୁରି ନିକଟରେ ପୋଲ ନିର୍ମାଣ ସମୟରେ ଲୋକଙ୍କୁ ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥିଲା। ଡାଭର୍ସନ ରାସ୍ତା ନଥିବାରୁ ଲୋକଙ୍କୁ ଜମି ଭିତର ଦେଇ ଯିବାକୁ ପଡୁଥିଲା | ଏମିତିକି ପ୍ରବଳ ବର୍ଷା ଯୋଗୁଁ
ଦିନ ଦିନ ଧରି ଯାତାୟତ ଠପ୍ ହୋଇଯାଇଥିଲା I ବର୍ତ୍ତମାନ ଅନୁରୂପ ସମସ୍ୟା ଉପୁଜିଛି I କୌଣସି ଡାଇଭର୍ସନ ରାସ୍ତା ବ୍ୟବସ୍ଥା ନକରି ସମ୍ପୃକ୍ତ ଠିକାଦାର ଜଣଙ୍କ ପୋଲ ନିର୍ମାଣ ପାଇଁ ତରବରିଆ ଭାବରେ ମୁଖ୍ୟ ରାସ୍ତା ଖୋଳି ଦେଇ ଉଭୟ ପାଶ୍ଚର୍ ବନ୍ଦ କରି ଦେଇଛି I ଫଳରେ ଗୁମ୍ମା ପଞ୍ଚାୟତ ସମେତ ଆଖପାଖ ଗ୍ରାମର ହଜାର ହଜାର ଲୋକ ଯାତାଯତ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି I ଏହି ରାସ୍ତା ଦେଇ ବହୁ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟକୁ ଯାଇଥାନ୍ତି I ସେହିପରି ଅଞ୍ଚଳର ଅନେକ ଗ୍ରାମର ଛାତ୍ରଛାତ୍ରୀ ଅଞ୍ଚଳଗୁମ୍ମା ସରସ୍ବତୀ ଶିଶୁ ମନ୍ଦିର ଓ ହାଇସ୍କୁଲରେ ପାଠ ପଢ଼ିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ବର୍ତ୍ତମାନ ମୁଖ୍ୟ ରାସ୍ତା ଖୋଳି ଦେଇ ଡାଇଭର୍ସନ ବ୍ୟବସ୍ଥା ନ କରିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଅପରପକ୍ଷେ ଏହାକୁ ନେଇ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି | ଡାଇଭର୍ସନ ରାସ୍ତା କିମ୍ବା ଯାତାୟତ ସ୍ବାଭାବିକ କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରା ନଗଲେ ରାସ୍ତା ଅବରୋଧ କରି ଧାରଣା ଦିଆଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ରାଜେଶ କୁମାର ସୋରେନଙ୍କୁ ଏହି ସମସ୍ୟା ସମ୍ପର୍କରେ ପଚାରିବାରୁ ଡାଇଭର୍ସନ ରାସ୍ତା ନିର୍ମାଣ ନକରି ସମ୍ପୃକ୍ତ ଠିକାଦାର ଜଣଙ୍କ ରାସ୍ତା ଖୋଳିବା ବିଷୟରେ ପୂର୍ବରୁ କୌଣସି ସୂଚନା ମିଳିନି। ନିନି I ଗଣମାଧ୍ଯମ ପ୍ରତନିଧିଙ୍କ ଜରିଆରେ ଏହି ସୂଚନା ମିଳିଛି । ଏଣୁ ଉପରିସ୍ତ ଅଧିକାରୀଙ୍କ ଦୃଷ୍ଟିକୁ ନେଇ ତୁରନ୍ତ ନ୍ତ ଯାତାୟତ ପାଇଁ ବିକଳ୍ପ ନଳ୍ପ ବ୍ୟବସ୍ଥା କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
Govinda tripathy 84805 56478 district president nabarangpur