
ସୁନାବେଡ଼ା: ସୁନାବେଡ଼ା ଟ୍ରକ୍ ଓ ଟିପର ଅସୋସିଏସନ ତାଙ୍କ ଏକ ବ୍ୟବସ୍ଥାପକ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଉଠାଇଛନ୍ତି। ସଂଘ ଅଭିଯୋଗ କରିଛି ଯେ ବ୍ୟବସ୍ଥାପକ ଶ୍ରୀ ରଶ୍ମି ରଞ୍ଜନ ଦାସ ଅସୋସିଏସନର ନୀତି ଉଲ୍ଲଂଘନ କରି ବାହାରର ଯାନଧାରୀ ବ୍ୟକ୍ତିମାନେ ସହିତ ପରିବହନ ଚୁକ୍ତି କରିଛନ୍ତି।
ଏହି ଅଭିଯୋଗକୁ ଗମ୍ଭୀରତା ସହ ଗ୍ରହଣ କରି ସଂଘ ପକ୍ଷରୁ ସୁନାବେଡ଼ା ଥାନାରେ ଏକ ଲିଖିତ ଏଫ୍ଆଇଆର ଦାଖଲ କରାଯାଇଛି। ଏହା ସହିତ ଟ୍ରକକୁ (GJ 17 XX 4567) ମଧ୍ୟ ଜିମା ଦେଇଛନ୍ତି ସଂଘ ପକ୍ଷ କହିଛନ୍ତି ଯେ, ଶ୍ରୀ ଦାସ ନିଜ ଦଳର ସଦସ୍ୟଙ୍କୁ କୌଣସି ପ୍ରକାର ଲୋଡିଙ୍ଗ ନ ଦେଇ ବାହାର ରାଜ୍ୟର ଗାଡ଼ି ବ୍ୟବହାର କରୁଛନ୍ତି | ଏହି ପ୍ରକାର ଅନୁଚିତ କାର୍ଯ୍ୟ ଟ୍ରକ୍ ସଂଘର ଅସ୍ତିତ୍ୱ ଓ ସଦସ୍ୟମାନଙ୍କ ହିତ ପାଇଁ ହାନିକାରକ। ଏହା ଉପରେ ଆଲୋଚନା କରିବାକୁ ଶ୍ରୀ ଦାସଙ୍କୁ ବାରମ୍ବାର ଡାକିବା ସତ୍ତ୍ୱେ ସେ ସଭାରେ ଯୋଗ ନ ଦେବା ମଧ୍ୟ ସଙ୍ଘ ପକ୍ଷରୁ ଦର୍ଶାଯାଇଛି |
ସଂଘର ଜଣେ ପ୍ରତିନିଧି କହିଛନ୍ତି, “ଆମେ ଅନେକ ଥର ଭିତରେ ଅନୁଶାସନ ଆଣିବାକୁ ଚେଷ୍ଟା କଲୁ, କିନ୍ତୁ ବ୍ୟବସ୍ଥାପକ ଦ୍ୱାରା ଆବଶ୍ୟକ ଉତ୍ତରଦାୟିତ୍ୱ ଦେଖାଯାଇନାହିଁ। ବାହାର ଲୋକଙ୍କ ସହିତ କାରୋବାର କରି ସଂଘକୁ ଅବମାନିତ କରାଯାଇଛି।”
ସଂଘ ପକ୍ଷରୁ ଏହି ଅଭିଯୋଗ ଦ୍ୱାରା ମ୍ୟାନେଜମେଣ୍ଟ ରେ ଅନୁଶାସନ ଓ ପାରଦର୍ଶିତା ଆଣିବା ଦାବି କରାଯାଇଛି। ଏହା ନେଇ ସ୍ଥାନୀୟ ବ୍ୟବସାୟୀ ମହଳ ମଧ୍ୟରେ ଚର୍ଚ୍ଚା ଜୋରଦାର ହୋଇଛି।