ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା

ଡାବୁଗାଁ ରେ ଶୁଭାରମ୍ଭ ହେଲା ନବଦିନ ବ୍ୟାପୀ ମାଁ ଠାକୁରାଣୀ ଙ୍କ କଳସ ଯାତ୍ରା
ଆଜି ଏକ ବିରାଟ ପଟୁଆର ରେ ମାଁ ଠାକୁରାଣୀ ଏବଂ ଗ୍ରାମ ଦେବାଦେବୀ ଙ୍କ କଳସ ପାତ୍ର ସାହି ରେ ଥିବା କଳସ ମଣ୍ଡପକୁ ପହଞ୍ଚିଛି। ଏକ ଭବ୍ୟ ଶୋଭାଯାତ୍ରା ରେ ମାଁ ଠାକୁରାଣୀ ଗ୍ରାମ ଦେବାଦେବୀ ଙ୍କ ସହ ନବଦିନ ପାଇଁ ମଣ୍ଡପରେ ପହଞ୍ଚି ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି।ବାଦ୍ୟ ର ଘନ ଗର୍ଜନ ଶବ୍ଦ, ମାଁ ଙ୍କ ଜୟ ଧ୍ୱନି ଏବଂ ଭକ୍ତ ମାନଙ୍କ ଉତ୍ସାହ ରେ ଶାନ୍ତ ଗ୍ରାମ୍ୟ ପରିବେଶ ଚଳଚଞ୍ଚଳ ହୋଇ ଉଠିଛି । ରଙ୍ଗବେରଙ୍ଗ ଆଲୋକ ସଜ୍ଜିତ କଳସ ମଣ୍ଡପ, ମାଁ ଙ୍କ ଆଗମନ ପରେ ଆହୁରି ଅଧିକ ସତେଜ ହୋଇ ଉଠିଛି । ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ସହ ଡାବୁଗାଁ ସରପଞ୍ଚ ବିନୋଦ ସୌରା, ସତ୍ୟ ରଞ୍ଜନ ପାତ୍ର, ଏମ୍ ଆପା ରାଓ, ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, ଜି ସାଇ ରାଜୁ, ସୁରେନ୍ଦ୍ର ମିଶ୍ର, ସଦାନନ୍ଦ ନାୟକ, ଏମ୍ ବୁଲୁ ରାଓ, ପାପନା ରେଲି, ବରିଷ୍ଠ ଆଇନଜୀବି ମିହିର ଶଙ୍କର ପାତ୍ର, ଜେ ରାଜଶେଖର ରାଓ, ସୁରେନ୍ଦ୍ର ରେଲି, ଆର୍ ପ୍ରକାଶ ରାଓ, ଜି କିରଣ କୁମାର, ଜି ସତ୍ୟ ରାଓ, ମହେଶ ପାତ୍ର, ବଣ୍ଟି ସିଂ, ରାଜୁ ରେଲି, ପୂର୍ଣ୍ଣ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ମାଁ ନଅ ଦିନ ରହି ନିଜ ଆସ୍ଥାନ କୁ ଫେରି ଯିବେ ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର



