OdishaPolitics

ଚମକିବ ବୋରିଗୁଡ଼ା-ଛତିଶଗଡ଼ ସୀମାନ୍ତ ରାସ୍ତା ପୂର୍ତ୍ତ ବିଭାଗ ନିର୍ମାଣ କରିବ ୩୮ କିମି ରାସ୍ତା

ଚନ୍ଦାହାଣ୍ଡି,୩/୬: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବୋରିଗୁଡ଼ା ଚାରିଛକରୁ ଛତିଶଗଡ଼ ରାଜ୍ୟ ଉରମାଲକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ବହୁ ଦୁର୍ଘଟଣା ଘଟିବା ପରେ ଶେଷରେ ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ନିଦ ଭାଙ୍ଗିଛି | ବ୍ଲକ୍ ଅଧୀନରେ ଥିବା ଏହି ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହେବା ପରେ ୩୮ କିମି ରାସ୍ତାର ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା |

ମୋହରା ପଞ୍ଚାୟତ ଦେଇ ଯାଇଥିବା ଉମରକୋଟ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ମୋହରା-ଛତିଶଗଡ଼ ସୀମାନ୍ତ ଉରମାଲ ରାସ୍ତା । ପ୍ରତିବର୍ଷ ମେଟାଲ ମୋରମ ପକାଇ ରାସ୍ତା ନିର୍ମାଣ ଓ ମରାମତି ନାଁରେ ଟଙ୍କା ହରିଲୁଟ କରାଯାଉଛି। ଫଳରେ ରାସ୍ତା କାମ ଉନ୍ନତମାନର ହୋଇପାରୁନି। ଏହାର ସ୍ଥାୟୀ ସମାଧାନ ପାଇଁ ଚନ୍ଦାହାଣ୍ଡି ଅଞ୍ଚଳର ବୁଦ୍ଧିଜୀବୀ ଏବଂ ବିଜେପି କର୍ମକର୍ତ୍ତା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ରାସ୍ତା ବ୍ଲକ ଅଧୀନରେ ଥିବାରୁ ନିର୍ମାଣରେ ସମସ୍ୟା ହେଉଥିବା ସାଂସଦ ଶ୍ରୀ ମାଝୀ ଜାଣିବା ପରେ ଚନ୍ଦାହାଣ୍ଡି ବିଡିଓଙ୍କୁ ପୂର୍ତ୍ତ ବିଭାଗକୁ ରାସ୍ତା ହସ୍ତାନ୍ତର କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସାଂସଦ ଶ୍ରୀ ମାଝୀ ପୂର୍ଷ ବିଭାଗ ସହକାରୀ ଯନ୍ତ୍ରୀ ମନୋଜ କୁମାର ସାହୁଙ୍କୁ ସହ ରାସ୍ତା ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ।

ମରାମତି ଅଭାବରୁ ରାସ୍ତା ସଙ୍କୁଚିତ ହେବା ସହ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇଛି। ଫଳରେ ଯାତାୟତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛତିଶଗଡ଼ ସରକାର ତେଲନଦୀର ଉରମାଲ ଘାଟରେ ପୋଲ ନିର୍ମାଣ କରିବା ପରେ ଛତିଶଗଡ଼ ରାଜଧାନୀ ରାୟପୁରକୁ ପହଞ୍ଚିବାକୁ ମାତ୍ର ୪ରୁ ୫ ଘଣ୍ଟା ସମୟ ଲାଗୁଥିବାରୁ ଏହି ପୋଲ ଉପର ଦେଇ ସମସ୍ତ ଗାଡ଼ି ଚଳାଚଳ କରୁଛି। ବୋରିଗୁଡ଼ା ଛକରୁ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ୩ କିମି ରାସ୍ତା ଓଡ଼ିଶା ସରକାର ପୂର୍ବ ବିଭାଗକୁ ହସ୍ତାନ୍ତର କରି ଦୁଇ ଲେନ ରାସ୍ତା ନିର୍ମାଣ କଲେ ଅଞ୍ଚଳବାସୀ ବିଶେଷ ଉପକୃତ ହେବା ସହ

ଯାତାୟାତ ସୁଗମ ହୋଇପାରନ୍ତା। ଏହି ରାସ୍ତା ଉପରେ ପଡୋଶୀ ଛତିଶଗଡ଼, କଳାହାଣ୍ଡି, ନୂଆପଡ଼ାବାସୀ ଯାତାୟତ ପାଇଁ ନିର୍ଭର କରିଥାନ୍ତି | ପୂର୍ତ୍ତ ବିଭାଗ ପକ୍ଷରୁ ବର୍ତମାନ ବଡମୁଣ୍ଡାଠାରୁ ତେଲନଦୀ ପୋଲ ପର୍ଯ୍ୟନ୍ତ ଭାୟା ଜୟନ୍ତଗୋଛିଆପଡ଼ା ୫କିମି ରାସ୍ତା ଦୁଇ ଲେନ ହେବା ସହ ମାଲଗାଁଠାରୁ କଳାହାଣ୍ଡି ସୀମାନ୍ତ ଭାୟା ଭାଲୁଡବା ୧୨ କିମି, ଚନ୍ଦାହାଣ୍ଡିରୁ ବୈଦପଡା ୬.୫ କିମି, ଚନ୍ଦାହାଣ୍ଡି ହନୁମାନ ମନ୍ଦିରରୁ ସାଲେଭଟା ଛକ ୫.୫ କିମି, ଦଣ୍ଡାମୁଣ୍ଡାରୁ ଚିଲିଗାଁ ଭାୟା ଭାତିପଡା ୯କିମି ରାସ୍ତା ନୂତନ ଭାବେ ପୂର୍ବ ବିଭାଗ ପକ୍ଷରୁ ନିର୍ମାଣ ହେବ। ଏଥି ନିମନ୍ତେ ଖୁବ ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ ବୋଲି ପୂର୍ବ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Govinda tripathy 84805 56478 district president nabarangpur

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button