ରାଜ୍ୟସ୍ତରୀୟ ବକୃତା ପ୍ରତିଯୋଗିତାରେ ସୁନାବେଡ଼ା ଛାତ୍ରୀ ପ୍ରଥମ
ସୁନାବେଡ଼ା ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ସରୋଜିନୀ ଗୈଡ

ସୁନାବେଡ଼ା: ସୁନାବେଡ଼ା ମହିଳା ମହବିଦ୍ୟାଳୟ ଆୟୋଜିତ ପୁଣ୍ୟଶ୍ଳୋକ ମହାରାଣୀ ଅହଲ୍ୟାବାଈ ହୋଳକରଙ୍କ ୩୦୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ନିଜ ମହାବିଦ୍ୟାଳୟର ଛାତ୍ରୀ ସରୋଜିନୀ ଗୌଡ଼ । ଏହା ପରେ ତାଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଥିଲେ।
ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ଜୟଦେବ ଭବଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ସେ ମହାରାଣୀ ଅହଲ୍ୟାବାଈଙ୍କ ଜୀବନୀ ଓ ତାଙ୍କ ସୁଶାସନ ଉପରେ ନିଜର ବକୃତା କୁ ପ୍ରାଞ୍ଜଳ ଭାବରେ ରଖି, ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।
ଏହି ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମଝି, ମୁଖ୍ୟ ଅତିଥି ଆସନରେ ଥିବା ସହିତ, ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପ ମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା, ଭାଷା, ସାହିତ୍ୟ, ସଂସ୍କୃତି ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ନଗର ଉନନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହପାତ୍ର ଯୋଗ ଦେଇଥିଲେ ।
ସରୋଜିନୀଙ୍କର ଏହି କୃତ୍ତିତ୍ୱ ପାଇଁ ସୁନାବେଡ଼ା ମହିଳା ସ୍ନାତ୍ତକ ମହାବିଦ୍ୟାଳୟ ଅଧ୍ୟକ୍ଷା ଉଷାରାଣୀ ଦାସଙ୍କ ସମେତ ସହକାରୀ ଅଧ୍ୟାପିକା, କର୍ମଚାରୀ ଓ ଅଭିଭାବକ ଗର୍ବ କରିବା ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।