BusinessOdisha

ନିର୍ମାଣ ହେବ ସପିଂ ମଲ୍

ଦୈନିକ ବଜାରକୁ ଭାଙ୍ଗି ସେଠାରେ ନିର୍ମାଣ ହେବ ସପିଂ ମଲ୍

ନବରଙ୍ଗପୁର,୨|୬: ନବରଙ୍ଗପୁର ସହରରେ ବିପଦସଂକୁଳ ଅବସ୍ଥାରେ ଥିବା ସଂଜୟ ଦୈନିକ ବଜାରକୁ ଭାଙ୍ଗି ସେଠାରେ ନିର୍ମାଣ ହେବ ସପିଂ ମଲ୍। ଏଥିପାଇଁ ପୌର ପ୍ରଶାସନ ଡିପିଆର୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି। ରାଜ୍ୟ ନଗର ଉନ୍ନୟନ ଓ ଗୃହ ବିଭାଗରୁ ଏହା ଅନୁମୋଦନ ହୋଇ ଆସିବା ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ପୌର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି

ପ୍ରାୟ ୮ ବର୍ଷ ତଳେ ସଂଜୟ ଦୈନିକ ବଜାର ଏଲଆଇସି କାର୍ଯ୍ୟାଳୟ ନିକଟରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର ହୋଇଥିଲା | କିନ୍ତୁ ଆମିଷ ବଜାର ସ୍ଥାନାନ୍ତର ହୋଇନଥିଲା। ବଜାର ମଧ୍ୟରେ ଥିବା ୩୦ଟି ଷ୍ଟଲ୍ ଅବ୍ୟବହୃତ ଭାବେ ରହିବା ଯୋଗୁଁ ଏବେ ବିପଦସଂକୁଳ ଅବସ୍ଥାକୁ ପଳାଇ ଆସିଛି। ପୁରୁଣା ପିଣ୍ଡି ଅବସ୍ଥା ନ କହିବା ଭଲ | ପୂଷ୍ଟିଗନ୍ଧମୟ ପରିବେଶ ଯୋଗୁଁ ନାକ ଫାଟି ପଡୁଛି। ସେହିପରି ସହରରେ ସ୍ବତନ୍ତ୍ର ଆମିଷ ବଜାର ନଥିବାରୁ ବିଭିନ୍ନ ଛକରେ ମାଛ ମାଂସ ବିକାଳି ଖୋଲାମେଲାରେ ଦୋକାନ କରିଛନ୍ତି। ସଂଜୟ ଦୈନିକ ବଜାର ସ୍ଥାନାନ୍ତର ପରେ ଏହାର ରକ୍ଷଣାବେକ୍ଷଣ ଦିଗରେ ପୌରପାଳିକା କିଛି ପଦକ୍ଷେପ ନ ନେବା ଯୋଗୁଁ ବର୍ତମାନ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଠାରେ ନିଶାଡ଼ି, ଗଞ୍ଜେଇ ସେବନକାରୀଙ୍କ ସହ ଛୋଟ ବଡ଼ ଅପରାଧିକଙ୍କ ଆଡ୍ଡା ଜମୁଛି। ଏପରିକି ବିଭିନ୍ନ ଅପରାଧ ପାଇଁ ଏଠାରୁ ହିଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ହେଉଛି। ତେଣୁ ପୌରପାଳିକା ଏହାକୁ ଭାଙ୍ଗି ଏଠାରେ ସପିଂ ମଲ୍ କିମ୍ବା ଅତ୍ୟାଧୁନିକ ବଜାର କରିଥିଲେ ଏଥିରୁ ବହୁ ରାଜସ୍ବ ପାଇବା ସହ ଆୟର ସ୍ରୋତ ବି ବଢ଼ିପାରନ୍ତା ବୋଲି କହିଛନ୍ତି ସଂଜୟ ଦୈନିକ ବଜାରର ପୂର୍ବତନ ସଭାପତି ରାକେଶ ଗୁପ୍ତା | ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ

୩ରୁ ୪ ମହଲା ସପିଂ ମଲ୍ ୩ କୋଟି ବ୍ୟୟରେ କରାଯିବାକୁ ପ୍ରସ୍ତାବ ଦିଆଯାଇଥିଲା ବୋଲି ନବରଙ୍ଗପୁର ଚାମ୍ବର ଅଫ କମର୍ସର ସଭାପତି କାହ୍ନୁ ଦାସ କହିଛନ୍ତି। ଏହି ପ୍ରସ୍ତାବକୁ ସମର୍ଥନ କରି ବିଧାୟକ ଗୌରୀଶଙ୍କର ମାଝୀ ବି ରାଜ୍ୟ

ସରକାରଙ୍କୁ ଅବଗତ କରିଛନ୍ତି। ସମ୍ପୂର୍ଣ୍ଣ ବଜାରର ସବୁ ଷ୍ଟଲ୍‌ ଗୁଡ଼ିକୁ ଭାଙ୍ଗି ଏଠାରେ ନୂଆ ବଜାର ନିର୍ମାଣ କରିବାକୁ ବାରମ୍ବାର ପ୍ରସ୍ତାବ ଦେବା ସହ ପାରିଷଦ ବୈଠକରେ ଆଲୋଚନା କରୁଥିବା କହିଛନ୍ତି କାଉନସିଲର ଏ.ସତୀଶ ସବୁ ଷ୍ଟଲକୁ ବିପଦସଂକୁଳ ଘୋଷଣା କରାଯାଇଛି।

ଏଠାରେ ୨ କୋଟି ବ୍ୟୟରେ ନୂଆ ସପିଂ ମଲ୍ କରିବା ଯୋଜନା ରହିଛି। ଯଦି ରାଜ୍ୟ ସରକାର ଅନୁମୋଦନ ନ କଲେ ନିଜର ଆୟ ସ୍ରୋତରୁ ସପିଂ ମଲ୍ ନିର୍ମାଣ କରାଯିବ ବୋଲି କହିଛନ୍ତି ନିର୍ବାହୀ ଅଧିକାରୀ ।

Govinda tripathy 8480556478

Editor@Abbc

Related Articles

Leave a Reply

Your email address will not be published. Required fields are marked *

Back to top button