District

ଗଜପତି ପ୍ରଶାସନ ପୁଣି ବେଆଇନ ୫ ଇଟା ଭାଟିକୁ ଭାଙ୍ଗିଲେ୨ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ହେଲା

ଗଜପତି ପ୍ରଶାସନ ପୁଣି ବେଆଇନ ୫ ଇଟା ଭାଟିକୁ ଭାଙ୍ଗିଲେ୨ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ଆଦାୟ ହେଲା

ପାରଳାଖେମୁଣ୍ଡି:୨୬/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା 5 ଗୋଟି ଇଟାଭାଟିକୁ ପୁଣି ପ୍ରଶାସନ ପକ୍ଷରୁ ପୁଣି ଭଙ୍ଗା ଯିବା ସହ ୨ ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଗତ କିଛି ଦିନ ପୂର୍ବେ କାଶୀନଗର ବ୍ଲକ୍ ଖାଣ୍ଡବା ପଞ୍ଚାୟତରେ ଚାଲିଥିବା ବେଆଇନ ଇଟା ଭାଟିକୁ ପ୍ରଶାସନ ଭାଙ୍ଗି ବନ୍ଦ କରିବା ସହ ଜରିମାନା ଟଙ୍କା ଆଦାୟ କରିଥିଲେ. ବର୍ତ୍ତମାନ କାଶୀନଗର ବ୍ଲକରେ ଥିବା ରାଣୀପେଣ୍ଠ ପଞ୍ଚାୟତରେ ଆଇନ କାନୁନକୁ ଜଳାଞ୍ଜଳି ଦେଇ ୫ରୁ ଅଧିକ ଇଟାଭାଟିରେ ଇଟାପୋଡା ଯାଉଥିଲା। ଯାହାକୁ ବନ୍ଦ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡି ଏସବୁକୁ ନଷ୍ଟ କରିବା ସହ ୨ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରିଛି। ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ଖଣି ଅଧିକାରୀ ଦୀପେନ ପରିଡା ଓ କାଶୀନଗର ତହସିଲଦାର ସୁର କୁମାର ନନ୍ଦ ମିଳତ ଭାବେ ଚଢଉ କରିଥିଲେ | ଇଟାଭାଟି ମାଲିକ ବେଆଇନ ଭାବେ ମାଟି ଉତ୍ତୋଳନ କରିବା ସହ ଇଟା ପୋଡିବା ପାଇଁ ବହୁ ମୂଲ୍ୟବାନ ଗଛ ବେଆଇନ ଭାବେ ଜଙ୍ଗଲରୁ କାଟି ନିଜ ନିଜର ବ୍ୟବସାୟ ଚଳାଇ ଆସୁଥିଲେ ବୋଲି ସୂଚନା ମିଳିଛି ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button