District
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ

ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ
ନବରଙ୍ଗପୁର:-ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗରେ ଡାବୁଗାଁରେ ଶୋକର ଛାୟା ଖେଳି ଯାଇଛି। ଅଧକ୍ଷ ସ୍ବର୍ଗତ ଶଙ୍କର ପ୍ରସାଦ ଗନ୍ତାୟତ ନବରଙ୍ଗପୁର ସହରର ଏକ ପୁରୁଣା ପରିବାରରୁ ଆସିଥିବା ହେତୁ ଡାବୁଗାଁ କଲେଜ ପ୍ରତି ତାଙ୍କର ବହୁତ ଆତ୍ମୀୟତା ଥିଲା। ବହୁବର୍ଷ ଧରି ନୀରବରେ କଲେଜ କୁ ସୁପରିଚାଳନା କରି ଆସୁଥିଲେ। କଲେଜ ଛାତ୍ର ଛାତ୍ରି ହେଉ କିମ୍ଵା ସ୍ଥାନୀୟ ଲୋକଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା ଏବଂ ସମସ୍ତଙ୍କ ପ୍ରିୟ ହୋଇ ପାରିଥିଲେ। ତାଙ୍କ ବିୟୋଗରେ ଡାବୁଗାଁରେ ଗଭୀର ଶୋକର ଛାୟା ଖେଳିଯାଇଛି। ଡାବୁଗାଁ ର ବରିଷ୍ଟ ନାଗରିକ ତଥା କେଲିଆ ମନ୍ଦିର ସମ୍ପାଦକ ଦେବରାଜ ପାତ୍ରଙ୍କ ସମେତ ଅନେକ ବରିଷ୍ଟ ନାଗରିକ, ଡାବୁଗାଁ ଅଂଚଳର ଜନସାଧାରଣ ଏବଂ ତାଙ୍କ ପୂର୍ବତନ ଛାତ୍ର ଛାତ୍ରି ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ପରିବାର ପ୍ରତି ସାନ୍ତ୍ୱନା ବ୍ୟକ୍ତ କରିଛନ୍ତି। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



