District

ଶିକ୍ଷକଙ୍କ ବିରୋଧରେ ଏତଲା ପରେ ପୋଲିସର ତଦନ୍ତ

ଶିକ୍ଷକଙ୍କ ବିରୋଧରେ ଏତଲା ପରେ ପୋଲିସର ତଦନ୍ତ

ଉମରକୋଟ,୨୯/୦୩

ନକଲି ସାର୍ଟିଫିକେଟରେ ଚାକିରି କରିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ କୁର୍ଷି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର କାର୍ଯ୍ୟରତ ସହକାରୀ ଶିକ୍ଷକ ସନ‌ଧର ମାଝୀଙ୍କ ନାମରେ ଉମରକୋଟ ବିଇଓ ଈଶ୍ବର ଚନ୍ଦ୍ର ମାଝି ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଉମରକୋଟ ଥାନାରେ କେସ୍ ନମ୍ବର ୮୦/୨୬ ରେ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ଏସ୍‌ଇ ଅକ୍ଷୟ ଘଟଣାର ତଦନ୍ତ ଦାୟିତ୍ଵ ନେଇ ଅନୁସନ୍ଧାନ ଆରମ୍ଭ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁଯାୟୀ, ସହକାରୀ ଶିକ୍ଷକ ସନ‌ଧର ମାଝୀ ଶିକ୍ଷା ବିଭାଗକୁ ନିଜ ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରିବା ସମୟରେ କର୍ଣ୍ଣାଟକ ହୁବୁଳିଠାରେ ଥୁବା ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେସନରୁ ଯୁକ୍ତ ଦୁଇ ଶିକ୍ଷାଗତ ପ୍ରମାଣପତ୍ର ଦାଖଲ କରିଥିଲେ । ଏହାକୁ ନେଇ ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି ଶିକ୍ଷକ ସନଧର ମାଝୀଙ୍କ ନାମରେ

ଶିକ୍ଷକ ସନ‌ଧର ମାଝୀ ।

ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ବିଭାଗଠାରୁ ଆରମ୍ଭକରି ଜିଲ୍ଲା ଶିକ୍ଷା ଅକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ କର୍ଣ୍ଣାଟକର ଉକ୍ତ ମାଧ୍ୟମିକ ଶିକ୍ଷା ପରିଷଦକୁ ସନଧର ମାଝୀ ଦାଖଲ କରିଥିବା ଶିକ୍ଷାଗତ ପ୍ରମାଣପତ୍ର ଅସଲି କି ନକଲି ଜାଣିବାକୁ ଚିଠି ଲେଖୁଥିଲେ । ଉକ୍ତ ପରିଷଦରୁ ପତ୍ର ସଂଖ୍ୟା ୨୮୨୬/୨୨୫୧୩୧ ତାରିଖ ୬/୩/୨୬ ଓ ଦ୍ୱିତୀୟ ଥର ପାଇଁ ପୁଣି

ନକଲି ସାର୍ଟିଫିକେଟ୍‌ରେ ଶିକ୍ଷକ ଚାକିରି ଘଟଣା

ପତ୍ର ସଂଖ୍ୟା ୨୦୨୬/୨୨୫୧୩୭ତାରିଖ ୨୦/୩/୨୦୨୬ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲେଖ୍ ସନଧର ମାଝୀଙ୍କ ନାମରେ ଏପରି କୌଣସି ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ ବୋଲି ଚିଠି ମାଧ୍ଯମରେ ଜଣାଇଥିଲେ।ରିପୋର୍ଟ ପାଇବା ପରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ ତାଙ୍କ ପତ୍ର ସଂଖ୍ୟା ୧୬୫୨ ତାରିଖ ୨୦।୩।୨୦୨୬ ଅନୁସାରେ ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସନଧର ମାଝୀଙ୍କ ନାମରେ ଉମରକୋଟ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପତ୍ର ପାଇବା ପରେ ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ଈଶ୍ବର ମାଝୀ ଶୁକ୍ରବାର ଉମରକୋଟ ଥାନାକୁ ଯାଇ ସନଧର ମାଝୀଙ୍କ ବିରୋଧରେ ଏତଲା ପ୍ରଦାନ କରିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button