District

ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା

ଧୂମଧାମରେ ସମ୍ପନ୍ନ ହେଲା ଡାବୁଗାଁରେ ନବ ଦିନାତ୍ମକ କୋଳସ ଯାତ୍ରା

ନବରଙ୍ଗପୁର :-ସଂପୂର୍ଣ୍ଣ ଧାର୍ମିକ ରୀତି ରେ ଆଜି ଡାବୁଗାଁ ଠାରେ ସମ୍ପନ୍ନ ହୋଇ ଯାଇଛି ମାଁ ଠାକୁରାଣୀଙ୍କ ନବ ଦିନ ବ୍ୟାପୀ କଳସୀ ଯାତ୍ରା।ବିରାଟ ଶୋଭାଯାତ୍ରା ରେ ନିଜ ଆସ୍ଥାନ କୁ ଫେରିଲେ ମାଁ ଠାକୁରାଣୀ। ଇତି ମଧ୍ୟରେ ନିଜ ଆସ୍ଥାନ କୁ ଫେରିବା ପୂର୍ବରୁ ମାଁ ଙ୍କ ସହ ଗ୍ରାମ୍ୟ ଦେବାଦେବୀ ଡାବୁଗାଁ ଓ ଡଙ୍ଗରିଗୁଡା ପଞ୍ଚାୟତର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଗ୍ରାମବାସୀଙ୍କୁ ଅଭୟ ପ୍ରଦାନ କରିଛନ୍ତି । ମାଁ ଙ୍କ ପବିତ୍ର ଯାତ୍ରା ଉପଲକ୍ଷେ ଆସିଥିବା ମିନା ବଜାର ଗ୍ରାମବାସୀ ଙ୍କୁ ଅଧିକ ଆକର୍ଷିତ କରି ପାରିଛି । ମନସ୍କାମନା ପୂର୍ଣ୍ଣ ହେବା ପରେ ଭକ୍ତମାନେ ସ୍ବତନ୍ତ୍ର ଭାବେ ମାଁ ଙ୍କୁ କଳସ ଅର୍ପଣ କରିଛନ୍ତି। ଡାବୁଗାଁ ସରପଞ୍ଚ ବିନୋଦ ସୌରା, କମିଟି ସଭାପତି ସତ୍ୟ ରଞ୍ଜନ ପାତ୍ର, ଏମ୍ ଆପା ରାଓ, ଦେବରାଜ ପାତ୍ର, ବୁଲୁ ରାଓ, ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସୁରେନ୍ଦ୍ର ମିଶ୍ର, ମନୋଜ କୁମାର ପାତ୍ର,ଜେ ରାଜଶେଖର ରାଓ, ଜି. ଭେଙ୍କଟ ରାଓ , ମଳୟ ବିଷୟୀ, କୈଳାସ ବିଷୟୀ, ଆଇନଜୀବି ମିହିର ଶଙ୍କର ପାତ୍ର, ବିଶ୍ବ ରଞ୍ଜନ ପାତ୍ର, ସମୀର କୁମାର ମିଞ୍ଜି, ସୁରେନ୍ଦ୍ର ରେଲି, ଜି କିରଣ, ପାପନା ରେଲି, ମହେଶ ପାତ୍ର, ତଥା ଆଖପାଖ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଏବଂ ହଜାର ହଜାର ଶ୍ରଦ୍ଧାଳୁ ମାଁ ଙ୍କ କଳସ , ଲାଠି କୁରୁଚି ସହ ମାଁ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ଯାଇଥିଲେ। ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

Mihir Sankar Patra (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button