District

ଶ୍ରୀରାମ ନବମୀ ଉପଲକ୍ଷେ ସେମିଳିଗୁଡାରେ ଭବ୍ୟ ଶୋଭାଯାତ୍ରା

ଶ୍ରୀରାମ ନବମୀ ଉପଲକ୍ଷେ ସେମିଳିଗୁଡାରେ ଭବ୍ୟ ଶୋଭାଯାତ୍ରା

(ଓଡ଼ିଶା ଷ୍ଟେଟ୍ ନ୍ୟୁଜ୍ ରିପୋର୍ଟର ଦିଲ୍ଲୀପ ଖରା) କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ଶ୍ରୀରାମ ନବମୀ ଅବସରରେ ଏକ ଭବ୍ୟ ଶୋଭାଯାତ୍ରା ଶାନ୍ତି ଓ ଶୃଙ୍ଖଳା ସହିତ ପୋଲିସଙ୍କ କଡ଼ା ନଜରଦାରୀ ମଧ୍ୟରେ ଆୟୋଜିତ ହୋଇଥିଲା। ଦାମନଯୋଡି ନାଲକୋ ଛକ ଠାରୁ ଆରମ୍ଭ ହୋଇ ଏହି ଶୋଭାଯାତ୍ରା ନୁଆ ହାଟପଦା ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା।ଏହି ଅବସରରେ ପ୍ରାୟ ଦୁଇରୁ ତିନି ହଜାର ଭକ୍ତ ଯୋଗଦେଇଥିଲେ। ଭକ୍ତମାନେ ଭଜନ-କୀର୍ତନ ଓ “ଜୟ ଶ୍ରୀ ରାମ” ନାରାରେ ସମଗ୍ର ପରିବେଶକୁ ଭକ୍ତିମୟ କରିଥିଲେ।ଶୋଭାଯାତ୍ରା ନୁଆ ହାଟରେ ପହଞ୍ଚିବା ପରେ ଧାର୍ମିକ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସନାତନୀ ସଂସ୍କୃତି ସମିତି, ସେମିଳିଗୁଡା ପକ୍ଷରୁ ସୁଚାରୁ ଭାବେ ପରିଚାଳନା କରାଯାଇଥିଲା।ଭକ୍ତମାନଙ୍କ ଉତ୍ସାହ ଓ ଆଡ଼ମ୍ବର ମଧ୍ୟରେ ଶ୍ରୀରାମଙ୍କ ଜନ୍ମୋତ୍ସବ ଧୁମଧାମରେ ପାଳନ କରାଯାଇଥିଲା।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button