District

ତାରାତାରିଣୀ ଯାତ୍ରାରେ ସହାୟତାର ହାଥ ବଢ଼ାଇଲେ ଗଜପତି ଓଗଞ୍ଜାମ ଜିଲାର ସ୍ବେଚ୍ଛାସେବୀ

ତାରାତାରିଣୀ ଯାତ୍ରାରେ ସହାୟତାର ହାଥ ବଢ଼ାଇଲେ ଗଜପତି ଓଗଞ୍ଜାମ ଜିଲାର ସ୍ବେଚ୍ଛାସେବୀ

ପାରଳାଖେମୁଣ୍ଡି:୩୧/୩(ଗରୁଡ ଧ୍ଵଜ ଚୌଧୁରୀ)ମା’ ତାରାତାରିଣୀଙ୍କ ଚଇତି ଯାତ୍ରାର ଶେଷ ତଥା ଚତୁର୍ଥ ପାଳିରେ ପୂର୍ବ ପାଳି ଭଳି ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। କିନ୍ତୁ ପୂର୍ବ ଭଳି ଏହି ପାଳିରେ ମଧ୍ୟ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଜିଲ୍ଲାକୋର୍ଟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏବଂ ସମାଜସେବୀ ମନୋଜ ମିଶ୍ର’ଙ୍କ ତତ୍ତ୍ୱାବଧାନରେ ଛତ୍ରପୁର ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରତିନିଧି ସଙ୍ଗଠନର ତିରିଶ ଜଣିଆ ସଦସ୍ୟ , ମାଆ ରାମଚଣ୍ଡୀ ପୂଜା କମିଟିର ସଦସ୍ୟ ଓ ପାଲୁରର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମିଳିତ ଭାବେ ଭୋର ୪ଟା ସମୟରେ ମା’ଙ୍କ ପୀଠରେ ପହଞ୍ଚି ଭକ୍ତ’ଙ୍କୁ ଧାଡିରେ ଛିଡା କରାଇବା ସହିତ ଶୃଙ୍ଖଳିତ ଦର୍ଶନ କରାଇବାରେ ପ୍ରଶାସନକୁ ଯଥାସମ୍ଭବ ସହାୟତା କରିଥିଲେ।ଏହି କ୍ରମରେ ନାରାୟଣ ସାହୁ ଏବଂ ସୁଧୀର ମହାରଣାଙ୍କ ସହାୟତାରେ ଉପସ୍ଥିତ ଭକ୍ତ’ଙ୍କୁ ଗ୍ଲୁକୋଜ ପାଣି ବଣ୍ଟନ କରା ଯାଇଥିଲା। ସେହିପରି ଭିଡ଼ ମଧ୍ୟରେ ହଜି ଯାଇଥିବା କୁନି ଶିଶୁ’ଙ୍କୁ ଓକିଲ ମନୋଜ ପାଣିଗ୍ରାହୀଙ୍କ ସହାୟତାରେ ତାଙ୍କ ପରିବାର ବର୍ଗ’ଙ୍କୁ ହସ୍ତାନ୍ତର କରା ଯାଇଥିଲା ଓ ଅନ୍ୟ ହଜି ଯାଇଥିବା ପରିବାର ସଦସ୍ୟ’ଙ୍କୁ ସେମାନଙ୍କ ପରିବାର ସହ ମିଶାଇବା ପାଇଁ ଯଥାର୍ଥ ପ୍ରଚେଷ୍ଟା କରା ଯାଇଥିଲା। ସେହିପରି ଗହଳି ସମୟରେ ସମାଜସେବୀ ଶିବ ପ୍ରସାଦ ବେହେରା ଓ ଭବି ବେହେରା ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସୁଚାରୁ ଦର୍ଶନ ବ୍ୟବସ୍ଥା କରିଥିଲେ। ସୂଚନାଯୋଗ୍ୟ , ଏହି ଯାତ୍ରା ସମୟରେ ବିଭିନ୍ନ ସାମାଜିକ ସଙ୍ଗଠନ’ର ସବୁ ସମୟର ବିଶେଷ ଭୂମିକାକୁ ନେଇ ଛତ୍ରପୁର’ର ଉପଜିଲ୍ଲାପାଳ ଡ଼ଃ ଶିବାଶିଷ ବରାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ଉଚ୍ଚ ପ୍ରଶଂସା କରିବା ସହ ଆଗକୁ ଏଭଳି କାମ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button