ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ ପ୍ରତିନିଧି ନିଯୁକ୍ତି ପରେ ପଟାଙ୍ଗି ବ୍ଲକରେ ଖୁସିର ମହଳ।

ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ ପ୍ରତିନିଧି ନିଯୁକ୍ତି ପରେ ପଟାଙ୍ଗି ବ୍ଲକରେ ଖୁସିର ମହଳ।
(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟ ର ଦିଲ୍ଲୀପ ଖରା)କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପାଇଁ ବିଧାୟକ ରାମଚନ୍ଦ୍ର କାଡାମ୍ ନିଜ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ମନୋନୀତ କରିଛନ୍ତି। ଏହି ସମ୍ବନ୍ଧରେ ଚିଠି ନଂ ୧୧୦/କଂଗ୍ରେସ ବିଧାୟକ ଦଳ ନେତା/୨୬ ମାଧ୍ୟମରେ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି
ସୂଚନା ଅନୁସାରେ, ବିଧାୟକ କାଡାମ୍ ନିର୍ବାଚିତ ହେବା ପରେ ପ୍ରାୟ ଦୁଇ ବର୍ଷ ପରେ ହଟାତ୍ ପ୍ରତିନିଧି ସ୍ତରରେ ପରିବର୍ତ୍ତନ କରିଛନ୍ତି। କମ୍ ବୟସ ଓ ସାଙ୍ଗଠନିକ ଦକ୍ଷତାକୁ ଦୃଷ୍ଟିରେ ରଖି ସ୍ୱର୍ଗତ ବିଜୟ ପଟ୍ଟନାୟକଙ୍କ ପୁଅ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏହା ଫଳରେ ଦଳର ଯୁବ ସଙ୍ଗଠନ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି।ତେବେ, ବିଧାୟକଙ୍କ ଏହି ହଟାତ୍ ପଦକ୍ଷେପ ଦଳର ବରିଷ୍ଠ ଓ କନିଷ୍ଠ କର୍ମୀମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୱାର୍ଡରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ ସ୍ତରରେ ଦଳକୁ ସୁଦୃଢ଼ କରିବା ସହ ଅଧିକ ଯୁବମାନଙ୍କୁ ଯୋଡ଼ିବା ପାଇଁ ବିଧାୟକ କାଡାମ୍ ଏହି ପଦକ୍ଷେପ ନେଇଥିବେ ବୋଲି କର୍ମୀମାନଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଗୁପ୍ତ ଶଙ୍କର ପଟ୍ଟନାୟକଙ୍କ ନିଯୁକ୍ତି ପରେ ତାଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ଲାଗାତାର ଆସୁଥିବା ଦେଖିବାକୁ ମିଳୁଛି।



