District

ନିଜସ୍ଥ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରି କମ୍ପାନୀ କାମକୁ କଲେ ଗ୍ରାମବାସୀ

ନିଜସ୍ଥ ପରିଶ୍ରମ ଓ ଟଙ୍କା ଖର୍ଚ୍ଚ କରି କମ୍ପାନୀ କାମକୁ କଲେ ଗ୍ରାମବାସୀ

କେବେ ପାନୀୟଜଳ ସମସ୍ୟା ଦୂର ହେବ ତାହା ଅପେକ୍ଷାରେ ଏବେ ଗାଁ ଲୋକେ

ବୈପାରିଗୁଡ।,କୋରାପୁଟ, ଦିନକୁ ଦିନ ଖରାର ପ୍ରକୋପ ଯେତିକି ମାତ୍ରାରେ ବଢୁଛି ତାଠାରୁ ଅଧିକ ପରିମାଣରେ ପାଣି ସମସ୍ୟା ମୁଣ୍ଡ ଟେକୁଛି । ପିଇବା ପାଣି ଟୋପାଏ ପାଇଁ ନଳକୂପ ଠାରୁ ଆରମ୍ଭ କରି କୂଅ ଚାରିପାଖରେ ଲୋକେ ସକାଳ ପାଇଲେ ଜନ୍ଦା, ପିମ୍ପୁଡି ପରି ଘେରି ରହୁଥ‌ିବା ଦୃଶ୍ୟ ନଜରକୁ ଆସିଲାଣି ।ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ର କୋରାପୁଟ ଜିଲ୍ଲାର ଆଦିବାସୀ ଅଶ୍ରୁଷିତ ବୈପାରିଗୁଡା ବ୍ଲକର ଅନେକ ଦୁର୍ଗମ ଓ ପାହାଡିଆ ଅଞ୍ଚଳରେ ପାନୀୟଜଳର ଘୋର ସମସ୍ୟା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଆଗରୁ ନଜର ରହିଥିଲେ ମଧ୍ୟ ପ୍ରଶାସନସ୍ତରରେ ଅବହେଲା ଯୋଗୁଁ ଅନେକ ଗାଁ ଗହଳିର ଲୋକେ ବିଶୁଦ୍ଧ ପାନୀୟଜଳ ଗ୍ରୀଷ୍ମ କାଳରେ ସଠିକ ଭାବେ ପାଇ ପାରୁନଥିବାର ଶୁଣିବାକୁ ମିଳେ ।ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟସରକାର ପ୍ରାଥମିକତା ହେଉଛନ୍ତି ।ମେଗା ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ସମସ୍ତ ଘର ପାଖରେ ପାନୀୟଜଳ ପାଇବେ ସେନେଇ ଯୋଜନା ମଧ୍ୟ କରିଥିଲେ । ଏବେ ଦେଖିବାକୁ ମିଳିଛି ମେଗା କମ୍ପାନୀ ପକ୍ଷରୁ ବିଛା ଯାଇଥିବା ପାଇପ୍ ଗୁଡିକ ନଷ୍ଟ ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କଲେ ମଧ୍ୟ କମ୍ପାନୀ ପକ୍ଷରୁ ନିର୍ମାଣ କରାନଯିବାରୁ ଶେଷରେ ଗ୍ରାମବାସୀ ମାନେ ନିଜେ ଟଙ୍କା ଖର୍ଚ୍ଚ କରି ଗାଁକୁ ଯାଇଥିବା ପାଇପ୍ କୁ ତିଆରି କରିଥିବାର କହିଛନ୍ତି । ଗ୍ରାମରେ ୩ ଟି ନଳକୂପ ରହିଥ‌ିବା ବେଳେ ଦୁଇ ଟା ନଳକୂପରୁ ଦୂଷିତ ପାନୀୟ ଜଳ ବାହାରୁଛି । ଏମିତି କିଛି ଦୃଶ୍ୟ ଦେଖୁବାକୁ ମିଳିଛି ବୈପାରିଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମପାହାଡିଆ ଗ୍ରାମ ତେନ୍ତୁଳିପଡା ଠାରେ ।ବାରମ୍ବାର ଗ୍ରାମବାସୀଙ୍କ ସମସ୍ୟା ବୁଝିବାକୁ କାହା ପାଖରେ ସମୟ ନ‌ଥିବା ବେଳେ କେବେ ସେମାନେ ବିଶୁଦ୍ଧ ପାନୀୟଜଳ ପାଇ ପାରିବେ ସେନେଇ ଅପେକ୍ଷା କରିଥିବାର ଜଣାପଡିଛି । ରାଜ୍ୟସରକାର ଓ ଜିଲ୍ଲାପ୍ରଶାସନ ଏହି ଘଟଣା ପ୍ରତି ଟିକେ ସତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button