District

ଖୋଲା ଆକାଶ ତଳେ ବିପନ୍ନ ପରିବାର

ଖୋଲା ଆକାଶ ତଳେ ବିପନ୍ନ ପରିବାର

ଗୋବିନ୍ଦ ତ୍ରିପାଠୀ,

ମୈଦଲପୁର,୧/୪/୨୬ : ପାପଡାହାଣ୍ଡି ବ୍ଳକ ମୈଦଲପୁର ପଂଚାୟତ ସିରାଗୁଡା ଗାଁର ଦିନୁ ବିନ୍ଧାଣୀ (୩୦)ଙ୍କ ଘରେ କେହି ନଥୁବା ସମୟରେ ନିଆଁ ଲାଗି ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଘରେ କେହି ନଥିବାରୁ
ପରିବାର ଲୋକେ ବଞ୍ଚି ଯାଇଛନ୍ତି। ବିପନ୍ନ ପରିବାରକୁ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ ସହାୟତା ଦିଆଯାଇ ନଥି ବାରୁ ଖୋଲା ଆକାଶ ତଳେ ପରିବାରକୁ ନେଇ ପଡିରହିଛନ୍ତି।

ଦିନୁଙ୍କ ପରିବାର କହିଲେ ସ୍ତ୍ରୀ ହେମ ବିନ୍ଧାଣୀ ଓ ୨ ପୁଅ। ଉଭୟ ସ୍ବାମୀସ୍ତ୍ରୀ
କୁଲିଭୁତି କରି ଚଳୁଛନ୍ତି । ଆଜି ସକାଳ ୯ଟାରେ ଘରେ ତାଲା ପକାଇ ସମସ୍ତେ କାମକୁ ଯାଇଥିବା ବେଳେ ହଠାତ୍ ଘରେ ନିଆଁ ଲାଗି ଆସବାପତ୍ର, ଆଧାରକାର୍ଡ, ପାସବୁକ ଓ ୫ ହଜାର ଟଙ୍କା ପୋଡି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ କୁଲିମଜୁରି ଶ୍ରେଣୀର ହୋଇଥିଲେ ସୁଦ୍ଧା ଦିନୁଙ୍କୁ ଆଜିପର୍ଯ୍ୟନ୍ତ ପଞ୍ଚାୟତ ତରଫରୁ ଆବାସ ଗୃହରେ ସାମିଲ କରାଯାଇନାହିଁ । ତୁରନ୍ତ ଏହି ବିପନ୍ନ ପରିବାରକୁ ସରକାର ତରଫରୁ ସାହାଯ୍ୟ ସହଯୋଗ କରି ବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button