ବାପା–ମା’ ଆରପାରିରେ, ୭୦ ବର୍ଷିୟ ଜେଜେମା’ଙ୍କ କାନ୍ଧରେ ତିନି ପିଲାଙ୍କ ଭବିଷ୍ୟତ

ବାପା–ମା’ ଆରପାରିରେ, ୭୦ ବର୍ଷିୟ ଜେଜେମା’ଙ୍କ କାନ୍ଧରେ ତିନି ପିଲାଙ୍କ ଭବିଷ୍ୟତ
(ଓଡିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟର ଦିଲ୍ଲୀପ ଖରା )କୋରାପୁଟ ଜିଲ୍ଲା, ଲକ୍ଷ୍ମୀପୁର ବ୍ଲକର ମାର୍ବାଇଗୁଡା ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ବାପା–ମା’ଙ୍କ ଅକାଳ ମୃତ୍ୟୁ ପରେ ତିନୋଟି କୁନି କୁନି ପିଲା ଅନାଥ ହୋଇପଡ଼ିଛନ୍ତି। ଏବେ ସେମାନଙ୍କର ସମସ୍ତ ଭରସା ୭୦ ବର୍ଷିୟ ଜେଜେମା’ବଡ଼ ପୁଅ ତୃତୀୟ ଶ୍ରେଣୀରେ ପଢୁଥିବାବେଳେ ବଡ଼ ଝିଅର ବୟସ ୫ ବର୍ଷ ଓ ସାନ ଝିଅର ବୟସ ମାତ୍ର ଦେଢ଼ ବର୍ଷ। ଏତେ କୁମାରୀ ବୟସରେ ତିନି ପିଲା ମାତା–ପିତାଙ୍କ ସ୍ନେହରୁ ବଞ୍ଚିତ ହୋଇ ଦୁର୍ଦ୍ଦଶାରେ ଜୀବନ ଯାପନ କରୁଛନ୍ତି।ପ୍ରଥମେ ମା’ ବେଣ୍ଡି ମାଣ୍ଡିଙ୍ଗାଙ୍କ ଅସୁସ୍ଥତାରେ ମୃତ୍ୟୁ ଘଟିଥିଲା। ତା’ ପରେ କେବଳ ଦେଢ଼ ମାସ ମଧ୍ୟରେ ବାପା ମିଶ୍ର ମାଣ୍ଡିଙ୍ଗା ମଧ୍ୟ ପରଲୋକ କୁ ପ୍ରାପ୍ତ ହେଲେ। ଏହା ପରେ ତିନି ଭାଇ–ଭଉଣୀ ପୂରାପୁରି ଅନାଥ ହୋଇ ଯାଇଛନ୍ତି
ଏବେ ବୃଦ୍ଧା ଜେଜେମା’ ଏହି ତିନୋଟି ପିଲାଙ୍କୁ ଲାଲନ–ପାଳନ କରିବାରେ ଲାଗିଛନ୍ତି। ବୟସର ଭାର ସତ୍ତ୍ୱେ ସେ ଦିନକୁ ଦିନ ଅତ୍ୟନ୍ତ କଷ୍ଟରେ ଦୁଇ ମୁଠା ଖାଇବା ବ୍ୟବସ୍ଥା କରୁଛନ୍ତି। ମାସକୁ କେବଳ ୫ କେଜି ଚାଉଳ ଓ ୧୦୦୦ ଟଙ୍କା ଭତ୍ତାରେ ସମସ୍ତଙ୍କ ଜୀବନ ଚାଲାଇବା ବହୁତ କଷ୍ଟସାଧ୍ୟ ହୋଇପଡ଼ିଛି।ବିଶେଷକରି ଦେଢ଼ ବର୍ଷର ଶିଶୁ କନ୍ୟା ମା’ର କ୍ଷୀର ଛାଡ଼ିନଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଅବନତି ହେଉଛି। ଏହି ପରିସ୍ଥିତି ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ବ୍ୟାକୁଳ ହେଉଛନ୍ତି।ଘଟଣା ସମ୍ପର୍କରେ ଲକ୍ଷ୍ମୀପୁର ବିଡିଓ ଓ ସିଡିପିଓଙ୍କୁ ପଚାରାଯାଇଥିବାବେଳେ ସେମାନେ କିଛି କହିବାକୁ ମନା କରିଥିଲେ। ଏପରି ସମୟରେ ସ୍ଥାନୀୟ ସରପଞ୍ଚ ଶ୍ୟାମସୁନ୍ଦର ତାଡିଙ୍ଗି ପ୍ରଶାସନକୁ ତୁରନ୍ତ ଏହି ତିନି ଅନାଥ ପିଲାଙ୍କ ପାଇଁ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି।ବର୍ତ୍ତମାନ ପ୍ରଶ୍ନ ଉଠୁଛି—ଏହି କୁନି କୁନି ପିଲାଙ୍କ ଭବିଷ୍ୟତ କେମିତି ଗଢ଼ିବ? ପ୍ରଶାସନ କେବେ ତାଙ୍କ ପ୍ରତି ଦୃଷ୍ଟି ଦେବ, ସେଥି ପାଇଁ ସମସ୍ତଙ୍କ ନଜର ରହିଛି।



