District

କାଦୁଅମୟ ରାସ୍ତା, ଡ୍ରେନ୍ ନିର୍ମାଣ ଦାବି

କାଦୁଅମୟ ରାସ୍ତା, ଡ୍ରେନ୍ ନିର୍ମାଣ ଦାବି

ନନ୍ଦପୁର,୪/୪ /୨୬

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସଦର ମହକୁମା ଅଞ୍ଚଳରେ କୁଆପଥର ମାଡ଼ ସହ ବର୍ଷା ପବନ ହେବାରୁ ହାଟ ଉପର ଅଞ୍ଚଳର ଅଳିଆ, କାଦୁଅ ବର୍ଷାପାଣି ଆସି ଏମ୍‌ଡିଆର୍ ୫୫ ହାଟପଦା ରାସ୍ତା ଉପରେ ଜମା ହୋଇଥିବା ଶୁକ୍ରବାର ଓ ଶନିବାର ରେ ଦେଖିବାକୁ ମିଳିଛି। ପୂର୍ବ ବିଭାଗ ପକ୍ଷରୁ ନନ୍ଦପୁର ଲମତାପୁଟ ସଂଯୋଗୀ ରାସ୍ତାର ର ନିର୍ମାଣ ବେଳେ ସାପ୍ତାହିକ ହାଟ ଦେଇ ଯାଇଥିବା

ରାସ୍ତା ଦୁଇପାର୍ଶ୍ବରେ ଡ୍ରେନ୍ ନିର୍ମାଣ କରିବାକୁ କୁହାଯାଇଥିଲା। ଉପରମୁଣ୍ଡରୁଏକପାର୍ଶ୍ବରେ ଡ୍ରେନ ନିର୍ମାଣ କରାଯାଉଥିଲେ ସୁଦ୍ଧା ଏହାକୁ ମୁଖ୍ୟ ରାସ୍ତାର ସଂଯୋଗ ସ୍ଥଳରୁ ମାତ୍ର ଶହେ ମିଟର ନିର୍ମାଣ ନ କରି ଛାଡ଼ି ଦିଆଯାଇଛି। ହାଟ ପାର୍ଶ୍ବରେ ଡ୍ରେନ୍ ମୂଳରୁ ନିର୍ମାଣ କରାଯାଇନାହିଁ । ଆଏମ୍‌ସି ହାଟ ଭିତରୁ ଆବର୍ଜନା ହଟାଇବାକୁ କୌଣସି ବ୍ୟବସ୍ଥା କରୁ ନ ଥିବାରୁ ଅଞ୍ଚଳର କାଦୁଅ ଓ ଆବର୍ଜନା ରାସ୍ତାରେ ଆସି ଜମା ହେଉଥିବା ପଥଚାରୀ ଓ ବ୍ୟବସାୟୀ କହିଛନ୍ତି। ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ସାପ୍ତାହିକ ହାଟ ଓ ନନ୍ଦପୁର-ଲମତାପୁଟ ରାସ୍ତା ସହ ଏମ୍‌ଦିଆର ୫୫ ରାସ୍ତାର ସଂଯୋଗସ୍ଥଳ ପ୍ରତି ଦୃଷ୍ଟି ଦେଇ ଦୁଇପାର୍ଶ୍ବରେ ଡ୍ରେନ ନିର୍ମାଣ କରିବାକୁ ସ୍ଥା ନୀ ୟ ବା ସି ନ୍ଦା ଅନରେ।ଧ କ ରି ଛ ନ୍ତ । ଆରଏମ୍‌ସି କର୍ତ୍ତୃପକ୍ଷ ବୁଧବାର ହାଟ ସରିବା ପରେ ଆବର୍ଜନା ପରିଚାଳନା ପାଇଁ ବ୍ୟବସ୍ଥା କରିବାକୁ ଦାବି ହୋଇଛି

ରାସ୍ତାରେ ବର୍ଷା ପାଣି ଓ ଆବର୍ଜନା ଜମିରହିଛି।

ଗୋବିନ୍ଦ ତ୍ରିପାଠୀ, କୋରାପୁଟ ଜିଲ୍ଲା ୮୪୮୦୫୫୬୪୭୮

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button