୩ଦିନ ହେଲା ଜଳ ଯୋଗାଣ ଠପ୍

୩ଦିନ ହେଲା ଜଳ ଯୋଗାଣ ଠପ୍
ଗୋବିନ୍ଦ ତ୍ରିପାଠୀ, କୋରାପୁଟ, ୮୪୮୦୫୫୬୪୭୮
ବୈପାରିଗୁଡା, ୩/୪: ଟୋପାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ବୈପାରିଗୁଡାବାସୀ। ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସରକାରଙ୍କ ପକ୍ଷରୁ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବ୍ୟବସ୍ଥା କରାଯାଇଛି। ୬ଟି ୱାର୍ଡର ପ୍ରତି ଘରେ ପାନୀୟ ଜଳ ଯୋଗାଣ ପାଇଁ ପଏଣ୍ଟ ଦିଆଯାଇଛି। ଗାଁ ଗହଳିରେ ଯେଭଳି ପାନୀୟ ଜଳ ସମସ୍ୟା ଦେଖାନଦିଏ ସେଥିପ୍ରତି ଦୃଷ୍ଟି ଦେବାକୁ ସରକାର ମଧ୍ୟ ତାଗିଦ୍ କରିଥିଲେ । କିନ୍ତୁ ବୈପାରିଗୁଡାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଞ୍ଚାୟତ ପକ୍ଷରୁ ୩ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ୩ଦିନ ଧରି ଜଳ ଯୋଗାଣ ବନ୍ଦ ହୋଇଯାଇଛି।
ବାରମ୍ବାର ଅଭିଯୋଗ ପରେ ମଧ୍ୟ
ବିଭାଗୀୟ ଅଧିକାରୀ କିମ୍ବା ସରପଞ୍ଚ କର୍ଣ୍ଣପାତ କରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପ।ଇଛି ।
ଏସଂପର୍କରେ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ପଚାରିଲେ ବିଭିନ୍ନ ବାହାନା ଦେଖାଇ ଚୁପ୍ ରହୁଛନ୍ତି । କେତେବେଳେ ପାଣି ଛାଡ଼ିବାକୁ ଲୋକ ଆସୁନାହିଁ ତ କେତେବେଳେ ଟାଙ୍କିରେ ପାଣି ଚଢୁ ନଥିବା କହୁଛନ୍ତି। ବୈପାରିଗୁଡା ପିଇଓଙ୍କୁ ଯୋଗାଯୋଗ କରିବାରୁ ବିଦ୍ୟୁତ୍ ବିଲ୍ ପୈଠ ହୋଇନଥିବାରୁ ବିଦ୍ୟୁତ୍ ବିଭାଗ ଲାଇନ କାଟି ଦେଇଥିଲେ। ତେବେ ବିଲ୍ ପୈଠ କରିବା ସତ୍ତ୍ବେ ବିଦ୍ୟୁତ୍ ସଂଯୋଗ ହୋଇନାହିଁ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଖରା ଦିନେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାନଗଲେ ପାଣି ନପାଇ ହନ୍ତସନ୍ତ ହେବାକୁ ପଡ଼ିବ ଯଥାଶୀଘ୍ର ଜଳ ସମସ୍ୟା ଦୂର କରିବାକୁ ସାଧାରଣରେ ଦାବି ହୋଇଛି।



