District

ଗରିବ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ

ଗରିବ ଦମ୍ପତି ଆବାସ ଯୋଜନାରୁ ବଞ୍ଚିତ

ପଲିଥିନ କୁଡ଼ିଆରେ ବିତୁଛି ଜୀବନ

ଝରିଗଁ।୨୩/୩: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଳିଆ ପଞ୍ଚାୟତ ବେଲଝରି ଗ୍ରାମର ବୃନ୍ଦା ଜାନି (୫୨) ସ୍ଵାମୀ ବିଶ୍‌ନାଥ ଜାନି(୫୪) ସରକାରୀ ଯୋଜନାରେ ଘର ଖଣ୍ଡେ ନ ମିଳିବାରୁ ଶୋଚନୀୟ ଭାବେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ସ୍ଵାମୀ – ସ୍ତ୍ରୀ ଓ ୧୦ବର୍ଷର ଝିଅକୁ ନେଇ ଭଙ୍ଗୀ ଦଦରା କୁଡିଆରେ ପଲିଥିନ ଟାଣି ରହୁଛନ୍ତି । କୁଡ଼ିଆଟି ଯେ କୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି । ତଥାପି ଜୀବନକୁ ବାଜି ଲଗେଇ ଭଙ୍ଗା ଦଦରା କୁଡ଼ିଆରେ ରହୁଛନ୍ତି । ଗତ ବର୍ଷ ଲଗାଣ ବର୍ଷା

ଯୋଗୁଁ ତାଙ୍କ ଘର ଭାଙ୍ଗି ଯାଇଥିବାରୁ ଅଭିଯୋଗ ପରେ ଚର୍ଚ୍ଚା ଆରଆଇ ଅଫିସ ପକ୍ଷରୁ ଏକ ପଲିଥିନ ସାହାଯ୍ୟ ମିଳିଥିଲା । ଭଙ୍ଗାଘରେ ସେହି ପଲିଥିନ ଢ଼ାଙ୍କି ରହୁଛନ୍ତି । ଅତି ଗରିବ ଶ୍ରେଣୀର ପରିବାର ହୋଇଥିବାରୁ ସ୍ଵାମୀ-ସ୍ତ୍ରୀ ଉଭୟେ

କୁଲିମଜୁରୀ କରି ପରିବାର ପ୍ରତି ପୋଷଣ କରୁଛନ୍ତି । ସରକାର ପକ୍ଷରୁ ମିଳୁ ଥିବା ରାସନ ଚାଉଳ ଗୁଜୁରାଣ ମେଣ୍ଟାଇବ। ରେ କ ଛି ମାତ୍ରାରେ ସହାୟକ ହେଉଛି । ଘରଟିଏ ପାଇଁ ଅନେକ ଥର ଅନେକ ଜନ ପ୍ରତିନିଧୂ ଙ୍କୁ ଜଣାଇ ଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ଅନ୍ୟପକ୍ଷେ ଧନି ଶ୍ରେଣୀର ଓ ଘର ଥିଲା ଲୋକ ଘର ପାଉଛନ୍ତି । ତେଣୁ ବ୍ଲକ ପ୍ରଶାସନ ଦୃଷ୍ଟିଦେଇ ଏହି ଗରିବ ପରି ବାର କୁ ଆବାସ ଯୋଜନାରେ ସାମିଲ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଗୋବିନ୍ଦ ତ୍ରିପାଠୀ, ନବରଙ୍ଗପୁର

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button