ପୁଅକୁ ଟିବି, ନାତିର ବି ଆଖ୍ ଖରାପ: ଚିକିତ୍ସା ପାଇଁ ଚିନ୍ତାରେ ଚିଙ୍ଗଡ଼ି

ପୁଅକୁ ଟିବି, ନାତିର ବି ଆଖ୍ ଖରାପ: ଚିକିତ୍ସା ପାଇଁ ଚିନ୍ତାରେ ଚିଙ୍ଗଡ଼ି
ତେନ୍ତୁଳିଖୁଣ୍ଟି, ୨୯/୩
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚାଗାଁ ଗ୍ରାମର ଚିଙ୍ଗଡ଼ି ଗୌଡ଼ଙ୍କ ପୁଅ ଧନୁର୍ଜୟ ଗୌଡ଼ (୩୧) ଗତ ୭ ବର୍ଷ ହେଲା ଟିବି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନାହାନ୍ତି। ସେହିପରି ଚିଙ୍ଗଡ଼ି ଗୌଡ଼ଙ୍କ ନାତି ତଥା ଧନୁର୍ଜୟଙ୍କ ପୁଅ ମୋତିରାମ ଗୌଡ଼ (୧୩)ଙ୍କ ଜନ୍ମରୁ ଆଖୂ ସମସ୍ୟା ରହିଛି। ଅନବରତ ଆଖିରୁ ପାଣି ବାହାରିବା ସହ ସେ କିଛି ମାତ୍ରାରେ ମାନସିକ ବିକାରଗ୍ରସ୍ତ ମଧ୍ୟ
ଚିଙ୍ଗୁଡ଼ି ଗୌହଙ୍କ ସହ ତାଙ୍କ ନାତି ମୋତିରାମ
ଚିକିତ୍ସା କରିପାରୁ ନ।ହ।ନ୍ତି। କେଉଁଠିକି ଗଲେ ସେ ଘରକୁ ଆସିବା ରାସ୍ତା ଜାଣିପାରୁନାହିଁ କି ଠିକଣା ମଧ୍ୟ କହିପାରୁନାହିଁ। ତେଣୁ ଉଭୟ ପୁଅ ଏବଂ ନାତିର ଚିକିତ୍ସା ତଥା ଭରଣପୋଷଣ ପାଇଁ ଆର୍ଥକ ଅନଟନ ମଧ୍ୟରେ ବୃଦ୍ଧ ଚିଙ୍ଗଡ଼ି ଧନ୍ଦି ହେଉଛନ୍ତି। ଏଭଳି ସ୍ଥଳେ ବୃଦ୍ଧ ଚିଙ୍ଗଡି କୁଲି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ଆର୍ଥକ ସମସ୍ୟା ଯୋଗୁ ପୁଅ ଏବଂ ନାତିର ଉନ୍ନତ ନ ଥିବାରୁ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବ୍ୟତୀତ ଅନ୍ୟତ୍ର ଚିକିତ୍ସା ପାଇଁ ସେ ପୁଅ ଓ ନାତିକୁ ନେଇନାହାନ୍ତି କି ତାଙ୍କ ଶରୀର ଓ ଆକ ସ୍ଥିତି ଏସବୁ କରିବାକୁ ସହଯୋଗ ଯୋଗ କରୁନାହିଁ ବୋଲି ଚିଙ୍ଗଡି କହିଛନ୍ତି। ଏହି ସମସ୍ୟା ନେଇ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ତ। ଙ୍କ ନଜରକୁ ଏହି ଘଟଣା ଆସି ନ ଥିଲା ଓ ଜ।ଣିବ। ପରେ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ଓ ଶିଶୁ ସୁରକ୍ଷା ବିଭାଗ ସହ ଯୋଗାଯୋଗକରି ଉଚିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।



