ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ

ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ
ନବରଙ୍ଗପୁର:- ଉମରକୋଟ ଉପ ଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା, କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ଲମ୍ବା ଲାଇନ ଲଗାଇ ଠିଆ ହୋଇଛନ୍ତି ପ୍ରାୟ ଚାଳିଶି ଜଣମହିଳା, ପୁରୁଷ ଓ ଶିଶୁ ।ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲିଟି ଅନ୍ତର୍ଗତ ବାର ନମ୍ବର ୱାର୍ଡର ଗୋପାଳକ ଅସରୁ ରାୟ ଙ୍କ ଗାଈ କୁ କିଛିଦିନ ତଳେ କୁକୁର କାମୁଡି ଥୁଲା, ଅସରୁ କିନ୍ତୁ ଏହି କଥା ଜାଣି ନଥିଲେ ସେହି ଗାଈ ଅସ୍ଵାଭାଭିକ ଆଚରଣ ଦେଖୁ ସ୍ଥାନୀୟ ପଶୁ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ନେଇଥିଲେ ସେ ସେହିଠାରେ ଚିକିତ୍ସକ ଗାଈ ପାଗଳ ହେଇଥିବା କଥା କହିଥିଲେ ଓ କୁକୁର କାମୁଡା ଯୋଗୁଁ ପାଗୁଁ ଏହି ପରି ହୋଇଥିବା ସ୍ପଷ୍ଟ ହୋଇଥିଲା କିନ୍ତୁ ଗତ କାଲି ରାତିରେ ଏହି ପାଗଳା ଗାଈଟି ମରି ଯାଇଥିଲା, ଏହି ଖବର ପ୍ରଚାର ହେବା ପରେ ସେହି ଗାଈର କ୍ଷୀର ଖାଇଥିବା ପରିବାର ମଧ୍ୟରେ ଆତଙ୍କ ଖେଳି ଯାଇଛି। ସମସ୍ତେ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଇଞ୍ଜେକ୍ସନ ନେବା ପାଇଁ ଲମ୍ବା ଲାଇନ ଲଗେଇଛ ଛନ୍ତି । ଗାଈ ମାଲିକ କୁକୁର କାମୁଡା ସମ୍ପର୍କରେ ଜାଣି ନଥିଲେ ଏଣୁ ସେ ନିୟମିତ ଯାହା ଯାହା ପରିବାର କୁ କ୍ଷୀର ଯୋଗାଉ ଥିଲେ ସେହି ଘର ମାନଙ୍କରେ କ୍ଷୀର ଦେଇଥିଲେ କିଛି ପରିବାର ଖାଇଥିଲେ।ସୌଭାଗ୍ୟ ବଶତଃ ବର୍ତମାନ ପର୍ଯ୍ୟନ୍ତ କାହାରିକୁ କିଛି ଅସୁସ୍ଥତା ର ଲକ୍ଷ ଲକ୍ଷଣ ଦେଖାଯାଇ ନାହିଁ ବୋଲି ଡାକ୍ତର ସୂଚନା ଦେବା ସହ ସମସ୍ତ ଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା ସୂଚନା ଦେଇଛନ୍ତି !ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



