ପ୍ରବେଶ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ବିଧାୟକ

ପ୍ରବେଶ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବାଣ୍ଟିଲେ ବିଧାୟକ
ତେନ୍ତୁଳିଖୁଣ୍ଟି,୨୩|୩ : ବିକଶିତ ଓଡ଼ିଶା ଗଠନ ପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖ୍ ସରକାରଙ୍କ ନୂତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଦେଶର ପ୍ରଥମ ରାଜ୍ୟ ଭାବରେ ଓଡିଶା ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଗତ ଶିକ୍ଷା ବର୍ଷ ଠାରୁ ପରିପ୍ରେକ୍ଷୀରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଶିଶୁ ବାଟିକା ଆରମ୍ଭ ହୋଇଛି। ଏହି ତନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଅଞ୍ଚଳଗୁମ୍ମ। ପ୍ରବେଶ ଗ୍ରାମରେ ଉତ୍ସବ ଓ ଖଡ଼ି ଛୁଆଁ ନିମନ୍ତେ ୫ ବର୍ଷର ପିଲା ମାନଙ୍କ ସହ ସେମାନଙ୍କ ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଉତ୍ସାହିତ କରିଛନ୍ତି । ଆସନ୍ତା ଏପ୍ରିଲ ୨ ତାରିଖରେ ପ୍ରବେଶ ଉତ୍ସବ ଓ ଖଡ଼ି ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜନ ।ବର୍ଷ ରୁ ଉର୍ଦ୍ଧ ବୟସର ପିଲାମାନେ ବାଲ ବାଟିକା ଏବଂ ୬ ବର୍ଷରୁ ଉର୍ଦ୍ଧ ବୟସର ପିଲାମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ନେଇଁ ବ୍ୟବସ୍ଥା କରାଯାଇଛି । ଯାହାକି ବିଧାୟକ ଶ୍ରୀ ମାଝୀ ଅଭିଭାବକ ଓ କୁନି କୁନି ପିଲା ମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରି ଭଲ ପାଠ ପଢି ସୁସ୍ଥ ଓଡିଶା ଗଠନ କରିବା ବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାଶ, ଅଞ୍ଚଳଗୁମ୍ମା ସିଆରସିସି ଇନ୍ଦ୍ରଧ୍ୱନ ବିଷୋୟୀ, ପାତ୍ରପୁଟ ସିଆରସିସି ରଜତ ନାୟକ, ଅଞ୍ଚଳଗୁମ୍ମା ପ୍ରଧାନଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶ, ସହକାରୀ ଶିକ୍ଷକ ରଜନୀ ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।
ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର



